ମହିଳାଙ୍କ ସୁରକ୍ଷା ପାଇଁ ଏଣିକି ଟ୍ରେନ୍‌ରେ ଲାଗିବ ସିସିଟିଭି କ୍ୟାମେରା!

Advertisment
ମହିଳାଙ୍କ ସୁରକ୍ଷା ପାଇଁ ଏଣିକି ଟ୍ରେନ୍‌ରେ ଲାଗିବ ସିସିଟିଭି କ୍ୟାମେରା!

ଟ୍ରେନ୍‌ରେ ଯାତ୍ରା ସମୟରେ ମହିଳାଙ୍କ ପ୍ରତି ହେଉଥିବା ନିଯ୍ୟାତନା ଘଟଣା ସାମ୍‌ନାକୁ ଆସିବା ପରେ ଏବେ ଟ୍ରେନଗୁଡିକରେ ମହିଳାଙ୍କ ସୁରକ୍ଷା ପାଇଁ ବଡ ପରିବର୍ତ୍ତନ କରିବାକୁ ଯାଉଛି ରେଳବାଇ। ଏବେ ମହିଳାଙ୍କ କୋଚରେ ସୁରକ୍ଷା ଦୃଷ୍ଟିରୁ ସିସିଟିଭି କ୍ୟାମେରା ଲଗାଇବାକୁ ଯୋଜନା କରୁଛି ରେଳବାଇ। ଏହା ବ୍ୟତୀତ ମହିଳାଙ୍କ ହାତରେ ଯାତ୍ରା ସମୟରେ ‘ପେନିକ ବଟନ’ ରହିବ । ଏମିତିରେ ମହିଳାଙ୍କ ବିପଦ ସମୟରେ ଟ୍ରେନର ଡ୍ରାଇଭର, ଗାର୍ଡ ଠାରୁ ଆରମ୍ଭ କରି ସୁରକ୍ଷା କର୍ମୀଙ୍କୁ ବି ବିପଦର ସୂଚନା ମିଳିଯିବ। ଏହି ମେସେଜ ମିଳିବାର କିଛି ମିନିଟ ପରେ ସୁରକ୍ଷା ଟିମ ମହିଳା କୋଚରେ ପହଞ୍ଚି ତାଙ୍କ କାମ ଆରମ୍ଭ କରିଦେବେ। ଏହା ସହିତ ଦୀର୍ଘ ଯାତ୍ରା ପାଇଁ ଥିବା ଟ୍ରେନଗୁଡିକରେ ମହିଳା ଷ୍ଟାଫଙ୍କୁ ବି ରଖାଯିବ।

ପୂର୍ବତଟ ରେଳବାଇର ମୁଖ୍ୟ ଜନ ସଂପର୍କ ଅଧିକାରୀ ସଂଜୟ ଯାଦବଙ୍କ କହିବାନୁସାରେ, ରେଳବାଇ ବୋର୍ଡ ଏହି ବାବଦରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକଙ୍କୁ ଚିଠି ପଠାଇଛନ୍ତି। ଯେଉଁଥିରେ ତୁରନ୍ତ ଏହାକୁ ଲାଗୁ କରିବା ପାଇଁ ଆଦେଶ ଦିଆଯାଇଛି । ଏହି ନୂଆ ବ୍ୟବସ୍ଥା ଲାଗୁ ହେବା ପରେ ଟ୍ରେନରେ ଯାତ୍ରା କରୁଥିବା ମହିଳା ପୂର୍ବ ଅପେକ୍ଷା ବେଶି ସୁରକ୍ଷିତ ଅନୁଭବ କରିବେ।

publive-image

ମହିଳା ଯାତ୍ରୀଙ୍କୁ ନେଇ ଖାସ ପ୍ଲାନ : ରେଳବାଇ ମହିଳା କୋଚରେ ଯାତ୍ରା କରୁଥିବା ସମସ୍ତ ମହିଳାଙ୍କ ସୁରକ୍ଷାକୁ ନେଇ ଖାସ ପ୍ଲାନ ପ୍ରସ୍ତୁତ କରିଛନ୍ତି। ମହିଳା କୋଚର ପ୍ରତି ଦୁଇଟି ସିଟ ମଧ୍ୟରେ ଗୋଟିଏ ପେନିକ ବଟନ ଲଗାଯିବ। ଏହି ପେନିକ ବଟନକୁ ଦବାଇବା ଦ୍ୱାରା ଏହି ଫାଇଦା ମିଳିବ କି ଯେଉଁ ଷ୍ଟେସନରେ ଟ୍ରେନ ରହିବ, ପ୍ଲାଟଫର୍ମରେ ଥିବା ସୁରକ୍ଷାବଳ ଗତିଶୀଳ ହୋଇଯିବେ। ଟ୍ରେନରେ ଥିବା ଏସ୍କର୍ଟ ଟିମ ବି ସୂଚନା ପାଇ ମହିଳା ବଗିରେ ପହଞ୍ଚି ଯିବେ। ଚୋର, ଲୁଟେରା ଏବଂ ଅସାମାଜିକ ଯାତ୍ରୀ ଏହାର ଟେର ବି ପାଇପାରିବେନି।

ସୁରକ୍ଷା ଆପର ପ୍ରସ୍ତୁତି : ସଂଜୟ ଯାଦବଙ୍କ ମୁତାବକ ଭାରତୀୟ ରେଳବାଇ ଏକ ସୁରକ୍ଷା ଆପ ବି ପ୍ରସ୍ତୁତ କରୁଛନ୍ତି। ଏହା ଜରିଆରେ ମହିଳା ଏବଂ ଶିଶୁ ରେଳଯାତ୍ରା ସମୟରେ ସହାୟତା ପ୍ରାପ୍ତ କରିପାରିବେ। ଏହି ଆପରେ ସୁରକ୍ଷା ସହିତ ଅନ୍ୟ କିଛି ଜରୁରୀ ଫିଚର ବି ରହିବ। ଯାହାର ଖୁଲାସା ଆପ ପ୍ରସ୍ତୁତ ହୋଇଗଲା ପରେ କରାଯିବ। ଏହି ନୂଆ ବ୍ୟବସ୍ଥା ଆରମ୍ଭ ହେବା ପରେ ମହିଳା ଯାତ୍ରୀଙ୍କ ଯାତ୍ରା ସୁରକ୍ଷିତ ହୋଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe