ଲକ୍ଷ୍ନୌ: ୟୁପିର ରାଜଧାନୀ ଲକ୍ଷ୍ନୌରେ ଟ୍ରାଫିକ୍ ପୁଲିସ୍ ସମ୍ମୁଖରେ ବିଚ୍ ରାସ୍ତାରେ ଜଣେ ଯୁବତୀଙ୍କଠାରୁ ଚାପୁଡା ଉପରେ ଚାପୁଡା ଖାଇଥିଲେ ଜଣେ କ୍ୟାବ ଚାଳକ। ଏହି ଘଟଣା ଆପଣଙ୍କର ମନେ ଥିବ ନିଶ୍ଚୟ। ତେବେ ଘଟଣାର କିଛି ଦିନ ପରେ ଏବେ ସେହି କ୍ୟାବ ଚାଳକଜଣକ ରାଜନୀତିରେ ପ୍ରବେଶ କରିବେ ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ କ୍ୟାବ ଡ୍ରାଇଭର ସାଦତ ଅଲି ଅଖିଳେଶ ଯାଦବଙ୍କ ମାମୁଁ ଶିବପାଲ ଯାଦବଙ୍କ ଦଳରେ ଯୋଗ ଦେଇଛନ୍ତି।
 Zee Newsଦଳରେ ଯୋଗଦେବା ପରେ ସାଦତ ଅଲି କହିଛନ୍ତି ଯେ, ତାଙ୍କ ସହ ଘଟିଥିବା ଘଟଣାକୁ ସେ କେବେବି ଭୁଲି ପାରିବେ ନାହିଁ। ନିଜେ ଯେପରି ସର୍ବ ସମ୍ମୁଖରେ ଜଣେ ମହିଳାଙ୍କ ଦ୍ୱାରା ଅପମାନିତ, ନିର୍ଯାତିତ ହୋଇଛନ୍ତି, ଆଉ କୌଣସି ପୁରୁଷ ଯେପରି ସେଭଳି ନିର୍ଯାତିତ ନହୁଅନ୍ତି ସେଥିପାଇଁ ଅଣ୍ଟା ଭିଡିଛନ୍ତି ସାଦତ । ପୁରୁଷଙ୍କ ପାଇଁ ସ୍ୱର ଉଠାଇବେ । ଯେଉଁଠି ବି ପୁରୁଷଙ୍କ ଉପରେ କିଛି ଅନ୍ୟାୟ ହେବ ସେଠି ନ୍ୟାୟ ପାଇଁ ଲଢେଇ କରିବେ । ଏହି ଲକ୍ଷ୍ୟ ନେଇ ରାଜନୀତିରେ ପାଦ ଥାପିଥିବା କହିଛନ୍ତି ସାଦତ୍ ।
 Zee Newsଉଲ୍ଲେଖଯୋଗ୍ୟ, ଜୁଲାଇ ୩୦ରେ କ୍ୟାବ ନେଇ ଯାଉଥିଲେ ସାଦତ୍ । ହଠାତ୍ ପ୍ରିୟଦର୍ଶିନୀ ଯାଦବ ନାମକ ଯୁବତୀ ତାଙ୍କ ଗାଡିକୁ ରୋକିଥିଲେ । ସେ କିଛି ବୁଝିବା ପୂର୍ବରୁ ସାଦତଙ୍କ ଗାଲରେ ଚାପୁଡା ପରେ ଚାପୁଡା ବର୍ଷା କରିଥିଲେ ପ୍ରିୟଦର୍ଶିନୀ । ଘଟଣାସ୍ଥଳରେ ଏକାଧିକ ଲୋକେ ଉପସ୍ଥିତ ଥାଇ ବି ସାଦତଙ୍କୁ ନା କେହି ସୁରକ୍ଷା ଦେବାକୁ ଆସିଥିଲେ ନା କେହି କାରଣ ଜାଣିବାକୁ ଚେଷ୍ଟା କରିଥିଲେ । ପୁଲିସ ବି ଠିକ ସମୟରେ ପହଞ୍ଚିନଥିଲା । ପ୍ରିୟଦର୍ଶିନୀ କେବେ ତାଙ୍କୁ ଚାପୁଡା ମାରୁଥିଲେ ତ କେତେବେଳେ ତାଙ୍କ ସାର୍ଟର କଲର ଧରି ଘୋଷାଡି ନେଉଥିଲେ । ଘଟଣାରେ ପୁଲିସ ଯୁବତୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବଦଳରେ ଓଲଟି ସାଦତଙ୍କୁ ତାଗିଦ କରି ଥାନାକୁ ନେଇଯାଇଥିଲା । ହେଲେ ଘଟଣା ସମୟର ଭିଡିଓ ସାରା ଦେଶରେ ଭାଇରାଲ ହେବା ପରେ ପୁଲିସ ଜାଣିଥିଲା ପ୍ରକୃତ ଘଟଣା । ଏହାପରେ ଯୁବତୀଙ୍କ ନାଁରେ ଲୁଟ, ମାରପିଟ ଓ ଅନ୍ୟ ଧାରାରେ ମାମଲା ଦାଏର କରିଥିଲେ ବି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ।
  
 Follow Us