Advertisment

Care for the child at a play age! ଖେଳିବା ବୟସରେ ପାଳିବା ଚିନ୍ତା!

Advertisment

ସେ ହସିଲେ ଦୁନିଆ ହସେ, ହେଲେ ତା’ର ହସ ଅନେକ ଥର ଅବେଳରେ ମଉଳିଯାଏ। ସେ ତା’ବା‌ସରେ ଧରଣୀକୁ ପୁଲକିତ କରିବା ପୂର୍ବରୁ ଜଞ୍ଜାଳରେ ଚାପି ହୋଇଯାଏ। ବାହାବା ନେବା ବୟସରେ ଟାହିଟାପରାର ଶିକାର ହୁଏ ।

ସେ ହସିଲେ ଦୁନିଆ ହସେ, ହେଲେ ତା’ର ହସ ଅନେକ ଥର ଅବେଳରେ ମଉଳିଯାଏ। ସେ ତା’ବା‌ସରେ ଧରଣୀକୁ ପୁଲକିତ କରିବା ପୂର୍ବରୁ ଜଞ୍ଜାଳରେ ଚାପି ହୋଇଯାଏ। ବାହାବା ନେବା ବୟସରେ ଟାହିଟାପରାର ଶିକାର ହୁଏ ।

sfhhfshfxbbv

ସେ ହସିଲେ ଦୁନିଆ ହସେ, ହେଲେ ତା’ର ହସ ଅନେକ ଥର ଅବେଳରେ ମଉଳିଯାଏ। ସେ ତା’ବା‌ସରେ ଧରଣୀକୁ ପୁଲକିତ କରିବା ପୂର୍ବରୁ ଜଞ୍ଜାଳରେ ଚାପି ହୋଇଯାଏ। ବାହାବା ନେବା ବୟସରେ ଟାହିଟାପରାର ଶିକାର ହୁଏ । ମାଆ ମାଆ ଡାକି ପଣତକାନି ଆଢୁଆଳରେ ବୁଲିବା ବୟସରେ ସେ ନିଜେ ପାଲଟିଯାଏ ମାଆ! ଶୈଶବ ଓ କୈଶୋରର ଆନନ୍ଦ ଛଡ଼ାଇ ନିଏ ମାତୃତ୍ବର ବୋଝ। ଏହାକୁ ନେଇ ଏଥରର ପ୍ରଚ୍ଛଦ ପ୍ରସଙ୍ଗ...     
ପ୍ରତିବେଦନ: ବନ୍ଦନା ମିଶ୍ର୍ର

ଜୀବନକୁ ଠିକ୍‌ କରି ଚିହ୍ନି ନଥିବା ଝିଅଟିର କୋଳରେ ଏକ ଶିଶୁର ବୋଝ ତାକୁ ଭାରାକ୍ରାନ୍ତ କରେ। ବାଲ୍ୟ ବିବାହ, ପ୍ରେମ ସଂସର୍ଗ, ଦାରିଦ୍ର୍ୟ, ଅଶିକ୍ଷା ଆଦି କିଶୋରୀ ମାତୃତ୍ବର ପ୍ରମୁଖ କାରଣ ସାଜିଥିବା ବେଳେ ଶାରୀରିକ ଶୋଷଣ ବି ଏଥିପାଇଁ କିଛି କମ୍‌ ଦାୟୀ ନୁହେଁ। ଯୌନ ପିପାସୁମାନେ କମ୍‌ ବୟସର ଝିଅଙ୍କୁ ପ୍ରେମର ଦ୍ବାହିଦେଇ ସେମାନଙ୍କ ସହ ଶାରୀରିକ ସଂପର୍କ ଯୋଡ଼ିବା ଏବଂ ଅଜ୍ଞତାବଶତଃ ଝିଅଟି ଗର୍ଭବତୀ ହେବା ଘଟଣା ଏବେ ପ୍ରାୟତଃ ସମ୍ବାଦପତ୍ର ପୃଷ୍ଠାରେ ଦେଖିବାକୁ ମିଳୁଛି। ଓଡ଼ିଶାରେ କିଶୋରୀ ମାତୃତ୍ବ ଏକ ଚିନ୍ତାଜନକ ବିଷୟ କହିଲେ ଭୁଲ୍‌ ହେବନାହିଁ।

Health: ନଗଡ଼ାର କୁପୋଷଣ ଶିଶୁକୁ ଜଡ଼ିବୁଟି ଚିକିତ୍ସା; ଜିଦ୍‌ରେ ଅଟଳ ଅବୁଝା ଜୁଆଙ୍ଗ ଦମ୍ପତି

ଡଲି ବୁଝିପାରିଲାନି ଦିନେଶର ଚକ୍ରାନ୍ତ!
କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରିର ଏକ ମଧ୍ୟବିତ୍ତ ପରିବାର ଯେତେବେଳେ ଜାଣିଲେ ଯେ ତାଙ୍କ ସପ୍ତମ ଶ୍ରେଣୀର ଝିଅ ୬ ମାସର ଗର୍ଭବତୀ, ସେତେବେଳେ ବାପାମାଆଙ୍କ ପାଦତଳୁ ମାଟି ଖସିଗଲା। ସେମାନେ ବିଚଳିତ ହୋଇ ପଡ଼ିଲେ। ଦିନେ ଯେଉଁ ଝିଅ ପାଇଁ ମୁଣ୍ଡ ଉପରକୁ କରି ଚାଲିବେ ବୋଲି ଭାବିଥିଲେ, ତା’ଲାଗି ସମାଜରେ ସେମାନଙ୍କ ମଥା ତଳକୁ ହୋଇଗଲା। କିନ୍ତୁ ନିଷ୍ପାପ ଝିଅଟି ବି କ’ଣ କରିବ? ସେ ତ ବୁଝିପାରି ନଥିଲା ସେ ‌କାମୁକର ଚକ୍ରାନ୍ତକୁ! ଇଏ ୨୦୨୫ ମସିହା ଫେବ୍ରୁଆରି ମାସର କଥା। ଜଣେ ପରିଚିତ ବ୍ୟକ୍ତିର ଯୌନ ପିପାସାର ଶିକାର ହୋଇଥିଲା ଝିଅଟି। ନିଜ ଶରୀରର ଭୋକ ମେଣ୍ଟେଇବା ପାଇଁ ସେ ଦୁର୍ବୃତ୍ତ ସ୍କୁଲ୍‌ପଢୁଆ ଝିଅ ଡଲି (ଛଦ୍ମନାମ)କୁ ବାଛି ନେଇଥିଲା। ଡଲି ବାପାଙ୍କ ଦୋକାନରେ କାମ କରୁଥିବା ଯୁବକ ଏପରି କାଣ୍ଡ କରିଥିଲା। ଡଲିର ବାପାମାଆ ଘରେ ରହୁ ନଥିବା ବେଳେ ସେ ନିଜର ମନ୍ଦ ଉଦ୍ଦେଶ୍ୟ ସାଧିତ କରୁଥିଲା। ୨୦୨୪ ମସିହାରୁ ଏସବୁ ଆରମ୍ଭ ହୋଇଥିଲେ ବି ବାପାମା’ ଠଉରାଇ ପାରିନଥିଲେ। ଶେଷରେ ପୁଲିସର ସହାୟତା‌ ନେଲେ ପୀଡ଼ିତାର ପରିବାର। ତଦନ୍ତ ଆଧାରରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା ହେଲା। ଶେଷରେ ଅଭିଯୁକ୍ତ ଦିନେଶକୁ ଫୁଲବାଣୀ ପୋକ୍ସୋ କୋର୍ଟକୁ ଚାଲାଣ କରାଯାଇଥିଲା। ଅଭିଯୁକ୍ତ ଦଣ୍ଡିତ ହେଲା ସତ, କିନ୍ତୁ ନାବାଳିକା ଡଲିର ଜୀବନରେ ଆସିଥିଲା ଅଦିନ ଝଡ଼। ସେ ଶାରୀରିକ ଓ ମାନସିକ ସ୍ତରରେ ଧ୍ବସ୍ତବିଧ୍ବସ୍ତ ହେବା ସହ ସମାଜରେ ଲାଞ୍ଛିତ ହେଲା। ଏହାର କ’ଣ ଭରଣା ହୋଇପାରିବ?  

ପ୍ରେମ ସଂପର୍କର କୁପରିଣତି
କୁହାଯାଏ, ପ୍ରେମ ଶାଶ୍ବତ ଓ ଚିରନ୍ତନ। ହେଲେ ଏହି ପ୍ରେମ ଆଳରେ ଝିଅମାନେ ଦୁଷ୍କର୍ମର ଶିକାର ହେଉଛନ୍ତି। କୈଶୋରରେ ଲଦି ହୋଇଯାଉଛି ମାତୃତ୍ବର ବୋଝ।
୨୦୨୫ ମସିହା ମେ ମାସ। ନବରଙ୍ଗପୁରର ଡାବୁଗାଁ ଥାନା ଅଞ୍ଚଳରେ ଜଣେ ୧୫ ବର୍ଷର ନାବାଳିକା ଗର୍ଭବତୀ ହେବା ଘଟଣା ସାମ୍ନାକୁ ଆସିଲା। ପରିବାର ଲୋକ ଝିଅକୁ ପଚରାଉଚରା କରିବାରୁ ପାଖ ଗାଁର ଜଣେ ଯୁବକ ସହ ତା’ର ଗଢ଼ି ଉଠିଥିବା ୧୦ ମାସର ପ୍ରେମ ସଂପର୍କ ପଦାକୁ ଆସିଲା। ଯୁବକ ସହ ନାବାଳିକାଙ୍କ ଶାରୀରିକ ସଂପର୍କ ହେତୁ ସେ  ୮ ମାସର ଗର୍ଭବତୀ ଥିଲା। ମାମଲାର ଆପୋସ ସମାଧାନ ନିମନ୍ତେ ଗ୍ରାମରେ ବୈଠକ ଡକାଗଲା। କିନ୍ତୁ ପୁଅର ପରିବାର ଯୋଗ ଦେବାକୁ ଅମଙ୍ଗ ହେବାରୁ ବାଧ୍ୟ ହୋଇ ନାବାଳିକାକୁ ନ୍ୟାୟ ପ୍ରଦାନ ପାଇଁ ପରିବାର ଲୋକେ ଥାନାରେ ଏତଲା ଦେଲେ। ନାବାଳିକାର ଡାକ୍ତରୀ ମାଇନା କରାଯାଇଥିବା ବେଳେ ଅଭିଯୁକ୍ତ ଯୁବକକୁ ପୁଲିସ ଧରିନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ କଲା। ନାବାଳିକା ଗର୍ଭବତୀକୁ ଯତ୍ନ ଓ ସୁରକ୍ଷା ପାଇଁ ଡାବୁଗାଁ ମା’ଗୃହରେ ରହିବାକୁ ପଡ଼ିଲା।

ସଂପର୍କରେ ଦାଗ
ସଂପର୍କୀୟମାନଙ୍କ ଉପରେ ଭରସାକରି ଲୋକମାନେ ବେଧଡ଼କ ନିଜ ପିଲାମାନଙ୍କୁ ସେମାନଙ୍କ ସହ ଛାଡ଼ି ଦେଇଥାନ୍ତି। ହେଲେ ବେଳେ ବେଳେ ସେହି ସଂପର୍କୀୟ ହିଁ କାଳ ହୁଅନ୍ତି। ପରିଚିତମାନେ ହିଁ ଯୌନ ନିର୍ଯାତନା ଭଳି ଅପରାଧରେ ଅଧିକ ଭାବେ ସଂପୃକ୍ତ ବୋଲି ତଥ୍ୟ ରହିଛି। ୨୦୨୫ ମସିହା ଅଗଷ୍ଟ ମାସ। ବାଲେଶ୍ବର ସିଂଲା ଥାନା ଅଞ୍ଚଳର ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ସମ୍ପର୍କୀୟ ପିଉସା ମାଙ୍କଡ଼ ଘଉଡ଼ାଇବାକୁ ଡାକି ନେଇଥିଲା। ଏକାକୀ ପାଇ ପ୍ରଲୋଭନ ଦେଖାଇ ଝିଅଟିର ସର୍ବସ୍ବ ଲୁଟିଲା। ଝିଅଟି ସହ ଦୁଷ୍କର୍ମ କରିବା ପରେ ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଲା। ପରେ ନାବାଳିକାଙ୍କଠାରେ ଗର୍ଭବତୀ ହେବାର ଲକ୍ଷଣ ଦେଖାଦେବାରୁ ପରିବାର ଲୋକ ତାଙ୍କର ଡାକ୍ତରୀ ପରୀକ୍ଷା କରାଇଥିଲେ।

 ରିପୋର୍ଟରେ ଝିଅ ଗର୍ଭବତୀ ଥିବା ଜା‌ଣି ଘର ଲୋକଙ୍କ ମୁଣ୍ଡରେ ଚଡ଼କ ପଡ଼ିଥିଲା। ପଚର‌ାଯିବାରୁ ସେ ପ୍ରକା‌ଶ କରିଥିଲା କି, ତାକୁ ମାଙ୍କଡ଼ ଘଉଡ଼ାଇବା ବାହାନାରେ ଡାକିନେଇ ସଂପର୍କୀୟ ପିଉସା ଦୁଷ୍କର୍ମ କରିଥିଲେ। ଏତଲା ପରେ ପୁଲିସ ଅଭିଯୁକ୍ତ ପିଉସାକୁ ଧରିଥିଲା।

China-Bangladesh: ଚୀନ୍-ବାଂଲାଦେଶର ମୁକାବିଲା ପାଇଁ ନୂଆ ରଣନୀତି: ହଳଦିଆରେ ଭାରତୀୟ ନୌସେନାର ବିଶାଳ ଘାଟି

ପ୍ରତାରଣାର ଶିକାର ହୋଇ ମା’
୨୦୨୫ ମସିହା ଜୁନ୍‌ ମାସରେ ସୁବର୍ଣ୍ଣପୁର ଜିଲ୍ଲାର ବୀରମହାରାଜପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ନାବାଳିକା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିଲା। ବୁଝୁ ବୁଝୁ ନାବାଳିକା ଜଣକ ପ୍ରେମ ଓ ପ୍ରତାରଣାର ଶିକାର ହୋଇଥିବା ଜଣାପଡ଼ିଲା। ପ୍ରେମିକଜଣକ ଧରାଛୁଆଁ ନଦେବାରୁ ମାମଲା ପୁଲିସ ପର୍ଯ୍ୟନ୍ତ ଗଲା। ଅଭିଯୁକ୍ତ ଯୁବକଜଣକ ବିନିକା ଅଞ୍ଚଳର ହୋଇଥିବା ବେଳେ ସେ ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଯିବାଆସିବା କରୁଥିଲା। ସେଠାରେ ନାବାଳିକାଙ୍କ ସହ ତା’ର ପରିଚୟ ହୋଇଥିଲା ଓ ସେ ତାଙ୍କୁ ପ୍ରେମ ଜାଲରେ ଫସାଇଥିଲା। ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସଂପର୍କ ରଖିଥିଲା। ପରବର୍ତ୍ତୀ ସମୟରେ ନାବାଳିକା ଗର୍ଭବତୀ ହେବାରୁ ସେ ଧରାଛୁଆଁ ଦେଇ ନଥିଲା। ସମୟ ଗଡ଼ିଚାଲିଲା। ଶେଷରେ ଶିଶୁପୁତ୍ରର ଜନନୀ ହେଲେ ନାବାଳିକା। ନାବାଳିକା ପିଲାକୁ ଜନ୍ମ ଦେବା ପରେ ତାଙ୍କ ସମ୍ପ୍ରଦାୟର କିଛି ବ୍ୟକ୍ତି ଯୁବକଙ୍କ ବିନିକାସ୍ଥିତ ଘରକୁ ଯାଇ ଆଲୋଚନା କରିଥିଲେ। ହେଲେ ତାଙ୍କ ପରିବାର ଲୋକ ନାବାଳିକାଙ୍କ ସହ ଯୁବକଙ୍କ ସଂପର୍କକୁ ଅସ୍ବୀକାର କରିଥିଲେ। ନାବାଳିକାଜଣକ ପ୍ରଥମେ ବିନିକା ଥାନାରେ ଅଭିଯୋଗ କରିବାକୁ ଯାଇଥିଲେ। କିନ୍ତୁ ବିନିକା ପୁଲିସ ବୀରମହାରାଜପୁର ଥାନାରେ ଅଭିଯୋଗ କରିବାକୁ ପଠାଇ ଦେଇଥିଲା।

shfhfshxbbv

ଅସୁରକ୍ଷିତ ଶିକ୍ଷାୟତନ
କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍‌ ଅନ୍ତର୍ଗତ ଏକ ସରକାରୀ ଆବାସିକ ବାଳିକା ବିଦ୍ୟାଳୟର ୨ଜଣ ଛାତ୍ରୀ ଗତ ଜୁଲାଇ ମାସରେ ଗର୍ଭବତୀ ହୋଇଥିବା ଘଟଣା କି‌ଶୋରୀ ମାତୃତ୍ବର ସଦ୍ୟତମ ଉଦାହରଣ। କେବଳ ଏତିକି ନୁହେଁ, ରଙ୍ଗାପାରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ମଧ୍ୟ ଜଣେ ଛାତ୍ରୀ ଗର୍ଭବତୀ ହୋଇ ଡାକ୍ତରଖାନା ଯାଇଥିବା ନେଇ ଚର୍ଚ୍ଚା ହୋଇଥିଲା। ସେହିପରି ଗତ ଅଗଷ୍ଟ ମାସରେ ସୁନ୍ଦରଗଡ଼ର ବଣାଇ ଥାନା ଅଞ୍ଚଳର ଜଣେ ନାବାଳିକା ଗର୍ଭବତୀ ହୋଇଥିବା ନେଇ ଅଭିଯୋଗ ହୋଇଥିଲାl ଦଶମ ଶ୍ରେଣୀର ଏହି ଗର୍ଭବତୀ ଛାତ୍ରୀଙ୍କୁ ପୁଲିସ ପଚରାଉଚରା କରିବା ସହ ଅଭିଯୁକ୍ତକୁ ମଧ୍ୟ ଅଟକ ରଖିଥିଲା। ଅନ୍ୟପକ୍ଷେ, ରାୟଗଡ଼ା ଜିଲ୍ଲାର ଆବାସିକ ବିଦ୍ୟାଳୟରେ ବି ଅନେକ କିଶୋରୀ ଗର୍ଭ ମାମଲା ଦୃଷ୍ଟିକୁ ଆସିସାରିଛି।  

ଗତବର୍ଷ ମଧ୍ୟଭାଗରେ କନ୍ଧମାଳ, କୋରାପୁଟମୟୂରଭଞ୍ଜ ଭଳି ଜିଲ୍ଲାଗୁଡ଼ିକରେ ସରକାରଙ୍କ ବିଭିନ୍ନ ବିଭାଗ ଦ୍ବାରା ପରିଚାଳିତ ଆବାସିକ ବିଦ୍ୟାଳୟରେ ପଢୁଥିବା ଏକାଧିକ ନାବାଳିକା ଗର୍ଭବତୀ ଥିବାର ଖବର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ପୁଲିସ୍‌ ଘଟଣାର ତଦନ୍ତକରି ମାମଲା ରୁଜୁ କରିଛି। ଆଗକୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଚାଲିବ ଓ ଦୋଷୀ ଦଣ୍ଡିତ ହେବ, କିନ୍ତୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀମାନେ ଅସୁରକ୍ଷିତ ହେବା ନିଶ୍ଚିତ ଭାବେ ଚିନ୍ତାର ବିଷୟ।    
ଏସବୁ ଘଟଣା ଭାତହାଣ୍ଡିରୁ ଗୋଟିଏ ଗୋଟିଏ। ଏହା ସୂଚିତ କରୁଛି କି, କିଶୋରୀ ମାତୃତ୍ବ ଆମ ରାଜ୍ୟରେ ଏକ ବଡ଼ ସମସ୍ୟା ରୂପେ ଉଭା ହୋଇଛି। ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ଭେ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ରୁ ମିଳିଥିବା ତଥ୍ୟ ଅନୁଯାୟୀ, ଓଡ଼ିଶାରେ ୧୫ରୁ ୧୯ ବ‌ର୍ଷ ବୟସ ମଧ୍ୟରେ ୭.୬% କିଶୋରୀ ଗର୍ଭବତୀ ହୋଇଛନ୍ତି। ପୁଣି ଗ୍ରାମାଞ୍ଚଳରେ ଏହି ହାର ସହରାଞ୍ଚଳ ଅପେକ୍ଷା ଅଧିକ। ସହରରେ କିଶୋରୀ ମାତୃତ୍ବ ହାର ୬.୧ ପ୍ରତିଶତ ରହିଥିବା ବେଳେ ଗାଁରେ ଏହି ହାର ରହିଛି ୭.୯ ପ୍ରତିଶତ। ଅନ୍ୟପକ୍ଷରେ ଦେଶରେ ଗ୍ରାମାଞ୍ଚଳ‌େର କିଶୋରୀ ମାତୃତ୍ବ ହାର ୮ ପ୍ରତିଶତ ହୋଇଥିବା ବେଳେ ସହରରେ ଏହା ୪ ପ୍ରତିଶତ। ତେବେ ଆଶ୍ବାସନାର ବିଷୟ ‌ହେଲା, ତିନି ପଡ଼େ‌‌ାଶୀ ରାଜ୍ୟ ତୁଳନାରେ ଆମେ ଅପେକ୍ଷାକୃତ ପଛରେ ରହିଛେ।

ଏନ୍‌ଏଫ୍‌ଏଚ୍‌ଏସ୍‌-୫ ତଥ୍ୟ ଅନୁସାରେ ପଶ୍ଚିମବଙ୍ଗରେ କିଶୋରୀ ମାତୃତ୍ବ ହାର ୧୬ ପ୍ରତିଶତ ଥିବା ବେଳେ ବିହାରରେ ଏହା ୧୧ ପ୍ରତିଶତ ଏବଂ ଝାଡ଼ଖଣ୍ଡରେ ୧୦ ପ୍ରତିଶତ। ତେବେ ସୂତ୍ର ଅନୁସାରେ ଗତବର୍ଷ ଓଡ଼ିଶାରେ ୧୫ ବର୍ଷରୁ କମ୍ ବୟସର ପ୍ରାୟ ୧୧,୦୦୦ କିଶୋରୀ ମାତୃତ୍ବ ଲାଭ କରିଛନ୍ତି। ପୁଣି ବର୍ଷକ ମଧ୍ୟରେ ପ୍ରାୟ ୬୫,୦୦୦ କିଶୋରୀ (୧୫-୧୯ ବର୍ଷ ବୟସ) ଅତି କମ୍‌ରେ ଗୋଟିଏ ସନ୍ତାନର ଜନନୀ ହୋଇଥିବା ତଥ୍ୟ ବି ସାମ୍ନାକୁ ଆସିଛି। ମାନସିକ ଓ ଶାରୀରିକ ପ୍ରଭାବ ଦୃଷ୍ଟିରୁ ବିଚାରକଲେ ଏହା ଉଭୟ ମା’ ଓ ସନ୍ତାନ ଲାଗି କ୍ଷତିକାରକ। କାରଣ ଅନୁଧ୍ୟାନରୁ ଜଣାପଡ଼ିଛି କି କିଶୋରୀ ମା’ଙ୍କଠାରୁ ଜନ୍ମିତ ୨୭ ପ୍ରତିଶତ ଶିଶୁଜନ୍ମ ପରେ ଜଣ୍ଡିସ୍‌ କିମ୍ବା ଅଳ୍ପ ଓଜନ ଭଳି ସ୍ବାସ୍ଥ୍ୟ ସମସ୍ୟାର ଶିକାର ହେଉଛନ୍ତି। ତେଣେ ରାଜ୍ୟରେ ମାତୃ ମୃତ୍ୟୁହାର ୧୦୦୦ରେ ୨୩୫ ରହିଛି, ଯାହା ଚିନ୍ତାଜନକ। ବର୍ତ୍ତମାନ ଏ ସମସ୍ୟାର ନିରାକରଣ ଲାଗି ସମସ୍ତପ୍ରକାର ପଦକ୍ଷେପ ନିଆଯିବା ଅତ୍ୟନ୍ତ ଜରୁରି। 

ମମତା ଯୋଜନାରୁ ବଞ୍ଚିତ ହେଉଛନ୍ତି
ରାଜ୍ୟରେ କୁମାରୀ ଓ ନାବାଳିକା ମାତୃତ୍ବ ବଢ଼ିବା ଖୁବ୍ ଚିନ୍ତାଜନକ। ଗାଁଗହଳିରୁ ନେଇ ରାଜଧାନୀର ବସ୍ତି ପର୍ଯ୍ୟନ୍ତ, ସବୁଠି ଲୁଚାଛପାରେ ବାଲ୍ୟ ବିବାହ ହେଉଛି। ଯାହାକି ଏକ ପ୍ରମୁଖ ସମସ୍ୟା ପାଲଟିଛି। ବେଳେ ବେଳେ ଆମ କାନରେ କଥା ପଡ଼ିଲେ ଆମେ ଅନେକ ଜାଗାରେ ବାଲ୍ୟ ବିବାହ ରୋକିଛୁ। ମାତ୍ର ଅଧିକାଂଶ ଜାଗ‌ାରେ ଲୁଚାଛପାରେ ଏପରି ଘଟୁଛି। ବିବାହ ପରେ ଯେତେବେଳେ ନାବାଳିକାଟିଏ ମାଆ ବନୁଛି ତ, ଆମେ ତାକୁ ମମତା ଯୋଜନା ଯୋଗାଇ ଦେଇପାରୁନାହୁଁ। କାରଣ ୧୮ ବର୍ଷରୁ କିଛି ଦିନ କମ୍‌ ହେଲେ ବି ମମତା ଯୋଜନା କାର୍ଯ୍ୟକାରୀ ହେବନାହିଁ। ଏହାର ନିରାକରଣ ପାଇଁ ଆମକୁ ସର୍ବପ୍ରଥମେ ବାଲ୍ୟ ବିବାହକୁ ମୂଳପୋଛ କରିବାକୁ ପଡ଼ିବ। ଆବଶ୍ୟକୀୟ କ୍ଷେତ୍ରରେ ୧୦୯୮ ନମ୍ବ‌ରରେ କଲ୍‌ କରି ସହାୟତା ନେଇପାରିବେ। ଅନେକ କନ୍ୟାଶ୍ରମରେ ବି ଏଭଳି ମାମଲା ଦେଖିବାକୁ ମିଳିଛି। ନାବାଳିକାମାନେ ଯୌନ ଶୋଷଣର ଶିକାର ହେଉଛନ୍ତି। ଯେତେବେଳେ ଆମେ ମହିଳା ସଶକ୍ତୀକରଣର କଥା କହୁଛେ, ତ ଝିଅମାନଙ୍କ ସ୍ବାସ୍ଥ୍ୟ ହେଉଛି ପ୍ରାଥମିକ। କିଶୋରୀ ମାତୃତ୍ବ ଉଭୟ ମାଆ ଓ ପିଲାର ଜୀବନ ପ୍ରତି ବିପଦ। ଏଥିପାଇଁ ଏବେଠୁ ସଚେତନ ନହେଲେ ବିକଶିତ ଓଡ଼ିଶା ଓ ବିକଶିତ ଭାରତର ସ୍ବପ୍ନ ଦେଖିବା ଆମ ପାଇଁ ଏକ ସ୍ବପ୍ନ ହୋଇ ରହିଯିବ।
-ପ୍ରୀତି ଧଳ, ସାମାଜିକ କର୍ମୀ, ସ୍ତମ୍ଭକାର

ଶିକ୍ଷା, ସଚେତନତାର ଓ ସୁରକ୍ଷାର ଅଭାବ ହିଁ ମୁଖ୍ୟ କାରଣ
୨୦୨୩-୨୪ରେ ଓଡ଼ିଶାରେ କିଶୋରୀ ଗର୍ଭଧାରଣ ପାଖାପାଖି ୩୧ ହଜାର ୬୦୫ ରହିଛି। ସେଥିମଧ୍ୟରୁ ଝାରସୁଗୁଡ଼ା, ନୂଆପଡ଼ା, କଟକ, କନ୍ଧମାଳ, ମାଲକାନଗିରି ଓ ବିଶେଷକରି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଏହା ଅଧିକ ଦେଖିବାକୁ ମିଳୁଛି। ଏହି ଜିଲ୍ଲାଗୁଡ଼ିକରେ ମହିଳା ଶିକ୍ଷା ହାର ଖୁବ୍ କମ୍‌। କିଶୋରୀ ମାତୃତ୍ବର ପ୍ରମୁଖ କାରଣ ହେଲା ଶିକ୍ଷାର ଅଭାବ, ସଚେତନତାର ଅଭାବ, ଶିଶୁ ସୁରକ୍ଷା ବ୍ୟବସ୍ଥାର ଦୁର୍ବଳ କାର୍ଯ୍ୟକାରିତା। ଆମେ ଯେଉଁଠି ବି କାମ କରିଛୁ ବା ଏବେ ବି କରୁଛୁ; ଉଭୟ ପୁଅ ଓ ଝିଅଙ୍କୁ ସଚେତନ କରାଉଛୁ। କାହିଁକି ନା କିଶୋରୀ ମାତୃତ୍ବରେ ଜଣେ ଝିଅ ପରି ଜଣେ ପୁଅ ବି ସମାନ ଭାବରେ ପ୍ରଭାବିତ ହେଉଛି।
କୋରାପୁଟର ଗାଆଁଗୁଡ଼ିକୁ ଯଦି ଦେଖିବେ ତ ଜାଣିପାରିବେ କି ଉଭୟ ପୁଅ ଓ ଝିଅ ଏହି ସମସ୍ୟାରେ ସମାନ ଭାବେ କ୍ଷତି ସହୁଛନ୍ତି। ପୁଅ ମଧ୍ୟ କମ୍ ବୟସରେ ବିବାହ କରୁଛନ୍ତି। ଅନେକ ନାବାଳକ-ନାନାଳିକାଙ୍କର ବିବାହ ‌ବି ହୋଇଛି। ମୁଁ ଅଧିକାଂଶ ସମୟରେ ସେମାନଙ୍କ ସହ କଥା ହେଉଥିବାରୁ ଜାଣେ ଯେ ସେମାନେ ଉଭୟ ପଢ଼ିବାକୁ ଆଗ୍ରହ ପ୍ରକାଶ କରନ୍ତି। ସେଥିପାଇଁ ଯେଉଁମାନେ କମ୍‌ ବୟସରେ ବିଭାହୋଇ ବି ସାରିଛନ୍ତି, ଯଦି ସରକାର ସେମାନଙ୍କୁ କାଉନ୍‌ସେଲିଂ ପ୍ରୋଗ୍ରାମ୍‌ରେ ଯୋଡ଼ି ସେମାନଙ୍କ ଶିକ୍ଷା ଚାଲୁ ରଖନ୍ତେ ତ ବହୁତ ଭଲ ହୁଅନ୍ତା। ସେମାନେ କିପରି କିଛି କାମ ଶିଖି ଉପାର୍ଜନ କରିବେ ତାହା ଗୁରୁତ୍ବପୂର୍ଣ୍ଣ। ନହେଲେ ସେମାନଙ୍କ ଜୀବନ ଖରାପ ହୋଇଯିବ। ସେମାନଙ୍କ ସ୍ବାସ୍ଥ୍ୟ ଆହୁରି ଖରାପ ଦିଗକୁ ଗତି କରିବ। ଆଡୁଲେସନ୍‌ ଗ୍ରୁପ୍‌ର ସଖା ଓ ସଖୀମାନେ ଅନେକ ଗାଁରେ ପ୍ରାୟ ୫୦ ବାହାଘର ରୋକିଛନ୍ତି। କେତେ ଜଣଙ୍କ ଶିକ୍ଷା ବି ଜାରିରହିଛି। ଯେଉଁଠି ଆଡୁଲେସନ୍‌ ଗ୍ରୁପ୍‌ ସବଳ, ସେଠାରେ ବହୁତ ଭଲ ଘଟିଛି।
-ଦେବବ୍ରତ ପାତ୍ର, ସହଯୋଗୀ ନିର୍ଦ୍ଦେଶକ, ଆକ୍‌ସନ୍‌ ଏଡ୍‌

ପୁରୁଣାକାଳିଆ ପ୍ରଥା-ପରମ୍ପରା ବି ଦାୟୀ
କିଶୋରୀ ମାତୃତ୍ବର ବିଭିନ୍ନ ଦିଗ ରହିଛି। ଅଧାରୁ ପିଲା ପାଠ ଛାଡ଼ିବା ହେଉଛି ତାହାର ଏକ ପ୍ରମୁଖ କାରଣ। ଦ୍ବିତୀୟ ପ୍ରମୁଖ କାରଣ ହେଉଛି ଦାରିଦ୍ର୍ୟ। ଏହାଛଡ଼ା ଅନେକ କ୍ଷେତ୍ରରେ ବାପାମାଆ ନିଜ ଝିଅକୁ ଖୁବ୍ ଅଳ୍ପ ବୟସରେ ବିବାହ କରାଇ ଦିଅନ୍ତି। ଏସବୁକୁ ଛାଡ଼ିଲେ ଦାଦନ ଖଟିବା ବି ଏକ କାରଣ। ବେଳେ ବେଳେ ପୁରୁଣାକାଳିଆ ପ୍ରଥା-ପରମ୍ପରା ବି କିଶୋରୀ ମାତୃତ୍ବ ପାଇଁ ଦାୟୀ। ଅନେକ ସଂପ୍ରଦାୟରେ କମ୍‌ ବୟସରୁ ନିଜ ଝିଅମାନଙ୍କୁ ବିବାହ କରାଇବାର ପରମ୍ପରା ବି ରହିଛି। ଏହିସବୁ ଦିଗଗୁଡ଼ିକୁ ସରକାରଙ୍କଠାରୁ ନେଇ ଆମେ ସାଧାରଣ ଜନତା ଧ୍ୟାନ ‌ଦେଇ ସତର୍କତା ଅବଲମ୍ବନ କଲେ କିଶୋରୀ ମାତୃତ୍ବକୁ କିଛି ମାତ୍ରାରେ ଏଡ଼େଇ ଦେଇହୁଅନ୍ତା।
-ଫକୀରଚରଣ ରାଉତ, ପୂର୍ବତନ ଜିଲ୍ଲା ସଂଯୋଜକ, ଆକ୍‌ସନ୍‌ ଏଡ୍‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe