ପାଞ୍ଚ ମିନିଟ୍‍ରେ ଚାର୍ଜ ହୋଇପାରୁଥିବା କାର୍ ବ୍ୟାଟେରି!

ପାଞ୍ଚ ମିନିଟ୍‍ରେ ଚାର୍ଜ ହୋଇପାରୁଥିବା କାର୍ ବ୍ୟାଟେରି!

Public News Update

ଆଗାମୀ କିଛି ଦଶନ୍ଧି ମଧ୍ୟରେ ପେଟ୍ରୋଲ୍ ଓ ଡିଜେଲ୍ ଚାଳିତ କାର୍‍‍ଗୁଡ଼ିକ ସ୍ଥାନରେ ବିଦ୍ୟୁତ୍ ଚାଳିତ କାର୍ ବ୍ୟବହାର ପାଇଁ ବିଭିନ୍ନ ଦେଶରେ ଯୋଜନା ହେଉଛି। ଏହା ପ୍ରାକୃତିକ ଇନ୍ଧନଜାତ ପ୍ରଦୂଷଣକୁ ବ୍ୟାପକ ରୂପେ ହ୍ରାସ କରି ପରିବେଶ ସୁରକ୍ଷା ଦିଗରେ ସହାୟକ ହୋଇପାରିବ। ତେବେ ବିଭିନ୍ନ କମ୍ପାନି ବ୍ୟାଟେରି ଚାଳିତ କାର୍ ନିର୍ମାଣ କରୁଥିଲେ ହେଁ ସେଗୁଡ଼ିକୁ ଚାର୍ଜ କରିବା ପାଇଁ ଅନେକ ଘଣ୍ଟା ଲାଗୁଥିବାରୁ ଏହା ପେଟ୍ରେଲ୍-ଡିଜେଲ୍ ଚାଳିତ କାର୍‍ର ସ୍ଥାନ ନେବା ଦିଗରେ ଏକ ବିରାଟ ପ୍ରତିବନ୍ଧକ ହୋଇ ରହିଆସିଥିଲା। ଇସ୍ରାଏଲ୍‍ର ଏକ କମ୍ପାନି ପ୍ରଥମ ଥର ପାଇଁ ପାଞ୍ଚ ମିନିଟ୍‍ରେ ସଂପୂର୍ଣ୍ଣ ଚାର୍ଜ ହୋଇପାରୁଥିବା ଏକ ଲିଥିୟମ୍-ଆୟନ୍‍ ବ୍ୟାଟେରି ନିର୍ମାଣ କରିବାରେ ସଫଳତା ହାସଲ କରିଛି। ଥରେ ଚାର୍ଜ ହେଲେ ଏହି ବ୍ୟାଟେରି ଚାଳିତ କାର୍‍‌ଟିଏ ୧୦୦ ମାଇଲ୍ ପର୍ଯ୍ୟନ୍ତ ଚାଲିପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe