ଭାରତର ଏହି ସହରରେ ରହିଛି ଏମିତି ଏକ ଦୋକାନ ଯେଉଁଠି ମାତ୍ର ୧୦ ଟଙ୍କାରେ ମିଳିଥାଏ ଦାମୀ ଜିନିଷ!

Advertisment
ଭାରତର ଏହି ସହରରେ ରହିଛି ଏମିତି ଏକ ଦୋକାନ ଯେଉଁଠି ମାତ୍ର ୧୦ ଟଙ୍କାରେ ମିଳିଥାଏ ଦାମୀ ଜିନିଷ!

ଦାମୀ ଜିନିଷ ମିଳୁଛି ଶସ୍ତାରେ। ଦାମ୍‌ ମାତ୍ର ୧୦ ଟଙ୍କା। ଆଜିର ମହଙ୍ଗା ଯୁଗରେ କେବେ ଚିନ୍ତା କରିଛନ୍ତି ଏତେ କମ୍‌ ଟଙ୍କାରେ ସବୁ ଜିନିଷ ମିଳିଯାଏ ବୋଲି। ହେଲେ ଏକଥା ସତ। ଏମିତି ଏକ ଦୋକାନ ଅଛି ଲୁଧିଆନାରେ ଯେଉଁଠି ୧୦ଟଙ୍କା ଦାମରେ ସବୁ ଜିନିଷ ମିଳିଯାଇପାରୁଛି।

ପ୍ରକାଶିତ ଖବର ଅନୁସାରେ, ଗରିବ ଲୋକଙ୍କୁ ସାହାଯ୍ୟ କରିବାର ଲକ୍ଷ୍ୟ ନେଇ ପଂଜାବରେ ଏକ ଏନଜିଓ ଏକ ଦୋକାନ ଖୋଲିଛି। ‘ନେକି କି ଦୁକାନ୍‌ ’ ନାମକ ଏହି ଦୋକାନରେ ସବୁ ଜିନିଷର ଦାମ୍‌ ମାତ୍ର ୧୦ ଟଙ୍କା। ଏଥିରେ ପୋଷାକପତ୍ର ଠାରୁ ଆରମ୍ଭ କରି ଜୋତା, ଖେଳନା ,ପୁସ୍ତକ, ବାସନକୁସନ ଓ ଘରର ଆସବାବପତ୍ର ବି ରହିଛି। ପ୍ରକୃତରେ ଏସବୁ ସେକେଣ୍ଡ ହ୍ୟାଣ୍ଡ ଜିନିଷ।

publive-image

ଗ୍ରାହକ ଆଧାର କାର୍ଡ ଦେଇ ଏହି ଜିନିଷ ପତ୍ର କିଣିଥାନ୍ତି। କିନ୍ତୁ ଏହି ଦୋକାନର ନିୟମ ଅନୁସାରେ ମାସକୁ ମାତ୍ର ୫ଟି ଜିନିଷ କିଣାଯାଇପାରେ। ଏହି ଦୋକାନଟି ସକାଳ ୬ଟାରୁ ସନ୍ଧ୍ୟା ୭ଟା ଯାଏ ଖୋଲା ରହେ। ‘ନେକି କି ଦୁକାନ୍‌’ ଗରିବ ଲୋକଙ୍କୁ ମଧ୍ୟ ମାଗଣାରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe