ଶତ୍ରୁଙ୍କୁ ଏପରି ଆଚରଣ ଦେଖାନ୍ତୁ, ଭୁଲ୍‌ରେ ବି ପ୍ରତିପକ୍ଷ ବ୍ୟକ୍ତିର ସାମର୍ଥ୍ୟକୁ ଛୋଟ ମଣନ୍ତୁ ନାହିଁ

Advertisment
ମହିଳାମାନେ ଶଶୁରଘରେ ବାପଘର ଦୁର୍ବଳତା କହିବା ମନା, ଜାଣନ୍ତୁ ସ୍ବାମୀମାନେ ‌କେଉଁ କଥା ପତ୍ନୀଙ୍କୁ କହିବେ ନାହିଁ?

Famous People

ଅର୍ଥଶାସ୍ତ୍ର ରଚୟିତା ଚାଣକ୍ୟଙ୍କ ନୀତିକୁ ନେଇ ଆମେ ପୂର୍ବରୁ ଅନେକ ଥର ଆଲୋଚନା କରିଛେ। ସେ କହି ଯାଇଥିବା ଅନେକ ବିଷୟରୁ ଆମେ ବୁଦ୍ଧି ମଧ୍ୟ ଗ୍ରହଣ କରିଛନ୍ତି। ଆପଣ ତ ଏକଥା ନିଶ୍ଚୟ ଜାଣିଥିବେ ଯେ ତାଙ୍କ କଥା ସବୁ ଅକ୍ଷରେ ଅକ୍ଷରେ ସତ। ତେବେ ଚାଲନ୍ତୁ ଜାଣିବା ଚାଣକ୍ୟଙ୍କ କହିବାନୁଯାୟୀ ଶତ୍ରୁଙ୍କ ସହ ଆମେ କିପରି ଆଚରଣ ଦେଖାଇବା ଉଚିତ।

: ତେବେ ମହାନ ଜ୍ଞାନୀ ଚାଣକ୍ୟଙ୍କ ଦୃଷ୍ଟିରେ ବୁଦ୍ଧିମାନ ଲୋକଙ୍କର କେହି ଶତ୍ରୁ ନଥାନ୍ତି। ବୁଦ୍ଧିମାନ ଯିଏ ନିଜ ବୁଦ୍ଧିବଳରେ ବନ୍ଧୁତା ଖେଳାଏ, ଶତ୍ରୁତା ଭାବକୁ ଦୂରକୁ ଫିଙ୍ଗିପାରେ। ଯଦି ବି କେହି ଶତ୍ରୁ ଅଛନ୍ତି ତେବେ ତାଙ୍କୁ ବନ୍ଧୁଙ୍କଠାରୁ ବି ଭଲ ବ୍ୟବହାର ଦେଖାନ୍ତୁ। ଦେଖିବେ ସେହି ବ୍ୟକ୍ତି ଦିନେ ଆପଣଙ୍କୁ ଭଲ ବ୍ୟବହାର ଦେଖାଇବେ।

: ଯଦି ଶତ୍ରୁକୁ ପରାସ୍ତ କରିବାକୁ ଚାହାନ୍ତି ତେବେ ଶତ୍ରୁକୁ ପ୍ରଥମେ ସଠିକ୍ ଭାବେ‌ ବିଶ୍ଳେଷଣ କରନ୍ତୁ। ନିଜର ଯୋଜନାକୁ ଶତ୍ରୁ ଉପରେ ପ୍ରୟୋଗ କଲେ କ’ଣ ଫଳାଫଳ ହେବ ପ୍ରଥମେ ସେ ବିଷୟରେ ନିଶ୍ଚିତ ହୁଅନ୍ତୁ।

publive-image
BGAV

: ଶତ୍ରୁକୁ ଆକ୍ରମଣ କରିବାକୁ ଯାଉଥିଲେ ଶାନ୍ତି ଅବଲମ୍ବନ କରନ୍ତୁ। ନିଜ ମସ୍ତିଷ୍କକୁ ଥଣ୍ଡା ପରି ଆକ୍ରମଣ କରନ୍ତୁ। ନହେଲେ ନିଜର ପରାସ୍ତ ହେବାର ବିଶେଷ ସମ୍ଭ‌ାବନା ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଶତ୍ରୁକୁ କେବେ ବି ଛୋଟ ଭାବନ୍ତୁ ନାହିଁ।

: ଆଚାର୍ଯ୍ୟ ଚାଣକ୍ୟ ସମ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସହିତ ବନ୍ଧୁତା ସ୍ଥାପନ ଲାଗି ପରାମର୍ଶ ଦେଇଛନ୍ତି। ଏହାର କାରଣ ହେଉଛି ଏଇଆ ଯେ, ଆପଣଙ୍କ ଠାରୁ ବେଶୀ ପ୍ରତିଷ୍ଠିତ ଲୋକେ ଆପଣଙ୍କୁ ଛୋଟ ମନେ କରିବା ସହିତ ଅସୁବିଧାରେ ଅପଣଙ୍କର ସାହାଯ୍ୟ କାରିବାକୁ କୁଣ୍ଠାବୋଧ କରିଥାନ୍ତି , ଯେଉଁଠାରେ କି ଆପଣଙ୍କ ଠାରୁ କମ୍‌ ପ୍ରତିଷ୍ଠିତ ବେଶି ସର୍ବଦା ହିଁ ଆପଣଙ୍କୁ ନିଜର ସ୍ୱାର୍ଥ ବେଳେ ଉପଯୋଗ କରିବାର ପ୍ରୟାସରେ ରହିଥା’ନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe