ରାସ୍ତାରେ ଜଳୁଥିବା ଚଳନ୍ତା କାର: ଭୟରେ ଦୌଡ଼ିଲେ ଲୋକେ, ଭିଡିଓ ଭାଇରାଲ

Advertisment

ଜୟପୁରର ଅଜମେର ରୋଡରେ ଏକ ଡ୍ରାଇଭର ନ ଥିବା କାରରେ ନିଆଁ ଲାଗିଥିବାବେଳେ ଏହା ରାସ୍ତାରେ ଗଡୁଥିବାର ଦେଖିବାକୁ ମିଳିଥିଲା। ରାସ୍ତାରେ ଯାଉଥିବା ଲୋକେ ଏହାକୁ ଦେଖି ଆତଙ୍କିତ ହୋଇଥିଲେ। ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି...

ଜୟପୁରର ଅଜମେର ରୋଡରେ ଏକ ଡ୍ରାଇଭର ନ ଥିବା କାରରେ ନିଆଁ ଲାଗିଥିବାବେଳେ ଏହା ରାସ୍ତାରେ ଗଡୁଥିବାର ଦେଖିବାକୁ ମିଳିଥିଲା। ରାସ୍ତାରେ ଯାଉଥିବା ଲୋକେ ଏହାକୁ ଦେଖି ଆତଙ୍କିତ ହୋଇଥିଲେ। ଏହାର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି...

WhatsApp Image 2024-10-13 at 1.49.08 PM

ଜୟପୁର: ହିନ୍ଦୀ ଫିଲ୍ମ ‘ଟାର୍ଜନ ଦି ୱାଣ୍ଡର କାର’ ଭଳି ଏକ ଘଟଣା ରାଜସ୍ଥାନର ଜୟପୁରର ଅଜମେର ରୋଡରେ ଦେଖିବାକୁ ମିଳିଛି। ଏହା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଫିଲ୍ମର ସ୍ମୃତିକୁ ପୁଣି ତାଜା କରି ଦେଇଛି। ଶନିବାର ସୁଦର୍ଶନପୁରା ପୁଲିଆ ରୋଡରେ ଏକ ଜଳନ୍ତା କାର ରାସ୍ତାରେ ଗଡୁଥିବାର ଦେଖି ଲୋକେ ଆତଙ୍କିତ ହୋଇ ଯାଇଥିଲେ।

ଆଶ୍ଚର୍ଯ୍ୟ ଜନକ ଭାବେ କାର ରାସ୍ତାରେ ଗଡି ଚାଲିଥିଲା। ଏହି ଜଳନ୍ତା କାର ଜଳନ୍ତା କାର ଏକ ମୋଟର ସାଇକେଲ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଜଳନ୍ତା କାର ଯୋଗୁ ଲୋକେ ଆତଙ୍କିତ ହୋଇ ଭୟରେ ରାସ୍ତାରେ ଦୌଡୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଜଳନ୍ତା କାର ଶେଷରେ ଏକ ରୋଡ ଡିଭାଇଡରରେ ମାଡ଼ ହୋଇଥିଲା। ତେବେ ଜଳନ୍ତା କାର ଯୋଗୁ ବ୍ୟସ୍ତ ବହୁଳ ଏହି ରାସ୍ତାରେ କାହାର କିଛି କ୍ଷତି ଘଟି ନ ଥିବା ପୁଲିସ ପକ୍ଷରୁ କୁହାଯାଇଛି। ତେବେ କାର୍‌ରେ କିପରି ଆଉ କାହିଁକି ନିଆଁ ଲାଗିଲା ତାହାର ତଦନ୍ତ ଜାରି ରହିଛି।

ଟାଇମ୍ସ ଅଫ୍ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ, ଏହି କାରଟି ମାନସରୋବରର ସାମ୍ବାଦିକ କଲୋନୀରେ ଥିବା ଦିବ୍ୟ ଦର୍ଶନ ଆପାର୍ଟମେଣ୍ଟର ବାସିନ୍ଦା ଜିତେନ୍ଦ୍ର ଜାଙ୍ଗିଦ୍ ଚଳାଉଥିଲେ। ଯିତେନ୍ଦ୍ର ଏକ ଏଲଭେଟେଡ୍ ରାସ୍ତାରୁ ଓହ୍ଲାଉଥିବା ସମୟରେ ଗାଡିର ଏୟାର କଣ୍ଡିସନର ୟୁନିଟରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ।

ସେ ତୁରନ୍ତ ତାଙ୍କ ଭାଇଙ୍କ ସହ ପରାମର୍ଶ ପାଇଁ ଯୋଗାଯୋଗ କରିଥିଲେ। ଭାଇ ତାଙ୍କୁ ବୋନେଟ୍ ତଳେ ଯାଞ୍ଚ କରିବାକୁ ପରାମର୍ଶ ଦେଇଥିଲେ। ଗାଡିରୁ ବାହାରି ବୋନେଟ ଉଠାଇବା ପରେ ଜିତେନ୍ଦ୍ର ଦେଖିଲେ  ଯେ ଇଞ୍ଜିନ ଜଳିବାରେ ଲାଗିଛି।

ଏହାପରେ ସେ ତୁରନ୍ତ କାରଠାରୁ ଦୂରେଇ ଯିବା ସହିତ ରାସ୍ତାରେ ଯାଉଥିବା ଲୋକଙ୍କୁ ମଧ୍ୟ ଦୂରେଇ ଯିବାକୁ ପାଟି କରି କହିଥିଲେ। ଖବର ପାଇ ଦମକଳ ବାହିନୀ ଆସିବା ବେଳକୁ କାରଟି ସମ୍ପୂର୍ଣ୍ଣ ଜଳି ସାରିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe