ମେୟର ପଦବିରେ ବିରାଡ଼ି!

Advertisment
ମେୟର ପଦବିରେ ବିରାଡ଼ି!

Wikipedia

ଆଜିକାଲି କୌଣସି ରାଜନୈତିକ ପଦପଦବି ପାଇଁ ଆଶାୟୀ ଓ ସମର୍ଥକଙ୍କ ମଧ୍ୟରେ ହିଂସାକାଣ୍ଡର ନଜିର ରହିଥିବା ବେଳେ ଆଲାସ୍କାର ଏକ କ୍ଷୁଦ୍ର ସହରର ମେୟର ପଦବିରେ ଦୀର୍ଘ କୋଡ଼ିଏ ବର୍ଷ କାଳ ଏକ ବିରାଡ଼ି ରହିବା ଖବର ଅବିଶ୍ବନୀୟ ମନେ ହେଲେ ହେଁ ସତ। କୌଣସି ନିର୍ବାଚନରେ ଭାଗ ନନେଇ ଅବୈତନିକ ଭାବେ ଏହି ସମ୍ମାନଜନକ ପଦବିରେ ଅଧିଷ୍ଠିତ ହୋଇଥିବା ଷ୍ଟବ୍‌ସ ନାମକ ଏହି ବିରାଡ଼ିକୁ ଭେଟିବା ଲାଗି ପର୍ଯ୍ୟଟକମାନଙ୍କ ମଧ୍ୟରେ ବେଶ କୌତୂହଳ ସୃଷ୍ଟି ହୋଇଥିଲା। ଆଲାସ୍କାର ତଲକୀତନା ସହରର ମେୟର ପଦି ପାଇଁ ୧୯୯୭ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ସେତେବେଳେ ପ୍ରାୟ ହଜାରେ ଜନସଂଖ୍ୟା ବିଶିଷ୍ଟ ଏହି ସହରର ମୁଖିଆ ହେବାକୁ କୌଣସି ବ୍ୟକ୍ତିବିଶେଷ ଆଗ୍ରହ ପ୍ରକାଶ କରିନଥିଲେ। ଏହି ଅବସରରେ ସ୍ଥାନୀୟ ଏକ ଦୋକାନରେ ଜନ୍ମ ନେଇଥିବା ପଞ୍ଝାଏ ବିରାଡ଼ି ଛୁଆଙ୍କୁ ସଂପୃକ୍ତ ଦୋକାନୀ ବାହାରକୁ ଛାଡୁଥିବା ବେଳେ ସେମାନଙ୍କ ଭିତରେ ଥିବା ଏକ ଲାଞ୍ଜବିହୀନ ହଳଦିଆ ରଙ୍ଗର ଛୁଆକୁ ସେ ପସନ୍ଦ କରି ପାଖରେ ରଖିଥିଲେ ଏବଂ ତାହାକୁ ଷ୍ଟବ୍‌ସ ନାମରେ ନାମିତ କରିଥିଲେ। ସହରବାସୀ ନିର୍ବାଚନ ଏବଂ କୌଣସି ମାନବିକ ପ୍ରାର୍ଥିତ୍ବକୁ ବିରୋଧ କରୁଥିବାରୁ ସଂପୃକ୍ତ ଦୋକାନୀ ଜଣକ କୌତୂହଳବଶତଃ ଷ୍ଟବ୍‌ସକୁ ସେମାନଙ୍କର ମେୟର ଭାବେ ଘୋଷଣା କରିବା ସହ ସେଥିପାଇଁ ପ୍ରଚାରପତ୍ର ମଧ୍ୟ ବାଣ୍ଟିଥିଲେ। ସହରବାସୀ ଏହାକୁ ଗ୍ରହଣ କରିଥିଲେ। ଯଦିଓ ସରକାରୀ ନଥିପତ୍ରରେ ଏହାକୁ ଅସ୍ବୀକାର କରାଯାଇଥିଲା, ତେବେ ସହରବାସୀ କୌତୁକିଆ ଷ୍ଟବ୍‌ସକୁ ସେମାନଙ୍କର ମେୟର ବୋଲି ମାନିଥିଲେ। ସେବେଠାରୁ ୨୦୧୭ରେ ତାହାର ମୃତ୍ୟୁ ପର୍ଯ୍ୟନ୍ତ ଷ୍ଟବ୍‌ସକୁ ତଲକୀତନା ସହରବାସୀ ସମ୍ମାନଜନକ ମେୟର ପଦବିରେ ବସାଇ ମଜା ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe