ବନ୍‌ ଫେଷ୍ଟିଭାଲ୍‌

Advertisment
ବନ୍‌ ଫେଷ୍ଟିଭାଲ୍‌

www.hongkongfp.com

ହଙ୍ଗ୍‌-କଙ୍ଗ୍‌ ଅନ୍ତର୍ଗତ କ୍ଷୁଦ୍ର ଦ୍ୱୀପ ଚିଉଙ୍ଗ୍‌-ଚାଉରେ ପ୍ରତି ବର୍ଷ ଚାଇନିଜ୍‌ ନବ ବର୍ଷ ଅବସରରେ ‘ବନ୍‌ ଫେଷ୍ଟିଭାଲ୍‌’ ଅନୁଷ୍ଠିତ ହୁଏ। ଷାଠିଏ ଫୁଟ ଉଚ୍ଚତାର ଏକ ଗୋଲାକାର ଖମ୍ବକୁ କୃତ୍ରିମ ଗୋଲାକାର ପାଉଁରୁଟି ବା ବନ୍‌ରେ ସଂପୂର୍ଣ୍ଣ ଆଚ୍ଛାଦିତ କରାଯାଏ। ପ୍ରତିଯୋଗୀମାନେ ଏକ କିଲୋମିଟର୍‌ ଦୂରରୁ ଖମ୍ବ ଆଡ଼କୁ ଦଉଡ଼ିବା ଆରମ୍ଭ କରନ୍ତି। ଯେଉଁ କୋଡ଼ିଏ ଜଣ ପ୍ରଥମେ ଖମ୍ବ ନିକଟରେ ପହଞ୍ଚନ୍ତି, ବନ୍‌ଗୁଡ଼ିକୁ ଟାଣି ବାହାର କରି, ଥଳିରେ ଭର୍ତ୍ତିକରିବା ପାଇଁ ସେମାନଙ୍କୁ ସୁଯୋଗ ମିଳେ।

publive-image www.teamasia.com

ଖମ୍ବଟିରୁ ବନ୍‌ ସଫା ହେବା ଯାଏ ପ୍ରତିଯୋଗିତା ଚାଲେ। ଯିଏ ସର୍ବାଧିକ ବନ୍‌ ସ˚ଗ୍ରହ କରିଥା’ନ୍ତି, ତାଙ୍କୁ ବିଜେତା ଘୋଷିତ କରାଯାଏ। ଏହି ପ୍ରତିଯୋଗିତା ବେଳେବେଳେ ଭୟଙ୍କର ରୂପ ନେଉଥିଲେ ହେଁ ଅନେକ ଦିନରୁ ଚାଲିଛି। ଅଶାନ୍ତି ସୃଷ୍ଟି କରୁଥିବା ପ୍ରେତାତ୍ମାଙ୍କୁ ଦୂରେଇରଖିବା ପାଇଁ ଅନେକ ବର୍ଷ ତଳେ ସେଠାରେ ଏହି ବିଚିତ୍ର ଉତ୍ସବ ଆରମ୍ଭ ହେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe