କହିପାରିବେ କି ଏହି ଦୁଇଟି ଫଟୋରେ କ’ଣ ଭିନ୍ନତା ରହିଛି ?

Advertisment
କହିପାରିବେ କି ଏହି ଦୁଇଟି ଫଟୋରେ କ’ଣ ଭିନ୍ନତା ରହିଛି ?

ନୂଆଦିଲ୍ଲୀ: ଖବରକାଗଜରେ ଆପଣଙ୍କୁ ସୁଡୋକୁ ଗେମ ଭଳି ଅନେକ ଖେଳ ଖେଳିବାର ସୁଯୋଗ ମିଳିଥାଏ। ତେବେ ଏବେର ସମୟକୁ ଡିଜିଟାଲ ଯୁଗ ବୋଲି କହୁଛନ୍ତି। ଏହି ଡିଜିଟାଲ ଯୁଗରେ ଆପଣଙ୍କୁ ଅନଲାଇନରେ ଅନେକ ଖେଳ ଖେଳିବାକୁ ମିଳିଥାଏ। ଏଥିମଧ୍ୟରୁ ଉପରୋକ୍ତ ଫଟୋରେ ଯେଉଁଭଳି କୁଇଜ ରହିଛି ଲୋକଙ୍କୁ ସେଭଳି ଖେଳ ଖେଳିବାକୁ ପ୍ରାୟତଃ ଭଲ ଲାଗିଥାଏ।

ଏହି ଖେଳଟି ହେଉଛି ଏକା ଭଳି ଦେଖାଯାଉଥିବା ଦୁଇଟି ଚିତ୍ର ଆପଣଙ୍କ ସାମ୍ନାରେ ଥିବ। କିନ୍ତୁ ଏଥିରେ ‌ଛୋଟଛୋଟ ଭିନ୍ନତା ଥିବ। ଯାହାକୁ ଆପଣଙ୍କୁ ଖୋଜି ବାହାର କରିବାକୁ ହେବ। ଏଥିପାଇଁ ୧୦ ସେକେଣ୍ଡର ଚ୍ୟାଲେଞ୍ଜ ଦିଆଯାଇଥିବ। ଏମିତି ଏକ ଫଟୋ ଉପରେ ରହିଛି। ଏହି ଚ୍ୟା‌ଲେଞ୍ଜକୁ ଆପଣାଇ କୁହନ୍ତୁ ତ ଦୁଇଟି ଫଟୋରେ ୫ଟି ଭିନ୍ନତା କ’ଣ କ’ଣ ରହିଛି। କହି ପାରିବେ କି?

ତେବେ ଆସନ୍ତୁ ଜାଣିବା ଏହି ଫଟୋରେ କ’ଣ କ’ଣ ଭିନ୍ନତା ରହିଛି।
ପ୍ରଥମ ପାର୍ଥକ୍ୟ ହେଉଛି, ଆପଣଙ୍କୁ ଦୁଇଟି ଫଟୋରେ ପିଜା ଡେଲିଭରି ବଏ ଦେଖିବାକୁ ମିଳୁଥିବ। ଗୋଟିଏରେ ପିଜା ଡେଲିଭରି ବଏର ଟୋପି ତଳୁ କେଶ ବାହାରି ଥିବା ବେଳେ ଅନ୍ୟଟିରେ ବାହାରି ନାହିଁ।

ଦ୍ବିତୀୟରେ ‌ଡେଲିଭରି ବଏ ପିନ୍ଧିଥିବା ପୋଷାକ ମଝିରେ ଫାଙ୍କ ଥିବା ବେଳେ ଅନ୍ୟଟିରେ ନାହିଁ। ସେହିପରି ଡେଲିଭରି ବଏର ପଛପାର୍ଶ୍ବରେ ଘର ଚିହ୍ନଭଳି ଦେଖାଉଥିବା ନୀଳ ରଙ୍ଗ କୋଠାରେ ଚାରିକୋଣିଆ ବକ୍ସ ଥିବା ବେଳେ ଅନ୍ୟଟିରେ ଏହା ନାହିଁ।

ଏଥିସହିତ ସେ ବସିଥିବା ପ୍ରଥମ ସ୍କୁଟର ଚକ ତିନିଟି ରଙ୍ଗର ଥିବା ବେଳେ ଅନ୍ୟଟିରେ ଦୁଇଟି ରଙ୍ଗ ଦେଖିବାକୁ ମିଳୁଛି। ଏଥିସହିତ ନୀଳ ରଙ୍ଗର କୋଠାରେ ଲାଗିଥିବା ଆଣ୍ଟିନା ଗୋଟିଏ ଫଟୋରେ ଯେମିତି ଅଛି ଅନ୍ୟଟିରେ ସାମାନ୍ୟ ଢ଼ଳିକି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe