କେନ୍ଦ୍ରର ବନ୍ୟପ୍ରାଣୀ ବସତି ଯୋଜନା: ୫ ବର୍ଷରେ ଓଡ଼ିଶାକୁ ମିଳିଛି ସର୍ବାଧିକ ପାଣ୍ଠି

ଗତ ୧୧ ବର୍ଷ ମଧ୍ୟରେ ଦେଶରେ ବାଘ ଅଭୟାରଣ୍ୟ ସଂଖ୍ୟା ୪୮ରୁ ୫୮କୁ ବୃଦ୍ଧି ପାଇଥିବା ବେଳେ ହାତୀ ଅଭୟାରଣ୍ୟ ସଂଖ୍ୟା ୩୧ରୁ ୩୩କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ବନ୍ୟପ୍ରାଣୀ ସଂରକ୍ଷଣ ଓ ଅନ୍ୟାନ୍ୟ ସଂରକ୍ଷିତ ଜଙ୍ଗଲ ସଂଖ୍ୟା ୨୦୧୪ରେ ୭୪୫ରୁ ୨୦୨୫ରେ ୧,୧୩୪କୁ ବୃଦ୍ଧି ପାଇଛି।

sfsccxxcxc

ଗତ ୧୧ ବର୍ଷ ମଧ୍ୟରେ ଦେଶରେ ବାଘ ଅଭୟାରଣ୍ୟ ସଂଖ୍ୟା ୪୮ରୁ ୫୮କୁ ବୃଦ୍ଧି ପାଇଥିବା ବେଳେ ହାତୀ ଅଭୟାରଣ୍ୟ ସଂଖ୍ୟା ୩୧ରୁ ୩୩କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ବନ୍ୟପ୍ରାଣୀ ସଂରକ୍ଷଣ ଓ ଅନ୍ୟାନ୍ୟ ସଂରକ୍ଷିତ ଜଙ୍ଗଲ ସଂଖ୍ୟା ୨୦୧୪ରେ ୭୪୫ରୁ ୨୦୨୫ରେ ୧,୧୩୪କୁ ବୃଦ୍ଧି ପାଇଛି। ତେବେ ବନ୍ୟପ୍ରାଣୀ ବସତି ବିକାଶ ଯୋଜନା ଅଧୀନରେ ରାଜ୍ୟଗୁଡ଼ିକୁ ପ୍ରଦତ୍ତ ପାଣ୍ଠିର ବୈଷମ୍ୟ ଜଙ୍ଗଲ ମନ୍ତ୍ରଣାଳୟର ତଥ୍ୟରୁ ସ୍ପଷ୍ଟ ହୋଇଛି।

ଉକ୍ତ ଯୋଜନାରେ ଆନ୍ଧ୍ରପ୍ରଦେଶକୁ ଗତ ପାଞ୍ଚ ବର୍ଷ ହେଲା କୌଣସି ପାଣ୍ଠି ମିଳି ନଥିବା ବେଳେ କେବଳ ୨୦୨୦-୨୧ ଆର୍ଥିକ ବର୍ଷ ବ୍ୟତୀତ ତେଲେଙ୍ଗାନାର ମଧ୍ୟ ଅନୁରୂପ ସ୍ଥିତି ଜାରି ରହିଛି। ସେହିପରି, ବିହାର, ଜାମ୍ମୁ ଓ କାଶ୍ମୀର, ଗୋଆ ଓ ଝାଡ଼ଖଣ୍ଡ ଭଳି ରାଜ୍ୟକୁ ବନ୍ୟପ୍ରାଣୀ ବସତି ବିକାଶ ଯୋଜନା ଅଧୀନରେ ବର୍ଷ ବର୍ଷ ଧରି କୌଣସି ପାଣ୍ଠି ମିଳିନାହିଁ। ଅପରପକ୍ଷେ, ଓଡ଼ିଶା ପାଇଁ ଖୁସିର କଥା ଯେ ଗତ ୫ ବର୍ଷ ମଧ୍ୟରେ ସର୍ବାଧିକ ୫୦ କୋଟି ଟଙ୍କା ପାଣ୍ଠି ମିଳିଛି। ତାହା ପଛକୁ ନାଗାଲାଣ୍ଡକୁ ୪୧ କୋଟି ଟଙ୍କା ମିଳିଥିବା ଜଣାଯାଇଛି। ବନ୍ୟପ୍ରାଣୀ ବସତି ଯୋଜନାରେ ଗ୍ରେଟ୍ ଇଣ୍ଡିଆନ୍ ବଷ୍ଟର୍ଡ, ତୁଷାର ଚିତାବାଘ, ଘଡ଼ିଆଳ ଓ ଡଲଫିନ୍ ଭଳି ୨୪ଟି ଜାତିର ସଂରକ୍ଷଣ କାର୍ଯ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe