NDTV.com
ନୂଆଦିଲ୍ଲୀ: ସାଧାରଣତଃ ଅଫିସରେ କାମର ବହୁତ ଚାପ ରହିଥାଏ। ସମୟସମୟରେ ଏମିତି ବି ଦେଖିବାକୁ ମିଳିଛି କି କାର୍ଯ୍ୟାଳୟରେ କାମର ଚାପ ଏତେ ରହିଥାଏ କି ଛୁଟି ହେବା ସମୟ ଯାଏଁ ବି କାମ ଶେଷ ହୋଇ ନଥାଏ। ଖୋଲାଖୋଲି ଭାବେ କହିବାକୁ ଗଲେ କାର୍ଯ୍ୟାଳୟରେ ରୁଟିନ ୱାର୍କ ଚାଲିଥାଏ। କିଛି ବୃତ୍ତିଗତ ଲୋକଙ୍କ କହିବାନୁସାରେ, କାର୍ଯ୍ୟଳୟରେ କାମକୁ ଗମ୍ଭୀରତା ସହ ନେବା ଉଚିତ। କାର୍ଯ୍ୟାଳୟ କୌଣସି ମଜାମସ୍ତିର ସ୍ଥାନ ନୁହେଁ। ମଜାମସ୍ତି କାର୍ଯ୍ୟାଳୟ ବାହାରେ। ଏଭଳି କ୍ଷେତ୍ରରେ ଯଦି କାର୍ଯ୍ୟାଳୟରେ କେହି ନୃତ୍ୟ କରୁଥିବାର ଘଟଣା ସାମ୍ନାକୁ ଆସେ, ତେବେ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗିବ।
ୱେଲ୍ସପେନ୍ ଇଣ୍ଡିଆ ଲିମିଟେଡର ଚିଫ ଏକଜ୍ୟୁକ୍ୟୁଟିଭ ଅଫିସର ବା ସିଇଓ ଏବଂ ଜଏଂଟ ମ୍ୟାଜେନିଙ୍ଗ ଡାଇରେକ୍ଟର ଦୀପାଳି ଗୋୟନକା କାର୍ଯ୍ୟାଳୟରେ ଏମିତି କିଛି କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିିଡିଆରେ ଭାଇରାଲ ହୋଇଛି।
ଆରପିଜି ଏଣ୍ଟରପ୍ରାଇଜର୍ସର ଚ୍ୟାୟରମ୍ୟାନ ହର୍ଷ ଗୋୟନକା ଦୀପାଳି ଗୋୟନକାଙ୍କର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ଦୀପାଳି କାର୍ଯ୍ୟାଳୟ ଭିତରେ ସାଥୀ କର୍ମଚାରୀଙ୍କ ସହ ‘ମୁକାବଲା...’ ଗୀତରେ ନୃତ୍ୟ କରୁ ଥିବାର ଦେଖିବାକୁ ମିଳିଛି।
ହର୍ଷ ଗୋୟନକା ଏହି ଭିଡିଓ ସେୟାର କରି କ୍ୟାପସନ୍ରେ ଲେଖିଛନ୍ତି, ‘କାର୍ଯ୍ୟାଳୟରେ କୌଣସି ସିଇଓ ନୃତ୍ୟ କରୁଥିବା ଦେଖିବା ଏକ ଦୁଲର୍ଭ ଦୃଶ୍ୟ ।’
https://aajtak.intoday.in/ଏହି ଭିଡିଓକୁ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀ ସକରାତ୍ମକ ପ୍ରତିକ୍ରିୟା ଦେଇ କହୁଛନ୍ତି, ଏଭଳି ବାତାବରଣ ମଝିରେ ମଝିରେ କାର୍ଯ୍ୟାଳୟରେ ସୃଷ୍ଟି କରିବା ଉଚିତ। ଏତଦ୍ଦ୍ୱାରା କର୍ମଚାରୀମାନେ ହାଲୁକା ଅନୁଭବ କରିବା ସହିତ ଚାପ ମୁକ୍ତ ରହିବେ। କାମରେ ଅଧିକ ମନ ଦେବେ ।
Follow Us