ବସ୍‌ କଣ୍ଡକ୍ଟରଙ୍କ ଝିଅ ଆଇପିଏସ୍‌, ନାମ ଶୁଣିଲେ ଥରହର ହୋଇଉଠନ୍ତି ଅପରାଧୀ

ବସ୍‌ କଣ୍ଡକ୍ଟରଙ୍କ ଝିଅ ଆଇପିଏସ୍‌, ନାମ ଶୁଣିଲେ ଥରହର ହୋଇଉଠନ୍ତି ଅପରାଧୀ

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶର କୁଲ୍ଲରେ ଏସପି ଭାବେ ଅବସ୍ଥାପିତ ଆଇପିଏସ୍‌ ଅଧିକାରୀ ଶାଲିନୀ ଅଗ୍ନିହୋତ୍ରୀ  ସମସ୍ତଙ୍କ ପାଇଁ ପ୍ରେରଣା ହେବା ସହିତ ଅପରାଧୀଙ୍କ ପାଇଁ  କାଳ ସାଜିଥିବା କୁହାଯାଉଛି।  ଅଗ୍ନିହୋତ୍ରୀଙ୍କ  ନାମ ଶୁଣିଲେ ଅପରାଧୀ ଥରହର ହୋଇଉଠନ୍ତି ବୋଲି କୁହାଯାଏ। ଏଭଳି ସଫଳତା ପାଇଥିବା ଶାଲିନୀ ଅଗ୍ନିହୋତ୍ରୀଙ୍କୁ ଏଥିଲାଗି ଅନେକ ସଂଘର୍ଷ କରିବାକୁ ପଡ଼ିଛି। ଅାସନ୍ତୁ ଜାଣିବା ତାଙ୍କ କାହାଣୀ।

publive-image

ଏକ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିବା ଶାଲିନୀ କଠିନ ପରିଶ୍ରମ କରି ଆଇପିଏସ୍‌ ହେବାର ସ୍ୱପ୍ନକୁ ସାକାର କରିଥିଲେ। କୁଲ୍ଲୁରେ ପୋଷ୍ଟିଙ୍ଗ୍‌ ସମୟରେ ନିଶାଡିଆ ଓ ନିଶାକାରବାରରେ ଲିପ୍ତ ଥିବା ଅପରାଧୀଙ୍କ ବିରୋଧରେ ସେ ଏକ ଶକ୍ତ ଅଭିଯାନ ଆରମ୍ଭ କରିଥିଲେ। ଶାଲିନୀ ଜଣେ ସାଧାରଣ ବସ୍‌ କଣ୍ଡକ୍ଟରଙ୍କ ଝିଅ। ତାଙ୍କ ବାପା ରମେଶ କୁମାର ଅଗ୍ନିହୋତ୍ରୀ ଧର୍ମଶାଳାରେ ଏଚଆରଟିସିରେ କଣ୍ଡକ୍ଟର ଭାବେ କାମ କରନ୍ତି ଏବଂ ମା’ ଶୁଭଲତା ଜଣେ ଗୃହିଣୀ। ଭଉଣୀ ଡାକ୍ତର ଓ ଭାଇ ଇଣ୍ଡିୟାନ୍‌ ଆର୍ମିରେ କାର୍ଯ୍ୟରତ। ଗତ ମାର୍ଚ୍ଚ ୫ ତାରିଖରେ ତାଙ୍କର ବସ୍ତି ଜିଲ୍ଲାର ଏସ୍‌ପି ସଂକଳ୍ପ ଶର୍ମାଙ୍କ ସହିତ ବିବାହ ହୋଇଥିଲା।

publive-image

ତାଙ୍କ ପିଲାଦିନ ଧର୍ମଶାଳାରେ ଏକ ଭଡ଼ା ଘରେ ବିତିଛି। ଶାଲିନୀ ଧର୍ମଶାଳାରେ ପ୍ରାଥମିକ ଶିକ୍ଷା, ଶ୍ରବଣ କୁମାର କୃଷି ବିବିରେ ଗ୍ରାଜୁଏସନ୍‌ ଓ ପଞ୍ଜାବ ଏଗ୍ରିକଲଚର ୟୁନିଭର୍ସିଟି ଲୁଧିୟାନାରୁ ସେ ଏମଏସ୍‌ଇ ଶେଷ କରିଥିଲେ। ୧୮ ମାସ ପ୍ରସ୍ତୁତି ପରେ ଶାଲିନୀ ୨୦୧୧ରେ ୟୁପିଏସ୍‌ସି ପରୀକ୍ଷା ଦେଇଥିଲେ ଓ ସଫଳତା ସହ ଉତ୍ତୀର୍ଣ୍ଣ ହୋଇଥିଲେ। ପିତା, ମାତା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଆଶୀର୍ବାଦ ତଥା ନିଜ କଠିନ ପରିଶ୍ରମ ବଳରେ ସେ ଆଜି ଜଣେ ଆଇପିଏସ୍‌ ଅଧିକାରୀ ବନିଛନ୍ତି ବୋଲି କହିନ୍ତି ଶାଲିନୀ। ଟ୍ରେନିଂ (୬୫ତମ ବ୍ୟାଚ୍‌)ରେ ସର୍ବଶ୍ରେଷ୍ଠ ଟ୍ରେନି ଭାବେ ଶାଲିନି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଠାରୁ ପୁରସ୍କୃତ ବି ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe