ଭାରତ ମୋବିଲିଟି ଏକ୍ସପୋରେ ବିୱାଇଡି କମ୍ପାନି ତରଫରୁ ଲଞ୍ଚ ହୋଇଥିଲା ଏହାର ପ୍ରିମିୟମ୍ ଇଲେକ୍ଟ୍ରିକ୍ କାର୍ ସିଲାଅନ୍ ୭, ଯାହାର ପ୍ରାରମ୍ଭିକ ମୂଲ୍ୟ ହେଉଛି ୪୮.୯୦ ଲକ୍ଷ ଟଙ୍କା (ଏକ୍ସ ସୋ’ ରୁମ୍)। ପ୍ରିମିୟମ୍ ଓ ପର୍ଫର୍ମାନ୍ସ ନାମରେ ଏହାର ଦୁଇଟି ଭାରିଆଣ୍ଟ ରହିଛି। ଉଭୟ ଭାରିଆଣ୍ଟରେ ୮୨.୫ କିଲୋୱାଟ୍ର ବ୍ୟାଟେରି ପ୍ୟାକ୍ ରହିଛି। ଏଥିରେ ଭେଇକିଲ୍-ଟୁ-ଲୋଡ୍ (ଭିଟିଏଲ୍) ଟେକ୍ନୋଲୋଜି, ୧୫.୬ ଇଞ୍ଚର ଇନ୍ଫୋଣ୍ଟମେଣ୍ଟ୍ ଡିସ୍ପ୍ଲେ, ନାପା ଲେଦର୍ ସିଟ୍, ଏନ୍ଏଫ୍ସି କାର୍ଡ କି’, ୧୨୮ କଲର୍ ଆମ୍ବିଏଣ୍ଟ ଲାଇଟିଂ ଅପ୍ସନ୍, ପାନୋରାମିକ୍ ଗ୍ଲାସ୍ରୁଫ୍ ୱିଥ୍ ଇଲେକ୍ଟ୍ରିକ୍ ସନ୍ସେଡ୍, ହେଡ୍-ଅପ୍ ଡିସ୍ପ୍ଲେ, ୧୧ଟି ଏୟାରବ୍ୟାଗ୍, ୫୦ ୱାଟ୍ର ୱେୟାର୍ଲେସ୍ ଚାର୍ଜର୍, ଲେବଲ୍-୨ ଆଡାସ୍ ସୁଟ୍, ୩୬୦ଂ କ୍ୟାମେରା, ଇଲେକ୍ଟ୍ରୋନିକ୍ ପାର୍କିଂ ବ୍ରେକ୍ ପରି ବୈଶିଷ୍ଟ୍ୟ ରହିଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏହାର ଟପ୍ ଡ୍ରାଇଭିଂ ରେଞ୍ଜ ରହିଛି ୫୬୭ କିଲୋମିଟର୍। ଏହା ଆଣ୍ଟଲାଣ୍ଟିସ୍ ଗ୍ରେ, କସ୍ମସ୍ ବ୍ଲାକ୍, ଅରୋରା ହ୍ବାଇଟ୍ ଓ ସାର୍କ ଗ୍ରେ ପରି ୪ଟି ରଙ୍ଗରେ ଉପଲବ୍ଧ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us