କରୋନା ପାଇଁ ଭାଙ୍ଗି ଯିବାକୁ ଥିବା ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ଏପରି ବଞ୍ଚିଗଲା

Advertisment
କରୋନା ପାଇଁ ଭାଙ୍ଗି ଯିବାକୁ ଥିବା ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କ ଏପରି ବଞ୍ଚିଗଲା

ନୂଆଦିଲ୍ଲୀ: ବିଶ୍ବରେ କରୋନା ସଂକ୍ରମଣ ପୁଣିଥରେ ତାହାର ପ୍ରଭାବ ବିସ୍ତାର କରିଲାଣି। ଚୀନରେ କଟକଣା ହଟିବା ପରେ କରୋନା ବିସ୍ଫୋରଣ ହୋଇଛି। ସେଠାରେ ବସବାସ କରୁଥିବା ଅଧିକାଂଶ ଲୋକ କରୋନା‌ରେ ସଂକ୍ରମିତ ହୋଇଛନ୍ତି। ଏହି କାରଣରୁ ପରିସ୍ଥିତି ଅସମ୍ଭାଳ ହୋଇପଡ଼ିଛି। ଏହି କ୍ରମରେ ଏକ ଦମ୍ପତିଙ୍କ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ସେମାନେ କହୁଛନ୍ତି, ‘କରୋନା ହେତୁ ସେମାନଙ୍କ ଭାଙ୍ଗି ଯିବାକୁ ଥିବା ସମ୍ପର୍କ ବଞ୍ଚିଯାଇଛି।’

ପ୍ରକାଶିତ ରିପୋର୍ଟ ମୁତାବକ, ଉକ୍ତ ଦମ୍ପତିଙ୍କ କିଛିଦିନ ମଧ୍ୟରେ ଛାଡ଼ପତ୍ର ହେବାର ଥିଲା। ଏହି ସମୟରେ ସ୍ତ୍ରୀଙ୍କୁ କରୋନା ହୋଇଯାଇଥିଲା। ଘରେ ତାଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଥିଲା। ଏହି ସମୟରେ ଉକ୍ତ ମହିଳାଙ୍କ ସ୍ବାମୀ ବହୁତ ଯତ୍ନ କରିଥିଲେ। ସ୍ବାମୀଙ୍କ ଯତ୍ନ ଦେଖି ସ୍ତ୍ରୀଙ୍କ ମନ ବଦଳି ଯାଇଥିଲା। ଏହାପରେ ସେ ଛାଡ଼ପତ୍ର ନିଷ୍ପତ୍ତିରୁ ଓହରି ଯାଇଥିଲେ। କିଛିଦିନ ହେବ ଉକ୍ତ ଦମ୍ପତିଙ୍କ ଏହି କାହଣୀ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

କୁହାଯାଉଛି କି, ଦମ୍ପତି ଡିସେମ୍ବର ୧୪ ତାରିଖରେ ନିଜର ରେଜିଷ୍ଟ୍ରେସନ କରିଥିଲେ। କିନ୍ତୁ ଚୀନରେ ଛାଡ଼ପତ୍ର ପାଇଁ ଗୋଟିଏ ମାସର ସମୟ ଦିଆଯାଇଥାଏ। ଦମ୍ପତି ଆଶା ରଖିଥିଲେ କି ଛାଡପତ୍ର ପାଇଁ ଥିବା ଶେଷ କାଗଜପତ୍ର ଓ ସେମାନଙ୍କ ଅଧିକାରିକ ଛାଡ଼ପତ୍ରର ପ୍ରମାଣପତ୍ର ଆଗାମୀ ବର୍ଷ ଜାନୁଆରିରେ ଆସିଯିବ। ସେତିକି ଦିନ ପର୍ଯ୍ୟନ୍ତ ସ୍ବାମୀ-ସ୍ତ୍ରୀ ଏକାଠି ରହୁଥିଲେ। ଏହି କ୍ରମରେ ଚୀନରେ କରୋନା ବିସ୍ଫୋରଣ ହୋଇଯାଇଥିଲା। ଆଉ ସ୍ତ୍ରୀ କରୋନା ସଂକ୍ରମିତ ହୋଇ ଘରେ ସଙ୍ଗରୋଧରେ ରହିଥିଲେ। ଏହି ସମୟରେ ହୃଦୟରୁ ସ୍ବାମୀ ସ୍ତ୍ରୀର ଯତ୍ନ ନେଇଥିଲେ। ସ୍ବାମୀଙ୍କ ଠାରୁ ଏଭଳି ଯତ୍ନ ପାଇ ସ୍ତ୍ରୀ ଛାଡ଼ପତ୍ର ଦେବାରୁ ଓହରି ଯାଇଥିଲେ। ଆଉ ସ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିରେ ସ୍ବାମୀ ବି ରାଜି ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe