ଭୁଲ ପାର୍ଶ୍ବରେ ଓଭର ଟେକ କରୁଥିବା ବ୍ୟକ୍ତିଙ୍କୁ ଓଟ ମାରିଲା ଗୋଇଠା: ଦେଖନ୍ତୁ ଭିଡିଓ

ଭୁଲ ପାର୍ଶ୍ବରେ ଓଭର ଟେକ କରୁଥିବା ବ୍ୟକ୍ତିଙ୍କୁ ଓଟ ମାରିଲା ଗୋଇଠା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଗାଡ଼ି ଚଲାଇବା ସମୟରେ ଟ୍ରାଫିକ ନିୟମ ମାନିବା ନିତାନ୍ତ ଆବଶ୍ୟକ। ସରକାର ଟ୍ରାଫିକ ନିୟମ କଡ଼ାକଡ଼ି ଭାବେ ପାଳନ କରିବାକୁ ଘୋଷଣା କରିଥିଲେ। ଟ୍ରାଫିକ ନିୟମ କଡ଼ାକଡି ହେବା ପରେ କିଛିଦିନ ହେବ ଯେଉଁ ଚାଳକମାନେ ଟ୍ରାଫିକ ନିୟମ ଭଙ୍ଗ କରିଥିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ମୋଟା ଅଙ୍କର ଜରିମାନା ଆଦାୟ ହୋଇଥିବା ଅନେକ ଖବର ସାମ୍ନାକୁ ଆସିଥିଲା।

ମାତ୍ର ଏମିତି ବି ଅନେକ ଲୋକ ଅଛନ୍ତି ଯେଉଁମାନେ ଟ୍ରାଫିକ ନିୟମ ଭାଙ୍ଗି ଫାଇନ ଦେଇ ମଧ୍ୟ ସୁଧରନ୍ତି ନାହିଁ।
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ଓଟ ଜଣେ ଅମାନିଆ ଗାଡ଼ି ଚାଳକଙ୍କୁ ରାସ୍ତାର ଭୁଲ ପାର୍ଶ୍ବରେ ଗାଡ଼ି ଚଳାଉଥିବା ନେଇ ପାନେ ଦେଇଥିବା ଦେଖିବାକୁ ମିଳୁଛି।

ଓଟ ଯାଉଥିବା ବେ‌ଳେ ଜଣେ ବ୍ୟକ୍ତି ଓଟର ବାମ ପଟେ ଓଭରଟେକ କରୁଥିଲେ। ଏହି ସମୟରେ ଗାଡ଼ି ଚାଳକଙ୍କୁ ଓଟା ଗୋଇଠା ମାରିଥିଲା। ଏହି ମାଡ଼ ଖାଇବା ପରେ ଗାଡ଼ି ଚାଳକ ଜଣକ ହାଠତ କିଛି ବୁଝି ନପାରି ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଯାଇଥିଲେ।

ଏହି ଭିଡିଓକୁ ଭାରତୀୟ ବନସେବା ଅଧୀକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ସେୟାର କରିଛନ୍ତି। ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାର ବିଭିନ୍ନ ପ୍ରକାର ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe