ସଞ୍ଚୟ କରି ରଖିଥିବା ଖୁଚୁରା ପଇସା ଧରି ଗାଡ଼ି କିଣିବା ପାଇଁ ସୋ’ରୁମରେ ପହଞ୍ଚିଥିଲେ ଦୋକାନୀ

Advertisment
ସଞ୍ଚୟ କରି ରଖିଥିବା ଖୁଚୁରା ପଇସା ଧରି ଗାଡ଼ି କିଣିବା ପାଇଁ ସୋ’ରୁମରେ ପହଞ୍ଚିଥିଲେ ଦୋକାନୀ

ନୂଆଦିଲ୍ଲୀ: ନିକଟରେ ଜଣେ ଦୋକାନୀ ମାସମାସ ଧରି ସଞ୍ଚୟ କରି ରଖିଥିବା ସମସ୍ତ ଖୁଚୁରା ପଇସା ଧରି ଗାଡ଼ି କିଣିବା ପାଇଁ ସୋ’ରୁମରେ ପହଞ୍ଚିଥିଲେ। ଉକ୍ତ ଦୋକାନୀଙ୍କ କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଭିଡିଓରେ ଦେଖିବାକୁ ମିଳୁଛି, ତିନି ଜଣ ଯୁବକ କଏନରେ ଭର୍ତ୍ତି ଗୋଟିଏ ବସ୍ତାକୁ ଟାଣି ଟାଣି ଆଣୁଛନ୍ତି। ଏହାପରେ କଏନଗୁଡ଼ିକୁ ଝୁଡିରେ ଢ଼ାଳୁଛନ୍ତି। ଝୁଡ଼ିରେ ଥିବା କଏନଗୁଡ଼ିକୁ ସୋ’ରୁମ କର୍ମଚାରୀମାନେ ଗଣିବା ଆରମ୍ଭ କରୁଛନ୍ତି । ଗାଡ଼ିର ମୂଲ୍ୟ ଅନୁଯାୟୀ ସୋ’ରୁମ କର୍ମଚାରୀ ଉକ୍ତ କଏନ ଗ୍ରହଣ କରିଥିଲେ। ନିଜ ରୋଜଗାରରେ ଦୁଇଚକିଆ ଗାଡ଼ି କରିବାର ଅନେକ ଦିନର ସ୍ବପ୍ନ ପୂରା ହେବା ପରେ ଖୁସିରେ କାନ୍ଦି ପକାଇଥିଲେ ଦୋକାନୀ।

man saves in coins to buy scooter Archives - Newspostalk - Global News  Platform

ୟୁଟ୍ୟୁବର ହିରକ ଜେ ଦାସ ପ୍ରଥମେ ଏହି ଘଟଣାର ଫଟୋ ଫେସବୁକରେ ସେୟାର କରିଥିଲେ। ଆଉ କ୍ୟାପସନରେ ଲେଖିଥିଲେ, ‘ଯଦିଓ ସ୍ୱପ୍ନ ପୂରଣ କରିବା ପାଇଁ ଅଧିକ ଟଙ୍କା ଦରକାର ପଡିଥାଏ, ଅଳ୍ପ ଅଳ୍ପ ସଞ୍ଚୟ କରି ଏହାକୁ ପୂରଣ କରାଯାଇପାରେ ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe