ଭାରତର ଏହି ସହରରେ ୮ହଜାର ଟଙ୍କାରେ ମିଳେ ଏକ ବସ୍ତା ସିମେଣ୍ଟ

ଭାରତର ଏହି ସହରରେ ୮ହଜାର ଟଙ୍କାରେ ମିଳେ ଏକ ବସ୍ତା ସିମେଣ୍ଟ

ଇଟା ନଗର: ଏକ ବସ୍ତା ସିମେଣ୍ଟର ମୂଲ୍ୟ ୫୦୦ରୁ ୬୦୦ଟଙ୍କା ମଧ୍ୟରେ ହୋଇଥାଏ। କିନ୍ତୁ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଗୋଟିଏ ସିମେଣ୍ଟ ବସ୍ତା ପାଇଁ ୮୦୦୦ଟଙ୍କା ପୈଠ କରିବାକୁ ପଡ଼ିଥାଏ। ଅରୁଣାଚଳ ପ୍ରଦେଶର ବିଜୟନଗରର ଲୋକମାନେ ସିମେଣ୍ଟ ବସ୍ତା ପାଇଁ ୮୦୦୦ଟଙ୍କା ଦେଇ ଥାଆନ୍ତି।

ସୂଚନାଯୋଗ୍ୟ, ଅରୁଣାଚଳ ପ୍ରଦେଶର ଚାଙ୍ଗଲଙ୍ଗ ଜିଲ୍ଲା ଅନ୍ତର୍ଗତ ବିଜୟନଗରରେ କେବଳ ୧୫୦୦ ନିବାସୀ ବସବାସ କରନ୍ତି। ଏଠାକୁ ସହଜରେ ଯାତାୟତ କରି ହୁଏ ନାହିଁ। ଏଠାରେ ପହଞ୍ଚିବା ପାଇଁ ହେଲେ ପାଞ୍ଚଦିନ ପର୍ଯ୍ୟନ୍ତ ପାଦରେ ଚାଲିବାକୁ ପଡ଼ିଥାଏ। ଅରୁଣାଚଳ ପ୍ରଦେଶର ଏହି ଗ୍ରାମ ମୁଖ୍ୟ ସଡ଼କରୁ ବିଚ୍ଛିନ୍ନ ହୋଇଯାଇଛି। ଏଠାରେ ଲୋକମାନଙ୍କୁ ଶୌଚାଳୟ ପାଇଁ ଜରୁରୀ ସାମଗ୍ରୀ ଆଣିବା ପାଇଁ ୧୫୬ କିମି ପର୍ଯ୍ୟନ୍ତ ଯିବାକୁ ପଡ଼ିଥାଏ। ଚାଙ୍ଗଲାଙ୍ଗ ଜିଲ୍ଲାରେ ୧୫୦୦ ନିବାସୀ ରହୁଥିବା ସବ୍‌ ଡିଭିଜିନ ବିଜୟନଗର ପର୍ଯ୍ୟାପ୍ତ ସଡ଼କ ସହିତ ସମ୍ପର୍କ ନାହିଁ। ତେଣୁ ଏଠାରେ ସମେଣ୍ଟ ବସ୍ତା ଏକପ୍ରକାର ଦୁର୍ଲଭ ହୋଇପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe