ଅମରେଲୀ: ୩୦୦ଚାଷୀଙ୍କୁ ଋଣମୁକ୍ତ କରିଦେଲେ ଗାଁର ବ୍ୟବସାୟୀ। ଦୂର କଲେ ୩୦ବର୍ଷର ଦୁଃଖ । ଗୁଜରାଟର ଅମରେଲି ଜିଲ୍ଲାର ସାବରକୁଣ୍ଡଲାରେ ଅବସ୍ଥିତ ଜିରା ଗାଁରେ ଘଟିଛି ଏଭଳି ଘଟଣା। ୩୦ବର୍ଷ ଧରି ଋଣ ଭାର ତଳେ ଚାପି ହୋଇ ଜୀବନ ବିତାଉଥିବା ଚାଷୀଙ୍କ ଦୁଃଖର ଅନ୍ତ ଘଟାଇଛନ୍ତି ହୀରା ବ୍ୟବସାୟୀ। ଋଣ ଭାର ଅଧିକ ହେବା ପରେ ଚାଷୀ ଭାଇମାନେ ବିଷ ପିଇ ଆତ୍ମହତ୍ୟା କରୁଥିବାର ଅନେକ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହି ଖବର ଏବେ ଚର୍ଚ୍ଚାରେ ରହିଛି। ବ୍ୟବସାୟୀଜଣଙ୍କ ଏକା ସାଙ୍ଗରେ ୩୦୦ଚାଷୀଙ୍କ ଜୀବନ ବଞ୍ଚାଇ ଦେଲେ ବୋଲି ଅନେକ ମତ ରଖିଛନ୍ତି।

Advertisment

ମା’ଙ୍କ ଇଚ୍ଛା ପୂରଣ କଲେ ହୀରା ବ୍ୟବସାୟୀ

ସୂଚନା ମୁତାବକ, ୧୯୯୫ ମସିହାରେ ଗାଁର ସେବା ସହକାରୀ ମଣ୍ଡଳୀ ବନ୍ଦ ହେବା ପରେ, ପ୍ରାୟ ୩୦୦ ଚାଷୀ ଏହି ମଣ୍ଡଳୀର ଋଣ ଭାରରେ ବୁଡ଼ି ଯାଇଥିଲେ, ଯାହା ଫଳରେ ସେମାନେ ଅନ୍ୟ ବ୍ୟାଙ୍କରୁ ଫସଲ ଋଣ ପାଇପାରି ନଥିଲେ। ବର୍ଷ ବର୍ଷ ଧରି ନିଜ ଗାଁର ଚାଷୀଙ୍କୁ ଏହି ସମସ୍ୟା ସହ ଲଢ଼ୁଥିବା ଦେଖି ସାହାଯ୍ୟ କରିବାକୁ ଆଗକୁ ଆସିଥିଲେ ଗାଁର ମୂଳ ବାସିନ୍ଦା ତଥା ସୁରଟର ସଫଳ ହୀରା ବ୍ୟବସାୟୀ ବାବୁଭାଇ ଚୋଡୱାଡିଆ। ବାବୁଭାଇ ତାଙ୍କ ମାଆଙ୍କ ମୃତ୍ୟୁ ବାର୍ଷିକୀ ଅବସରରେ ଚାଷୀଙ୍କ ଦୁଃଖ ଦୂର କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ମାଆଙ୍କ ଇଚ୍ଛା ଥିଲା ଯେ, ତାଙ୍କ ସମ୍ପତ୍ତି ଏପରି କିଛି କାମ ପାଇଁ ବ୍ୟବହାର କରାଯାଉ ଯାହା ତାଙ୍କୁ ଖୁସି ଦେବ। ଏହାକୁ ଆଖି ଆଗରେ ରଖି ବାବୁଭାଇ ଚାଷୀଙ୍କ ଦୁଃଖ ଦୂର କରିବାକୁ ନିଷ୍ପତ୍ତି ନେଇଥିଲେ।

ଏଥିପାଇଁ ସେ ଗତ ୩୦ବର୍ଷ ଧରି ଗାଁର ୩୦୦ଜଣ ଚାଷୀଙ୍କ ଋଣ ପରିଶୋଧ କରିବା ପାଇଁ ୮୯ ଲକ୍ଷ ଟଙ୍କା ଦାନ କରିଥିଲେ। ଆଜି ଜୀରା ଗାଁରେ, ଅମରେଲି ସାଂସଦ ଭରତ ସୁତାରିଆ ଏବଂ ସାଭରକୁଣ୍ଡଲା-ଲିଲିଆ ବିଧାୟକ ମହେଶ କସୱାଲାଙ୍କ ସମେତ ବ୍ୟାଙ୍କ ଅଧିକାରୀଙ୍କ ଉପସ୍ଥିତିରେ ଚାଷୀମାନଙ୍କୁ 'Due Certificate' ପ୍ରଦାନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: Pakistani Sing Indian National Anthem: ବିଶ୍ବକପ ଚାଲିଥିବା ବେଳେ ଭାରତର ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନୀ

ଆହୁରି ପଢ଼ନ୍ତୁ: Pakistani Sing Indian National Anthem: ବିଶ୍ବକପ ଚାଲିଥିବା ବେଳେ ଭାରତର ଜାତୀୟ ସଙ୍ଗୀତ ଗାଇଲେ ପାକିସ୍ତାନୀ