ପେଟ୍ରୋଲିୟମ୍‌ ଇଣ୍ଡଷ୍ଟ୍ରିରେ ନିଯୁକ୍ତି ଚାହାଁନ୍ତି କି ? କରନ୍ତୁ ଏହି କାମ

ପେଟ୍ରୋଲିୟମ୍‌ ଇଣ୍ଡଷ୍ଟ୍ରିରେ ନିଯୁକ୍ତି ଚାହାଁନ୍ତି କି ? କରନ୍ତୁ ଏହି କାମ

photo-youtube

ସମଗ୍ର ବିଶ୍ୱ ତୈଳ ଏବଂ ଗ୍ୟାସ୍‌ ଉପରେ ନିର୍ଭରଶୀଳ । ଏହା ସାରା ବିଶ୍ୱର ଶକ୍ତିର ମୁଖ୍ୟ ସ୍ରୋତ । ଅତ୍ୟଧିକ ବିନିଯୋଗ ଯୋଗୁଁ ଏହା ଶୀଘ୍ର ସରିଯାଉଛି। ଏହି ସ୍ରୋତର ପରିଚାଳନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ପେଟ୍ରୋଲିୟମ୍‌ ଏବଂ ଗ୍ୟାସ୍‌ ମ୍ୟାନେଜ୍‌ମେଣ୍ଟ୍‌ରେ କୋର୍ସ ତୈଳ ଓ ଗ୍ୟାସ୍‌ ଇଣ୍ଡଷ୍ଟ୍ରିର ଲଜିଷ୍ଟିକ୍‌ସ ତଥା ପରିଚାଳନା ପ୍ରସଙ୍ଗ ଉପରେ ବିଶେଷ ଭାବେ ଆଲୋକପାତ କରିଥାଏ । ଏହି ଇଣ୍ଡଷ୍ଟ୍ରି ନୂତନ ଶକ୍ତି ସ୍ରୋତର ସନ୍ଧାନରେ ରହିଛି। ଏଥିପାଇଁ ନୂଆ ନୂଆ ପ୍ରକାରର ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ କରାଯାଉଛି ।
ସଂପ୍ରତି ପ୍ରାକୃତିକ ଗ୍ୟାସ୍‌ ଏବଂ ଅଏଲ୍‌ ହେଉଛି ସବୁଠାରୁ ଅଧିକ ବ୍ୟବହୃତ ହେଉଥିବା ଇନ୍ଧନ। ଏହାର ପରିସୀମା ବି ବଡ଼। ଏଥିପାଇଁ ବହୁ ଯୁବକ ଯୁବତୀ ଆଣ୍ଡ୍‌ ଗ୍ୟାସ୍‌ ମ୍ୟାନେଜ୍‌ମେଣ୍ଟରେ କ୍ୟାରିଅର୍‌ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ଏଥିପାଇଁ ଏବେ ନିର୍ଦ୍ଦିଷ୍ଟ କୋର୍ସ ମଧ୍ୟ କରିବାକୁ ପଡୁଛି । ଏହି କୋର୍ସ ଛାତ୍ରଛାତ୍ରୀମାନଙ୍କୁ ରଣନୀତି ଓ ପରିଚାଳନା କୌଶଳର ବିକାଶ କରିବା ବ୍ୟତୀତ ଏନର୍ଜି ମ୍ୟାନେଜମେଣ୍ଟ, ରାଜନୈତିକ, ଆର୍ଥିକ, ସାଂସ୍କୃତିକ ଓ ବୈଷୟିକ ମହତ୍ତ୍ୱର ସହିତ ହିଁ ରାଷ୍ଟ୍ରୀୟ ଓ ଅନ୍ତଃରାଷ୍ଟ୍ରୀୟ ରଣନୀତି ଉପରେ ଜ୍ଞାନ ମଧ୍ୟ ପ୍ରଦାନ କରିଥାଏ ।
ରୋଜଗାରର ସମ୍ଭାବନା: ପେଟ୍ରୋଲିୟମ୍‌ ଇଣ୍ଡଷ୍ଟ୍ରି ଦିନକୁ ଦିନ ସଂପ୍ରସାରିତ ହେଉଥିବା କାରଣରୁ ଏଥିରେ ନିଯୁକ୍ତିର ଅଧିକ ସମ୍ଭାବନା ରହିଛି ।

publive-image photo-youtube

କେଉଁଠି ପାଇବେ ନିଯୁକ୍ତି - ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥାରେ ଆପଣ ନିଯୁକ୍ତି ପାଇ ପାରିବେ । କେତେକ ଉଲ୍ଲେଖଯୋଗ୍ୟ ସଂସ୍ଥା ହେଉଛିି- ଇଣ୍ଡିଆନ୍‌ ଅଏଲ୍‌ , ବି.ପି.ସି ଏଲ୍‌, ବ୍ରିଟିଶ୍‌ ଗ୍ୟାସ୍‌ , ଇନଫୋସିସ୍‌, ଜିନ୍ଦଲ ଗ୍ରୁପ୍‌, ଏଲ ଆଣ୍ଡ ଟି, ଆସେଞ୍ଚର, ଅଦାନୀ , ଏସାର ଅଏଲ୍‌ ଇତ୍ୟାଦି ।
କେଉଁଠି ପଢ଼ିବେ- ଇଣ୍ଟରନେସନାଲ୍‌ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇନ୍‌ଫର୍ମେସନ୍‌ ଟେକ୍‌ନୋଲୋଜି, ପୁନେ, ମହାରାଷ୍ଟ୍ର
-ୟୁନିଭରସିଟି ଅଫ୍‌ ପେଟ୍ରୋଲିୟମ୍‌ ଆଣ୍ଡ୍‌ ଏନ୍‌ର୍ଜି ଷ୍ଟଡିଜ୍‌ , ଡେରାଡୁନ୍‌, ଉତ୍ତାରଖଣ୍ଡ
-ପଣ୍ଡିତ ଦୀନଦୟାଲ ପେଟ୍ରୋଲିୟମ୍‌ ୟୁନିଭରର୍ସିଟି, ଗାନ୍ଧିନଗର, ଗୁଜରାଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe