ଆସନି...ଆସନି...ଜମା ଆସନି: ଦେଖୁନ, ଦୁର୍ବଳରେ କିମିତି ମୁଁ ବଙ୍କିଗଲିଣି

Advertisment

ଆସନି..ଆସନି..ଭାଇ ତମେ ଜମା ଆସନି। ମୋ ଦିହରେ ଆଉ କ’ଣ ଅଛି ଯେ ତମେ ଗିଳିବ? ମୋତେ ତ ତମ ଆଗରୁ ହିଁ ପୋଡ଼ାମୁହଁ ଡାଇରିଆ ଓ ନିଆଁନଗା ଡେଙ୍ଗୁ ଗିଳି ସାରିଲେଣି। ଆଉ ରକତ ଅଛି ଯେ ତମେ ପିଇବ।

ଆସନି..ଆସନି..ଭାଇ ତମେ ଜମା ଆସନି। ମୋ ଦିହରେ ଆଉ କ’ଣ ଅଛି ଯେ ତମେ ଗିଳିବ? ମୋତେ ତ ତମ ଆଗରୁ ହିଁ ପୋଡ଼ାମୁହଁ ଡାଇରିଆ ଓ ନିଆଁନଗା ଡେଙ୍ଗୁ ଗିଳି ସାରିଲେଣି। ଆଉ ରକତ ଅଛି ଯେ ତମେ ପିଇବ।

New Project (1)

ଭୁବନେଶ୍ବର: ଆସନି..ଆସନି..ଭାଇ ତମେ ଜମା ଆସନି। ମୋ ଦିହରେ ଆଉ କ’ଣ ଅଛି ଯେ ତମେ ଗିଳିବ? ମୋତେ ତ ତମ ଆଗରୁ ହିଁ ପୋଡ଼ାମୁହଁ ଡାଇରିଆ ଓ ନିଆଁନଗା ଡେଙ୍ଗୁ ଗିଳି ସାରିଲେଣି। ଆଉ ରକତ ଅଛି ଯେ ତମ‌େ ପିଇବ।

ହଇୟୋ..ସେ ଦୁହେଁ ପରା ଏଯାଏ ମୋ ରକତ ଟାଣି ଚାଲିଛନ୍ତି। ଏଯାଏ ପା ତାଙ୍କ ସର୍ବଗିଳା‌ ପେଟ ଶାନ୍ତି ପଡ଼ିନି। ପୁଣି ତମେ କ’ଣ ଖାଇବାରୁ ଆସୁଛ ଯେ। 

ଆରେ ବାବୁ ରୁହ..ମୋତେ ଟିକେ ଅଣ୍ଟା ସଳଖି ଠିଆ ହେବାକୁ ଦିଅ। ଦେଖୁନ, ଦୁର୍ବଳରେ କିମିତି ମୁଁ ବଙ୍କିଗଲିଣି। ହେଲେ ମୋ ରକତ ପିଇ ସେ ପୋଡ଼ାମୁହଁ ୨ଟାଙ୍କର କିମିିତି ଚେହେରା ହେଇଛି ଟିକେ ଆଖି ପୂରେଇ ଦେଖୁନ। ତାଙ୍କୁ ଦେଖି ତମ ଜିଭ ଲହଲହ ହେଲାଣି କି?

କାହାକୁ ବା କହିବି? କିଏ ଆଉ ଶୁଣିବ? ସବୁ ତ ମୁଁ ମୋରି ହାତରେ କରିଛି। ଅଳିଆ ଆବର୍ଜନା କଲି, ଅସନା ପାଣି ପିଇଲି, ବର୍ଷା ଦିନ ସତ୍ତ୍ବେ ମନ ଇଚ୍ଛା ବାହାର ଜିନିଷ ଖାଇଲି। ମୋ ଢିଲାପଣ ଦେଖି ସେ ୨ଟା ଯିମିତି ମାଡ଼ି ବସିଛନ୍ତି, ତମେ ବି ‌ସିମିତି କରିବାକୁ ମନ ବଳେଇଲଣି। 

ହେଲେ, ତମେ କ’ଣ ମୋତେ ବଳେଇଯିବ? ମୁଁ ପ୍ରଶ୍ରୟ ନଦେଲେ ତମେ କ’ଣ ପଶିପାରିବ? ଏଇ ଦେଖ, ମୋ କୁମ୍ପି ଭାଙ୍ଗିଲି। ମୋର କୁମ୍ପି ପଇସାରେ ସମ୍ଭଲପୁରୀ ଶାଢ଼ି କିଣିବା ସପନ ଯାଉ ଚୁଲିକି। ମୁଁ ଏଇ ଗଲି, ଆଉ ମଶାରୀ କିଣି ଆସିଲି। ଦେଖିଆ, ତମେ କିମିତି ମୋତେ ବଳେଇ ଯିବ!

a84d9dd8-48a9-4014-a199-3c644540c879

ରାଜ୍ୟର ଉପକୂଳ ଓ ଉତ୍ତର ଓଡ଼ିଶାରେ କଲବଲ କରୁଛି ଡାଇରିଆ। ଗୋଟିଏ ପରେ ଗୋଟିଏ ବ୍ଲକ୍‌କୁ ମାଡ଼ି ଚାଲିଛି। ଏବେ ପଶ୍ଚିମକୁ ମଧ୍ୟ ମାଡ଼ି ଗଲାଣି ଝାଡ଼ାବାନ୍ତି।  ବ୍ୟାପକ ସଚେତନତା ସ‌ତ୍ତ୍ବେ ରାଜ୍ୟରେ ବର୍ତ୍ତମାନସୁଦ୍ଧା ଡାଇରିଆ ନିୟନ୍ତ୍ରଣକୁ ଆସିନାହିଁ।

ଏବେ ରାଜ୍ୟ ସରକାରଙ୍କୁ ଘାରଛି ମ୍ୟାଲେରିଆ, ଡେଙ୍ଗୁ ଓ ଡାଇରିଆ ଚିନ୍ତା। ବର୍ତ୍ତମାନ ରାଜ୍ୟର ବହୁ ଜିଲ୍ଲାରେ ଡାଇରିଆ ଓ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଥିବା ବେଳେ ବର୍ଷା ଋତୁରେ କୀଟବାହିତ ରୋଗ ମେଲେରିଆ ସମାନ ବିପଦ ଡାକି ଆଣିପାରେ। 

ଏହି ରୋଗରୁ ମୁକ୍ତି ପାଇବାକୁ ହେଲେ ଆମକୁ କଡ଼ା ସଚେତନତାର ଆବଶ୍ୟକତା ରହିଛି। ପରିଷ୍କାର ପରିଚ୍ଛନ୍ନ ରହିବା ପ୍ରଥମ କାମ। ଅଳିଆ-ଆବର୍ଜନ‌ା ଏହି ସବୁ ରୋଗର କାରଣ ହୋଇଥିବାରୁ; ଆମକୁ ସେଥିପ୍ରତି ବି ଧ୍ୟାନ ଦେବାକୁ ପଡ଼ିବ। ଶୁଦ୍ଧପାଣି ପିଇବା, ଘର ରନ୍ଧା ଖାଦ୍ୟ ଖାଇବା ଓ ମଶାରୀ ଟାଙ୍ଗି ଶୋଇବା। ତା’ହେଲେ ଯାଇ ଆମେ ନିଜକୁ ସୁରକ୍ଷିତ ରଖିପାରିବା।

ଦିହକୁ ନ ନେଲେ ଭଲ...

(ବିଦ୍ର: ଉପରୋକ୍ତ କାର୍ଟୁନରେ ଆମେ କେବଳ ସଚେତନତା ସୃଷ୍ଟି କରାଇବାକୁ ଚେଷ୍ଟା କରିଛୁ। ଆମ ନିଜ ସ୍ବାସ୍ଥ୍ୟ ଆମ ନିଜ ହାତରେ ବୋଲି ଆମକୁ ବୁଝିବାକୁ ହେବ। ତାହାଲେ ଯାଇ ଆମେ ନିଜକୁ ସୁସ୍ଥ ରଖିପାରିବା।)

-କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe