ଏପରି ନିଆରା ଢଙ୍ଗରେ ପାଳନ୍ତୁ ଏ ବର୍ଷର ଖ୍ରୀଷ୍ଟମାସ!

Advertisment
ଏପରି ନିଆରା ଢଙ୍ଗରେ ପାଳନ୍ତୁ ଏ ବର୍ଷର ଖ୍ରୀଷ୍ଟମାସ!

ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଉତ୍ସବ ପାଳିବାର ମଜା ନିହାତି ସ୍ୱତନ୍ତ୍ର। ଉତ୍ସବ କେଉଁ ଧର୍ମର ହେଉ ପଛେ ତାହାର ମଜା ସମସ୍ତେ ନେଇପାରିବେ। କାଲି ଛାଡ଼ି ପହରିଦିନ ଖ୍ରୀଷ୍ଟମାସ। ଏଥର ଖ୍ରୀଷ୍ଟମାସକୁ ଏପରି ନିଆରା ଢଙ୍ଗରେ ପାଳନ୍ତୁ ଯେପରି ପୂରା ବର୍ଷ ମନେ ରହିବ।

-ଘର ପାଇଁ ଖ୍ରୀଷ୍ଟମାସ ଟ୍ରି, ସାନ୍ତା କ୍ଲଜ୍‌ ଏବଂ ଅନ୍ୟାନ୍ୟ ଘରସଜା ଉପକରଣ କିଣି ଆଣନ୍ତୁ। ଘରକୁ ପରିଷ୍କାର କରି ଧୁଆ ପୋଛା କରି ନିହାତି ସୁନ୍ଦର ବାଗରେ ଘରକୁ ସଜାଇ ଦିଅନ୍ତୁ।

-ନିକଟ ସଂପର୍କୀୟଙ୍କ ଘରକୁ ବୁଲିଯାଆନ୍ତୁ ଏବଂ ସେମାନଙ୍କୁ ନିଜ ଘରକୁ ନିମନ୍ତ୍ରିତ କରନ୍ତୁ। ଯେତେ ପାରୁଛନ୍ତି ସୁଖ ବାଣ୍ଟନ୍ତୁ, ଅନ୍ୟ ସବୁ ବିଶାଦକୁ ପାଶୋରି ଦେଇ।

publive-image

-ବନ୍ଧୁମାନଙ୍କ ସହ ବିଗିଡ଼ିଥିବା ସଂପର୍କ ପାଇଁ କ୍ଷମା ମାଗି ନୂଆ କରି ଆଉ ଥରେ ସଂପର୍କ ଗଢ଼ିବାର ପ୍ରସ୍ତାବ ଦିଅନ୍ତୁ । ପୁରୁଣା ରାଗ ଭୁଲି ନୂଆ ଭଲପାଇବାରେ ଖ୍ରୀଷ୍ଟମାସକୁ ଉପଭୋଗ କରନ୍ତୁ।

-ଖ୍ରୀଷ୍ଟମାସ ସଂପର୍କିତ ଅନେକ ଚଳଚ୍ଚିତ୍ର ରହିଛି। ପରିବାର ଲୋକଙ୍କ ସହ ମିଶି ସେସବୁକୁ ଦେଖନ୍ତୁ। ଯେଉଁ ଉତ୍ସବ ଚାଲିଥାଏ , ସେ ସମୟରେ ସେହି ଧରଣର ଚଳଚ୍ଚିତ୍ର ଦେଖିବାର ମଜା ହିଁ କିଛି ନିଆରା।

-ବନ୍ଧୁ କିମ୍ବା ସଂପର୍କୀୟମାନଙ୍କୁ ଉପହାର ଦେଉଥିଲେ ସୁନ୍ଦର ଭାବରେ ଉପହାର ଜରିରେ ତାହାକୁ ଗୁଡ଼ାଇ ସେଥିରେ ଖ୍ରୀଷ୍ଟମାସ କାର୍ଡ ଲଗାଇ ଶୁଭେଚ୍ଛା ବାର୍ତ୍ତା ଲେଖନ୍ତୁ।

publive-image

-ପାରୁଛନ୍ତି ଯଦି ପରିବାର ସହ ଛୁଟି ମନେଇବାକୁ ବାହାରକୁ ଯାଆନ୍ତୁ। ଭାରତୀୟ ପରମ୍ପରା ଅନୁସାରେ ଖ୍ରୀଷ୍ଟମାସକୁ ବେଶ୍‌ ଧୁମ୍‌ଧାମ୍‌ରେ ପାଳନ କରନ୍ତୁ।

-ଖ୍ରୀଷ୍ଟମାସ ଉତ୍ସବ ପାଳନରେ ପିଲାମାନଙ୍କୁ ନିଶ୍ଚୟ ସାମିଲ୍‌ କରନ୍ତୁ। ଖ୍ରୀଷ୍ଟମାସ ପାଇଁ ବୟସ୍କଙ୍କ ଅପେକ୍ଷା ବେଶି ପିଲାମାନେ ହିଁ ଉତ୍ସାହିତ ଥାଆନ୍ତି।

-ପୂରା ବର୍ଷ ପାଇଁ ଭଗବାନ ଜୀଶୁଙ୍କୁ ଆଶୀର୍ବାଦ ମାଗନ୍ତୁ। ଖ୍ରୀଷ୍ଟମାସ ଦିନ ମହମଟିଏ ଜଳାଇ ଜୀଶୁଙ୍କ ଆରାଧନା କରି ତାଙ୍କ ଆଶୀର୍ବାଦ ଜିଣନ୍ତୁ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe