ଆଠଘଣ୍ଟା ଚାକିରି ଓ ପାଞ୍ଚ ଘଣ୍ଟା ପାଠପଢ଼ି ବସ୍‌ କଣ୍ଡକ୍ଟର ଆଇଏଏସ୍ ପରୀକ୍ଷାରେ ସଫଳ ହେଲେ

ଆଠଘଣ୍ଟା ଚାକିରି ଓ ପାଞ୍ଚ ଘଣ୍ଟା ପାଠପଢ଼ି ବସ୍‌ କଣ୍ଡକ୍ଟର ଆଇଏଏସ୍ ପରୀକ୍ଷାରେ ସଫଳ ହେଲେ

Indiatimes.com

ବେଙ୍ଗାଲୁରୁ: ସଂଙ୍ଘୀୟ ଲୋକ ସେବା ଆୟୋଗ (ୟୁପିଏସସି) ପରୀକ୍ଷା ଦେଶର ସବୁଠାରୁ ପ୍ରତିଷ୍ଠିତ ପରୀକ୍ଷା ମଧ୍ୟରୁ ଗୋଟିଏ। ଏହି ପରୀକ୍ଷାରେ ସଫଳ ହେଲେ ଆଇଏଏସ୍ ଓ ଆଇପିଏସ୍ ଭଳି ବଡ଼ ପଦ ପାଇଁ ନିୟୁକ୍ତି ମିଳିଥାଏ। ୟୁପିଏସସି ପରୀକ୍ଷାରେ ସଫଳ ହେବା ପାଇଁ ସେମିତି କଠିନ ପରିଶ୍ରମ ବି କରିବାକୁ ପଡ଼ିଥାଏ। ତେବେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବେଙ୍ଗାଲୁରୁର ଜଣେ ବସ୍‌ କଣ୍ଡେକ୍ଟର ଉଦାହରଣ ସୃଷ୍ଟି କରିଛନ୍ତି।  ଚାକିରି କରିବା ସହିତ ପାଠପଢ଼ି ୟୁପିଏସ୍‌ସି ପରୀକ୍ଷା ପାସ୍‌ କରି  ସେ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି।

୨୯ବର୍ଷୀୟ ମଧୁ ଏନ୍‌ସି ବିଏମ୍‌ଟିସିରେ ଜଣେ ବସ୍‌ କଣ୍ଟକ୍ଟର ଭାବେ କାମ କରନ୍ତି। ସେ ୟୁପିଏସ୍‌ସିର ପ୍ରି ଓ ମେନ୍ ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ମାର୍ଚ୍ଚ ୨୫ ତାରିଖରେ ତାଙ୍କର ଇଣ୍ଟରଭ୍ୟୁ ଅଛି। ଏସବୁ ଭଗବାନଙ୍କ ଆର୍ଶୀବାଦ ସହିତ ତାଙ୍କର ଆତ୍ମବିଶ୍ୱାସ ଓ କଠିନ ପରିଶ୍ରମ ହେତୁ ଏହା ସମ୍ଭବ ହୋଇପାରିଛି ବୋଲି ବସ୍‌ କଣ୍ଡେକ୍ଟର ମଧୁ କହନ୍ତି।

Image result for bus-conductor-from-bangalore-who-cleared-upsc-mains-exam Bangalore Mirror

ମଧୁଙ୍କ ପରିବାର କହିଲେ ତାଙ୍କ ଭାଇ, ଭାଉଜ ଓ ମା’ ବାପା। ମଧୁ ତାଙ୍କ ପରିବାରର ଏକମାତ୍ର ସଦସ୍ୟ, ଯିଏକି ପାଠପଢ଼ିଛନ୍ତି। ଗତବର୍ଷ ମଧୁ ପ୍ରିଲିମ୍ ପରୀକ୍ଷାର ସଫଳ ହେବା ପରେ ମେନ୍ ପରୀକ୍ଷା ପାଇଁ ମନଦେଇ ପାଠପଢ଼ିଥିଲେ ଏବଂ ଆଜି ସେ ଏହି ପରୀକ୍ଷାରେ ସଫଳ ହୋଇଛନ୍ତି।

ମଧୁ ୧୯ବର୍ଷ ବୟସରୁ କଣ୍ଡକ୍ଟର କାମ ଆରମ୍ଭ କରିଥିଲେ। ସେ ଏସବୁ ବ୍ୟତୀତ ରାଜନୀତି ବିଜ୍ଞାନରେ ଏମଏ ଡିଗ୍ରି ବି ହାସଲ କରିଛନ୍ତି । ମଧୁଙ୍କ ମା’ଙ୍କୁ ୟୁପିଏସସି କ’ଣ ବୋଲି ଜଣା ନଥିବା ବେଳେ ସେ ପୁଅର ଏଭଳି ସଫଳତାରେ ବହୁତ ଖୁସି ଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe