ଛୋଟପିଲାକୁ ଧରି ବାଇକ୍ ନିକଟରେ ଠିଆ ହୋଇଥିଲେ ବ୍ୟକ୍ତି, ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଲା କାର୍; ଦେଖନ୍ତୁ ଏହି ଭିଡିଓ...

Advertisment
ଛୋଟପିଲାକୁ ଧରି ବାଇକ୍ ନିକଟରେ ଠିଆ ହୋଇଥିଲେ ବ୍ୟକ୍ତି, ଦ୍ରୁତ ଗତିରେ ଆସି ପଛପଟୁ ଧକ୍କା ଦେଲା କାର୍; ଦେଖନ୍ତୁ ଏହି ଭିଡିଓ...

ନୂଆଦିଲ୍ଲୀ: ଦୈନଦିନ ଜୀବନରେ କିଛି ନା କିଛି ଘଟଣା ବା ଦୁର୍ଘଟଣା ଘଟିଥାଏ । ସେହିଭଳି ରାସ୍ତାରେ ଯିବା ସମୟରେ ହେଉ କିମ୍ବା ଗାଡି ଚଳାଇବା ସମୟରେ ଆମ ସହିତ କ’ଣ ହେବ ତାହା କାହାରି ଧାରଣା ନଥାଏ । ପ୍ରତିଦିନ ସଡ଼କ ଦୁର୍ଘଟଣାର ହଜାର ହଜାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ଆପଣ ଦେଖି ଆଶ୍ଚର୍ୟ୍ୟଚକିତ ହୋଇଯିବେ। ଜଣେ ବ୍ୟକ୍ତି ନିଜ ଛୋଟପିଲାକୁ ନେଇ ଏକ ବାଇକ୍ ଉପରେ ବସାଇ ଥିଲେ ଏବଂ ହଠାତ୍ ପଛରୁ  ଦ୍ରୁତ ଗତିରେ ଗୋଟିଏ କାର ଆସିଲା.. ତା’ପରେ କ’ଣ ଘଟିଲା ଆପଣ କଳ୍ପନା ମଧ୍ୟ କରିପାରିବେ ନାହିଁ ।

ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିପାରିବେ ଯେ, ଜଣେ ବ୍ୟକ୍ତି ବାଇକ ନିକଟରେ ଏକ ଛୋଟପିଲାକୁ ଧରି ଠିଆ ହୋଇଛନ୍ତି । ହଠାତ୍  ଦ୍ରୁତ ଗତିରେ ଗୋଟିଏ କାର୍ ତାଙ୍କ ଆଡକୁ ମାଡିଆସୁଥିବା ଦେଖି ସେହି ବ୍ୟକ୍ତିଜଣକ ଆଖି ପିଛୁଳାକେ ପିଲାଟିକୁ କୋଳକୁ ଉଠାଇ ନେବା ମାତ୍ରେ ବାଇକକୁ ଧକ୍କା ଦେଇଥିଲା କାର୍ । କିଛି ବୁଝିବା ପୂର୍ବରୁ କାରଟି ବାଇକକୁ ପବନରେ ଉଡ଼ାଇ ନେଇଗଲା।

ଏହି ଭିଡିଓ ଏତେ ବିପଜ୍ଜନକ ଯେ ଏହାକୁ ଦେଖିବା ପରେ ଆପଣ କିଛି ସମୟ ପାଇଁ ସ୍ତବ୍ଧ ହୋଇ ରହିଯିବେ । ଏହି ଭିଡିଓ @ShockingClip ନାମରେ ଟ୍ୱିଟର ହାଣ୍ଡେଲରେ ଛଡ଼ାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଭିଡିଓକୁ ୪୧ହଜାରରୁ ଅଧିକ ଥର ଦେଖାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe