ସମୁଦ୍ର ଭିତରୁ ଟ୍ରାକ୍ଟର ସାହାଯ୍ୟରେ କାରକୁ ବାହାରକୁ ଅଣାଗଲା

ସମୁଦ୍ର ଭିତରୁ ଟ୍ରାକ୍ଟର ସାହାଯ୍ୟରେ କାରକୁ ବାହାରକୁ ଅଣାଗଲା

zeenews

ମୁମ୍ବାଇ: ମୁମ୍ବାଇ ନିକଟସ୍ଥ ବସଇରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଯେଉଁଥିରେ ନଓ୍ଵାପୁର ସମୁଦ୍ର କୂଳରେ ଏକ କାର ଭାସୁଥିବା ନଜର ଆସିଥିଲା।

ସୂଚନାଯୋଗ୍ୟ, କଲେଜ ଛାତ୍ର ଗାଡ଼ି ସମୁଦ୍ର କୂଳକୁ ନେଇ ଯାଇଥିଲେ। ଏହି ସମୟରେ ଲୋ ଟାଇଡ ଥିଲା। ଯେଉଁ କାରଣରୁ କାର ଏକ ସ୍ଥାନରେ ବାଲିରେ ଫସି ଯାଇଥିଲା। ଯାହାକୁ ବାହାର କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ଏଥିରେ ସମସ୍ତେ ଅସଫଳ ରହିଥିଲେ। କିଛି ସମୟ ପରେ ଯେତେବେଳେ ହାଇ ଟାଇଡ ଆସିଥିଲା ପବନର ବେଗ କାରକୁ କୂଳକୁ ଠେଲିବାକୁ ଲାଗିଥିଲା। ଏହାପରେ ବି କାର ପାଣିରୁ ବାହାରି ପାରି ନଥିଲା। କାରର ଅଧିକାଂଶ ଅଂଶ ପାଣି ପଶି ନଷ୍ଟ ହୋଇଯାଇଥିଲା। ଶେଷରେ କାରକୁ ଟ୍ରାକ୍ଟର ଜରିଆରେ ଟାଣି ବାହାରକୁ ଅଣାଯାଇଥିଲା।

ସୂଚନାଯୋଗ୍ୟ, କାରକୁ ସମୁଦ୍ରରୁ ବାହାରକୁ ବାହାର କରିବା ପରେ ଏଥିରେ ଅନେକ କ୍ଷୟ ଘଟିଛି। ଲହଡି ହେତୁ କାର ଅନେକ ସମୟରେ ପାଣି ଭିତରେ ଓଲଟି ପଡ଼ିଥିଲା। ଯେଉଁଥି ପାଇଁ କାର ଭିତରେ ପାଣି ଭରି ଯାଇଥିଲା। ଏହା ପ୍ରଥମ ଘଟଣା ନୁହେଁ। ଏହି ସ୍ଥାନରେ ଏମିତି ଘଟଣା ବହୁତ ଥର ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe