ଆମିଷ କିଣିଲେ ସ୍ତ୍ରୀ ତଡୁଛି; ପରିବା ବଜାରରେ ନିଆଁ ଲାଗିଛି

Advertisment

ହଇଓ ତମ ମୁଣ୍ଡରେ କ’ଣ ଗୋବର ଅଛି? ଜାଣିପାରୁନ କି ଆଜିଠାରୁ ଶ୍ରାବଣ ମାସ ଆରମ୍ଭ ବୋଲି? ଏ ଅଣ୍ଡାଗୁଡ଼ାକ କିଆଁ ଧରିଣ ଆଇଲ ପା? ମାସେ ପର୍ଯ୍ୟନ୍ତ ଘରେ ଆମୀଷ ପଶିବା ମନା। ଏଇ ମାସଟା ପରିବା ଛଡ଼ା ଘରକୁ ଆଉ କିଛି ଆଣିବନି। ବୁଝିଲ?

ହଇଓ ତମ ମୁଣ୍ଡରେ କ’ଣ ଗୋବର ଅଛି? ଜାଣିପାରୁନ କି ଆଜିଠାରୁ ଶ୍ରାବଣ ମାସ ଆରମ୍ଭ ବୋଲି? ଏ ଅଣ୍ଡାଗୁଡ଼ାକ କିଆଁ ଧରିଣ ଆଇଲ ପା? ମାସେ ପର୍ଯ୍ୟନ୍ତ ଘରେ ଆମୀଷ ପଶିବା ମନା। ଏଇ ମାସଟା ପରିବା ଛଡ଼ା ଘରକୁ ଆଉ କିଛି ଆଣିବନି। ବୁଝିଲ?

New Project (2)

ଭୁବନେଶ୍ବର: ସ୍ତ୍ରୀ: ହଇଓ ତମ ମୁଣ୍ଡରେ କ’ଣ ଗୋବର ଅଛି? ଜାଣିପାରୁନ କି ଆଜିଠାରୁ ଶ୍ରାବଣ ମାସ ଆରମ୍ଭ ବୋଲି? ଏ ଅଣ୍ଡାଗୁଡ଼ାକ କିଆଁ ଧରିଣ ଆଇଲ ପା? ମାସେ ପର୍ଯ୍ୟନ୍ତ ଘରେ ଆମିଷ ପଶିବା ମନା। ଏଇ ମାସଟା ପରିବା ଛଡ଼‌ା ଘରକୁ ଆଉ କିଛି ଆଣିବନି। ବୁଝିଲ?

ସ୍ବାମୀ: ମୁଁ ତ ବୁଝିଲି, ତୁ ଟିକେ ବୁଝନ୍ତୁନି ମୋ ଦୁଃଖ?

ସ୍ତ୍ର: କି ଦୁଃଖ ମ ତମର?

ସ୍ବାମୀ: ଆଲୋ, ଆଜି ହାଟକୁ ଯାଇଥିଲି। ପରିବା ଦର ଶୁଣି ମୋ ହୋସ୍‌ ଉଡ଼ିଲା ଲୋ। ତୁ ବି ଯଦି ଶୁଣିବୁ, ଶ୍ରାବଣ ମାସ ପାଳିବା ଭୁଲିଯିବୁ।

ସ୍ତ୍ରୀ: କେତେ ଦର କି ଏମିତି?

ସ୍ବାମୀ: ଟମାଟୋ- ୫୦, ବାଇଗଣ- ୮୦, ଭେଣ୍ଡି- ୮୦, ଜହ୍ନି- ୭୦, ଅମୃତଭଣ୍ଡା- ୪୦, କାଙ୍କଡ଼- ୮୦, ଗାଜର-୫୦, କଲରା -୭୦,  ପୋଟଳ- ୮୦।

ଏଥର କହ, ଅଣ୍ଡା ନଆଣି ତୋ ପାଇଁ ପରିବା ଆଣିଥାନ୍ତି? ‌ତୋ ଠାକୁରଙ୍କୁ କହିଦେ, ସେ ମୋ ଉପ‌ରେ ରାଗିଲେ ରାଗନ୍ତୁ। ମୋର କିନ୍ତୁ ପରିବା ଖାଇବାର ସାମର୍ଥ୍ୟ ନାହିଁ। ତୁ ଅଣ୍ଡାରେ କାମ ଚଳେଇବୁ ଯଦି ଚଳା। ନହେଲେ ବାଡ଼ିରୁ ଶାଗପତ୍ର ଆଣି ରୋଷେଇ କର। ଡ୍ରା‌ଇଭର ମହାସଂଘର ଆନ୍ଦୋଳନ ଥମିବା ପର୍ଯ୍ୟନ୍ତ ଟିକେ ଧର୍ଯ୍ୟେ ଧର।

ସ୍ତ୍ରୀ: ସିଏ କି ଆନ୍ଦୋଳନ ମ? ତା’ର ଇଏ ଦରଦାମ ସହ କି ସଂପର୍କ?

ସ୍ବାମୀ: ଆଲୋ ବୋକୀଟା କି? ତୁ ଖବର ଦେଖୁନୁ କି? ଓଡ଼ିଶା ଡ୍ରା‌ଇଭର ମହାସଂଘର ଆନ୍ଦୋଳନ ପରା ଆଜି ତୃତୀୟ ଦିନରେ ପହଞ୍ଚିଲାଣି। ସେମାନେ ସରକାରଙ୍କ ପାଇଁ ଆନ୍ଦୋଳନ ରଖୁଛନ୍ତି। ହେଲେ ତା’ର ପ୍ରଭାବ ଆମ ପରି ସାଧରଣ ଜନତାଙ୍କ ଉପରେ ପଡୁଛି। ଡ୍ରାଇଭର୍‌ ମାନେ ପରିବହନ ବନ୍ଦ୍‌ କଲେ ପରିବା ଆସିବ କେମିତି? ଯେତିକି ପରିବା ରାଜ୍ୟରେ ଅଛି, ତାକୁ ନେବାକୁ ଗ୍ରାହକ ମାଡ଼ପିଟା। ଧନୀ ଲୋକଙ୍କର କ’ଣ ଅଛି, କିଲେ ୧୦୦ ହେଲେ ବି ନେବେ, ୫୦୦ ହେ‌ଲେ ବି ନେବେ। ଆମେ ଆଣିପାରିବା? ଆମ ପା‌ଖରେ ଏତେ ଟଙ୍କା ଅଛି?

ସ୍ତ୍ରୀ: ହଉ ହଉ। ତମେ ଗୋଟେ କାମ କର, ଏ ଅଣ୍ଡାଗୁଡ଼ା ସବୁ ଫେରେଇ ଦେଇ ସେଥିରେ ମଟର, ସୋୟାବିନ୍‌, ଆଉ ବୁଟ ଡାଲି ନେଇ ଆସ। ଆନ୍ଦୋଳନ ନ ଥମିବା ପର୍ଯ୍ୟନ୍ତ ୟାକୁ ଖାଉଥିବା।

ସ୍ବାମୀ: ଆଉ... ତୁ ଭଲ କଥା କହୁଛୁ? ଦର ପାଇଁ ମଣିଷ ପରିବା ଖାଇପାରିବନି କି ତୋ ଭକତି ପାଇଁ ଆମୀଷ ବି ଖାଇପାରବନି। ଏଇ ଚଣାମଟର ଖାଇ ପେଟ ପୂରେଇବି। ହଉ ଘରଣୀ ଯାହା କହିବେ..ମୁଁ ଯାଉଛି ଅଣ୍ଡା ଫେ‌ରେଇ ତୁ କହିଥିବା ଜିନିଷ ତକ ନେଇଆସୁଛି। 

1e2266c8-6b48-45c7-80df-d4cd991cd0d3

(ବି.ଦ୍ର: ଓଡ଼ିଶା ଡ୍ରାଇଭର ମହାସଂଘ ୮ ତାରିଖରେ ଆନ୍ଦୋଳନ ଆରମ୍ଭ କରିଥିବା ବେଳେ ଆଜି ତୃତୀୟ ଦିନରେ ପହଞ୍ଚିଛି। ତାହାର ପ୍ରଭାବ କିପରି ଦରଦାମ ଉପରେ ପଡ଼ିଛି, ଆମେ କାର୍ଟୁନ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛୁ।)

କାର୍ଟୁନ: ଦେବାଶିଷ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe