୧୫-୩୦ ସେକେଣ୍ଡ ମଧ୍ୟରେ କର୍କଟ ରୋଗ ସହ ୫୦ ପ୍ରକାରର ଚର୍ମ ରୋଗ ସମ୍ବନ୍ଧରେ ଜଣାଇବ ସ୍ମାର୍ଟଫୋନ

୧୫-୩୦ ସେକେଣ୍ଡ ମଧ୍ୟରେ କର୍କଟ ରୋଗ ସହ ୫୦ ପ୍ରକାରର ଚର୍ମ ରୋଗ ସମ୍ବନ୍ଧରେ ଜଣାଇବ ସ୍ମାର୍ଟଫୋନ

ନୂଆଦିଲ୍ଲୀ: କର୍କଟ ରୋଗ ଏଭଳି ଏକ ମାରାତ୍ମକ ରୋଗ ଯାହାର ଏପର୍ଯ୍ୟନ୍ତ ସ୍ଥାୟୀ ଚିକିତ୍ସା ଉପଲବ୍ଧ ହୋଇପାରି ନାହିଁ । କର୍କଟ ରୋଗ ହେଲେ ପ୍ରଥମେ ଶରୀରର କୋଷିକାଗୁଡ଼ିକ ନଷ୍ଟ ହୋଇଯାଇଥାଏ। ଏହା ସହ ଧୀରେ ଧୀରେ ବିଭିନ୍ନ ଅଙ୍ଗଗୁଡ଼ିକ ନଷ୍ଟ ହେବାକୁ ଲାଗିଥାଏ। ଯଦି ଏହି ରୋଗ ସମ୍ପର୍କରେ ଆରମ୍ଭରୁ ଜଣା ପଡ଼ିଯାଏ ତେବେ ଏହାର ଚିକିତ୍ସା ହୋଇପାରିବ ବୋଲି କର୍କଟ ରୋଗ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । କିନ୍ତୁ ଅଧିକାଂଶ ଲୋକଙ୍କୁ ରୋଗ ସମ୍ପର୍କରେ ବିଳମ୍ବରେ ଜଣାପଡିଥାଏ, ଯାହା ଦ୍ବାରା ସେମାନଙ୍କ ଚିକିତ୍ସା ସମ୍ଭବପର ହୋଇନଥାଏ। ବର୍ତ୍ତମାନ ଭାରତକୁ ଏକ ଏଭଳି ଆପ ଆସିଛି, ଯାହା ମାଧ୍ୟମରେ ୧୫-୩୦ ସେକେଣ୍ଡ ମଧ୍ୟରେ କର୍କଟ ରୋଗ ସହ ୫୦ ପ୍ରକାରର ଚର୍ମ ରୋଗ ସମ୍ବନ୍ଧରେ ଜଣିହେବ ।

ଦିଲ୍ଲୀ ଏମ୍ସ ନ୍ୟୁରୀଥମ ଲ୍ୟାବ୍ ସହ ମିଶି ଏଭଳି ଏକ ‘ଡର୍ମାଏଡ' ଆପ୍ ପ୍ରସ୍ତୁତ କରିଛି, ଯାହା ଦ୍ବାରା ମାତ୍ର ୧୫-୩୦ ସେକେଣ୍ଡ ମଧ୍ୟରେ ଚର୍ମରୋଗ ଓ ମୁଖଗହ୍ବର କର୍କଟ ରୋଗ ସହ ଅନ୍ୟ ୫୦ ପ୍ରକାରର ଚର୍ମ ରୋଗ ସମ୍ବଦ୍ଧରେ ଜାଣିହେବ। ଏମ୍ସର ପ୍ରଫେସର ସୋମେଶ ଗୁପ୍ତାଙ୍କ କହିବା ଅନୁସାରେ, ‘ଡର୍ମାଏଡ' ଆପ୍ ଆର୍ଟଫିସିଆଲ୍ ଇଣ୍ଟେଲିଜେନ୍ସ ଆଲଗାରିଦିମର ବ୍ୟବହାର କରିଥାଏ। ଏହା ଦ୍ବାରା ସାଧାରଣ ସ୍ମାର୍ଟଫୋନ ସାହାଯ୍ୟରେ ଚର୍ମ ରୋଗ ବିଷୟରେ ଜାଣି ହେବ । ଏହି ଆପ୍ ଦ୍ବାରା ଡାକ୍ତର ଖୁବ ସହଜରେ ଚର୍ମର ଅବସ୍ଥା ବିଷୟ‌ରେ ଜାଣିପାରିବେ। ଏହି ଆପ୍ ସହିତ ଡାକ୍ତର ରୋଗୀର ଚର୍ମରେ ହୋଇଥିବା ସଂକ୍ରମଣ ଫଟୋ ଉଠାଇ ଏହାକୁ କ୍ଲାଉଡ୍ ସର୍ଭରରେ ଅପଲୋଡ୍ କରିବେ। ୧୫-୩୦ ସେକେଣ୍ଡ ମଧ୍ୟରେ ମୋବାଇଲ୍ ଆପ୍ ଫଟୋର ବିଶ୍ଳେଷଣ କରି ସଂକ୍ରମଣ ବିଷୟରେ ସୂଚନା ଦେବ।

publive-image aajtak

ସେ ଆହୁରି କହିଛନ୍ତି ଯେ, ଡର୍ମାଏଡ୍ ଆପ୍ ୫୦ରୁ ଅଧିକ ଚର୍ମ ରୋଗ ଚିହ୍ନଟ କରିପାରିବ। ଆଗକୁ ଏହି ସଂଖ୍ୟାରେ ବୃଦ୍ଧି ଘଟିବ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆକଳନ ଅନୁଯାୟୀ ଭାରତରେ ମାତ୍ର ସାଢେ ବାର ଲକ୍ଷ ଏଲୋପାଥିକ ଡାକ୍ତର ଅଛନ୍ତି, ସେଥିମଧ୍ୟରୁ ମାତ୍ର ୩.୭୧ ଲକ୍ଷ ପ୍ରଫେସର ଅଟନ୍ତି । ଭାରତରେ ବର୍ତ୍ତମାନ ଚର୍ମ ବିଶେଷଜ୍ଞଙ୍କର ଅଭାବ ଥିବା ବେଳେ ଏହି ଆପ୍ ଚର୍ମ ସମସ୍ୟା ପାଇଁ ସହାୟକ ହେବ ବୋଲି ଆଶା କରାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe