ଏହି ବ୍ୟକ୍ତିମାନଙ୍କୁ ବଢ଼‌ାନ୍ତୁ ନାହିଁ ସହାୟତାର ହାତ, ପଡ଼ିପାରନ୍ତିି ଅସୁବିଧାରେ

Advertisment
ଏହି ବ୍ୟକ୍ତିମାନଙ୍କୁ ବଢ଼‌ାନ୍ତୁ ନାହିଁ ସହାୟତାର ହାତ, ପଡ଼ିପାରନ୍ତିି ଅସୁବିଧାରେ

Famous People

ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟଙ୍କ ବିନା ଅସଂପୂର୍ଣ୍ଣ ପ୍ରାଚୀନ ଭାରତର ଇତିହାସ। ତାଙ୍କୁ ଲୋକେ କୌଟିଲ୍ୟ ନାମରେ ବି ଜାଣନ୍ତି। ସେ ଜଣେ  ଶିକ୍ଷକ, ଅର୍ଥନୀତିଜ୍ଞ, ଆଇନବିଶାରଦ ଓ ରାଜପରାମର୍ଶଦାତା ମଧ୍ୟ। ତାଙ୍କୁ ବିିଷ୍ଣୁଗୁପ୍ତ ନାମରେ ବି ଲୋକେ ଜାଣନ୍ତି। ସେ ଅର୍ଥଶାସ୍ତ୍ରର ରଚୟିତା ହୋଇଥିବା ବେଳେ ତାଙ୍କୁ ଅର୍ଥନୀତିର ଅଗ୍ରଦୂତ ଭାବରେ ବିବେଚନା କରାଯାଏ। ଚାଣକ୍ୟଙ୍କ ନୀତି ସଂପର୍କରେ ପୂର୍ବରୁ ଅ‌ନେକ ବିିଷୟରେ ଆମେ ଆଲୋଚନା କରିିଛେ। ଆଜି ଜାଣିବା ଚାଣକ୍ୟଙ୍କ ହିସାବରେ କେଉଁ କେଉଁ ଲୋକଙ୍କୁ ସହାଯ୍ୟ କରିବା ଅନୁଚିତ।

ସାହାଯ୍ୟ କରିବା ଏକ ଭଲ ଗୁଣ ନିଶ୍ଚୟ। ମାତ୍ର ଚାଣକ୍ୟଙ୍କ କହିବା ମୁତାବକ ନଷ୍ଟ ଚରିତ୍ରର ନାରୀମାନଙ୍କୁ କେବେ ବି ସାହାଯ୍ୟ କରନ୍ତୁ ନାହିଁ। ସେମାନଙ୍କର ସମାଜରେ ସେତେଟା ସମ୍ମାନ ନଥାଏ। ତେଣୁ ତାଙ୍କ ସହ ଘନିଷ୍ଠତା ଆପଣଙ୍କ ସମ୍ମାନହାନୀ ଘଟାଇପାରେ।

ନିଶାଖୋର୍‌ ଲୋକମାନଙ୍କୁ ବି ସାହାଯ୍ୟ କରିବା ଆପଣଙ୍କ ପାଇଁ ବିପଦ ସାବ୍ୟସ୍ତ ହୋଇପାରେ। ସେମାନେ ଆପଣଙ୍କ ସାହାଯ୍ୟର ଭୁଲ୍‌ ଫାଇଦା ଉଠାଇ ପାରନ୍ତି। ତା’ଛଡ଼ା ସେମାନେ ଯେହେତୁ ଅଧିକାଂଶ ସମୟରେ ଅସ୍ୱାଭାବିକ ଅବସ୍ଥାରେ ଥାଆନ୍ତି ତେଣୁ କେବେ ବି ସାହାଯ୍ୟର ମୂଲ୍ୟ ବୁଝନ୍ତି ନାହିଁ।

ବୁଦ୍ଧିହୀନଙ୍କୁ ସାହାଯ୍ୟ କରିବା ନିଜର ବୋକାମୀ ହୋଇଥାଏ ବୋଲି ଚାଣକ୍ୟ କହି ଯାଇଛନ୍ତି। ଯେହେତୁ ବୁଦ୍ଧି କମ୍‌ ଥାଏ, ସେମାନେ ଆପଣଙ୍କ ସାହାଯ୍ୟକୁ ବି ସ୍ୱାର୍ଥ ଭାବି ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି। ତେଣୁ ସେମାନଙ୍କଠାରୁ ନିଜକୁ ଦୂରେଇ ରଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe