ସାମୁଦ୍ରିକ ଜୀବଙ୍କ ବଞ୍ଚିବାର କ୍ଷମତା ହ୍ରାସ କରୁଛି ଶବ୍ଦ ପ୍ରଦୂଷଣ, ହରାଉଛନ୍ତି ଶ୍ରବଣ ଶକ୍ତି

Advertisment
ସାମୁଦ୍ରିକ ଜୀବଙ୍କ ବଞ୍ଚିବାର କ୍ଷମତା ହ୍ରାସ କରୁଛି ଶବ୍ଦ ପ୍ରଦୂଷଣ, ହରାଉଛନ୍ତି ଶ୍ରବଣ ଶକ୍ତି

ନୂଆଦିଲ୍ଲୀ: ସମୁଦ୍ରରେ ମଣିଷର ଚଳପ୍ରଚଳ ବୃଦ୍ଧି ସମୁଦ୍ରିକ ଜୀବଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଉଛି। ଏହି ଶବ୍ଦ ସେମାନଙ୍କର ଖାଦ୍ୟଗ୍ରହଣ, ପ୍ରଜନନ ଏବଂ ଶିକାରୀଙ୍କଠାରୁ ରକ୍ଷା ପାଇବାର କ୍ଷମତାକୁ ପ୍ରଭାବିତ କରୁଛି। କୁହାଯାଏ ଯେ ବାୟୁ ଅପେକ୍ଷା ଜଳରେ ଶବ୍ଦ ଅଧିକ ଦ୍ରୁତ ଗତିରେ ଦୂର ପର୍ଯ୍ୟନ୍ତ ଗତି କରିଥାଏ । ଦିନକୁ ଦିନ ମଣିଷର ଚଳପ୍ରଚଳ ସହ ଶିକାରୀଙ୍କ ସଂଖ୍ୟା ବଢ଼ିବା ସାମୁଦ୍ରିକ ଜୀବଙ୍କ ପାଇଁ ବିପଦ ପାଲଟିଛି।

ଆନ୍ତର୍ଜାତୀୟ ଜର୍ଣ୍ଣାଲ ‘ସାଇନ୍ସ’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ମାନବୀୟ କାରଣ ହେତୁ ସମୁଦ୍ରରେ ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଉଛି। ମଣିଷ ପାଇଁ ସମୁଦ୍ରର ପ୍ରାକୃତିକ ଧ୍ୱନି ହଜିଯାଉଛି, ଯାହାର ପ୍ରଭାବ ଛୋଟ ଚିଙ୍ଗୁଡ଼ିଠାରୁ ଆରମ୍ଭ କରି ହଜାରେ କିଲୋ ଓଜନ ବିଶିଷ୍ଟ ତିମି ଉପରେ ମଧ୍ୟ ପଡ଼ୁଛି। ଜଳବାୟୁ ପରିବର୍ତ୍ତନ ଏବଂ ବଢ଼ୁଥିବା ପ୍ରଦୂଷଣ ସମୁଦ୍ର ଓ ଗଭୀର ଜଳରେ ରହୁଥିବା ଜୀବମାନଙ୍କ ଉପରେ ବ୍ୟାପକ କୁପ୍ରଭାବ ପକାଉଛି।

publive-image downtoearth

ଜାହାଜ ଚଳାଚଳ, ତୈଳ ଓ ଗ୍ୟାସ ପରିବହନ ପାଇଁ ସମୁଦ୍ର ପଥର ବ୍ୟବହାର, ସମୁଦ୍ରବକ୍ଷରୁ ତୈଳ ଓ ପ୍ରାକୃତିକ ବାଷ୍ପ ଉତ୍ତୋଳନ ଏବଂ ବିଭିନ୍ନ ପରୀକ୍ଷଣ ପାଇଁ ସମୁଦ୍ରକୁ ବ୍ୟବହାର କରାଯାଉଥିବାରୁ  ଶବ୍ଦ ପ୍ରଦୂଷଣ ବୃଦ୍ଧି ପାଉଛି। ଏସବୁ କାର୍ଯ୍ୟକଳାପ ଗଭୀର ସମୁଦ୍ର ତଳେ ଥିବା ପାଣିର ଶବ୍ଦତରଙ୍ଗକୁ ବଦଳାଇଦେଇଛି। ଏହାର ପ୍ରଭାବ ଡଲଫିନ୍ ଓ ତିମି ମାଛ ଉପରେ ପଡ଼ୁଥିବା ବେଳେ ଅନେକ ସମୟରେ ସେମାନେ ନିଜ ଶ୍ରବଣ ଶକ୍ତି ହରାଇ ବସନ୍ତି। ଏହି ଜୀବମାନେ ସେମାନଙ୍କର ରାସ୍ତା ଖୋଜିବା ପାଇଁ ଧ୍ୱନି ଉପରେ ନିର୍ଭର କରୁୁଥିବା ବେଳେ ମନୁଷ୍ୟର କାର୍ଯ୍ୟକଳାପ ପାଇଁ ସେମାନେ ଭୁଲ ଦିଗକୁ ଚାଲିଯାଆନ୍ତି।

‌ତେବେ ସମୁଦ୍ରରେ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ଜାହାଜରେ କମ ଶବ୍ଦ କରୁଥିବା ପ୍ରୋପେଲର ଲଗାଯାଇପାରିବ। ଖନନ ପାଇଁ ଏହିପରି ଏକ କୌଶଳ ବ୍ୟବହୃତ କରାଯାଇପାରିବ, ଯାହା ସର୍ବନିମ୍ନ କମ୍ପନ ସୃଷ୍ଟି କରିବ। ଏହିପରି କିଛି କିଛି କୌଶଳ ଆପଣାଗଲେ ସମୁଦ୍ରରେ ଶବ୍ଦ ପ୍ରଦୂଷଣ ପ୍ରାୟ ଅଧା ହ୍ରାସ କରାଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe