ମୃତ୍ୟୁ ପୂର୍ବରୁ କର୍କଟ ଆକ୍ରାନ୍ତ ବାଳକର ଶେଷ ଇଚ୍ଛା କ’ଣ ରହିଛି ଜାଣନ୍ତୁ....

Advertisment
ମୃତ୍ୟୁ ପୂର୍ବରୁ କର୍କଟ ଆକ୍ରାନ୍ତ ବାଳକର ଶେଷ ଇଚ୍ଛା କ’ଣ ରହିଛି ଜାଣନ୍ତୁ....

ନୂଆଦିଲ୍ଲୀ: ଆମେରିକାର ଜାର୍ଜିଆସ୍ଥିତ ଅଟଲାଣ୍ଟା ସହରରେ ଡଷ୍ଟିନ୍‌ ସ୍ନାଇଡର ବସବାସ କରନ୍ତି।୧୯ବର୍ଷର ସ୍ନାଇଡର ଏକ ଦୁର୍ଲଭ ପ୍ରକାର କର୍କଟ ସାୟନୋବିୟଲ ସାର୍କୋମାରେ ପୀଡ଼ିତ ଅଛନ୍ତି। ଡାକ୍ତର ବି ସ୍ପଷ୍ଟ ଭାବେ କହିଦେଇଛନ୍ତି, ସ୍ନାଇଡର ପାଖରେ ବେଶୀ ସମୟ ନାହିଁ। କୌଣସି ମୁହୂର୍ତ୍ତରେ ବି ତାଙ୍କର ମୃତ୍ୟୁ ହୋଇପାରେ।

publive-image

କର୍କଟ ପୀଡିତ ସ୍ନାଇଡର ନିଜର ଏହି ରୋଗ ବିଷୟରେ ଜାଣିବା ପରେ, ଭାଙ୍ଗି ନପଡ଼ି ନିଜ ଜୀବନରେ ଯାହାବି କରିବାର ଇଚ୍ଛା ଥିଲା ସେ ସବୁକୁ ପୁରୁଣା କରିବାରେ ଲାଗି ପଡ଼ିଛନ୍ତି। ତାଙ୍କ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଶେଷ ଇଚ୍ଛାଟି ହେଉଛି ସେ ତାଙ୍କ ସ୍କୁଲ ସାଙ୍ଗ ସିଏରା ସିେଓ୍ଵରାଙ୍କୁ ବିବାହ କରିବେ। ତାଙ୍କ ପାଇଁ ସିରୟାର ଅର୍ଥ ଦୁନିଆ। ସିଏରା ତାଙ୍କ ପାଇଁ ସବୁକିଛି, ଯାହାକୁ ସେ ଶବ୍ଦରେ କହି ପାରିବି ନାହିଁ ବୋଲି କହିଥିଲେ।

ସ୍ନାଇଡରଙ୍କ କାହାଣୀ ଯେତେବେଳେ ଲୋକଙ୍କ ସାମ୍ନାକୁ ଆସିଲା। ସେମାନେ ସବୁ ସ୍ନାଇଡରଙ୍କ ବିଷୟରେ ସୋସିଆଲ ମିଡିଆରେ ଭାଇରାଲ କରିବାରେ ଲାଗିଲେ, ଏହା ପରେ ସମଗ୍ର ଦୁନିଆରେ ତାଙ୍କର ଲଭ ଷ୍ଟୋରି ଚର୍ଚ୍ଚାର ପରିସରରେ ରହିଛି।

ସ୍ନାଇଡର ଓ ସିଏରାଙ୍କ ପ୍ରେମ କାହାଣୀର ଆରମ୍ଭ ଦୁହେଁ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରୁ । ସିଏରା ଏହି ପ୍ରେମ କାହାଣୀକୁ ନେଇ କହନ୍ତି, ସ୍ନାଇଡର ମୋର ପ୍ରଥମ ପ୍ରେମ। ମୁଁ ମିଡଲ ସ୍କୁଲ ପରେ ତାଙ୍କଠାରୁ ଅଲଗା ହୋଇ ଯାଇଥିଲି। ଏବେ ହାଇସ୍କୁଲରେ ପୁଣିଥରେ ସାଥୀ ହୋଇଛୁ।

publive-image

ସ୍ନାଇଡର ଦେଢ଼ବର୍ଷ ହେବ କର୍କଟ ରୋଗରେ ପୀଡ଼ିିତ ଅଛନ୍ତି। ଏହା ତାଙ୍କ ପ୍ରେମିକା ଭଲ ଭାବେ ଜାଣିଥିଲେ। ଏହାପରେ ବି ସେ ସ୍ନାଇଡରଙ୍କ ସାଥୀରେ ଅଛନ୍ତି। ସ୍ନାଇଡରଙ୍କ ଏହି ଶେଷ ଇଚ୍ଛା ସମ୍ପର୍କରେ ଯେତେବେଳେ ଲୋକମାନେ ଜାଣିବାକୁ ପାଇଲେ ଅନେକ ତାଙ୍କୁ ସାହାଯ୍ୟ ପାଇ ହାତ ବଢ଼ାଇଥିଲେ। ଦୁହିଁଙ୍କ ବିବାହ ପାଇଁ ବି ଲୋକମାନେ ଆର୍ଥିକ ସହଯୋଗ କରିଛନ୍ତି।

ସ୍ନାଇଡର୍‌ଙ୍କ ମା’ କହନ୍ତି, ମୋତେ ବିଶ୍ୱାସ ହୁଏ ନାହିଁ ଏତେ ପରିମାଣ ଲୋକ ଆମକୁ ସାହାଯ୍ୟ କରିବେ। ସ୍ନାଇଡର ରବିବାର ଅର୍ଥାତ୍‌ ଜାନୁଆରି ୨୮ ତାରିଖରେ ତାର ପିଲାଦିନର ସାଥୀ ସହିତ ସିଏରାକୁ ବିବାହ କରିବାକୁ ଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe