ବୟସ ଥିବାବେଳେ ଆୟ ନଥିଲା; ୯୦ବର୍ଷ ବୟସରେ ବ୍ୟବସାୟ ଆରମ୍ଭ କରି ଏବେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ବୃଦ୍ଧା

Advertisment
ବୟସ ଥିବାବେଳେ ଆୟ ନଥିଲା; ୯୦ବର୍ଷ ବୟସରେ ବ୍ୟବସାୟ ଆରମ୍ଭ କରି ଏବେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି ବୃଦ୍ଧା

thebetterindia.com

ଚଣ୍ଡିଗଡ଼: ସମସ୍ତଙ୍କ ଜୀବନରେ କିଛି କାମ ନ କରି ପାରିବାର ପଶ୍ଚାତାପ ରହିଥାଏ। ବେଳେ ବେଳେ କାହାର ସାଥ୍ ନ ମିଳିବାରୁ ଲୋକେ ନିଜର ସ୍ବପ୍ନ ପୂରା କରି ପାରୁ ନଥିବା ବେଳେ ଅନେକ ସମୟରେ ପରିସ୍ଥିତିରେ ପଡ଼ି ଲୋକେ ନିଜର ସ୍ବପ୍ନକୁ ପୂରା କରି ପାରନ୍ତି ନାହିଁ। ହେଲେ ଚଣ୍ଡିଗଡ଼ରେ ରହୁଥିବା ଜଣେ ୯୪ବର୍ଷୀୟା ବୃଦ୍ଧା ବୟସର ସାୟାହ୍ନରେ ପହଞ୍ଚି ସାରିଥିଲେ ସୁଦ୍ଧା ନିଜର ସ୍ବପ୍ନକୁ ଯେଉଁଭଳି ଭାବରେ ପୂରା କରିଛନ୍ତି, ତାହା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି। ଏଠାରେ ଆମେ ଚଣ୍ଡିଗଡ଼ରେ ରହୁଥିବା ହରଭଜନ କୌରଙ୍କ କଥା କହୁଛୁ।

ଜୀବନରେ ସେ ଯାହା ଚାହିଥିଲେ, ତାହା ତାଙ୍କୁ ମିଳିଥିଲା। ହେଲେ, ନିଜ ସାମର୍ଥ୍ୟରେ ଟଙ୍କା ଆୟ କରିବାର ଯେଉଁ ସ୍ବପ୍ନ ତାଙ୍କର ଥିଲା, ତାହା ସେ ପୂରା କରି ପାରି ନଥିଲେ। ଦିନେ ‌ତାଙ୍କ ଝିଅ ରବିନା, ଜୀବନରେ କେଉଁ ଜିନିଷକୁ ନେଇ ତୁମେ ପଶ୍ଚାତାପ କରିବ? ବୋଲି ତାଙ୍କୁ ପଚାରି ଥିଲେ। ଏହାର ଉତ୍ତର ରଖି, ନିଜ ସାମର୍ଥ୍ୟରେ ଟଙ୍କା ଆୟ କରିବାର ମୋର ଯେଉଁ ସ୍ବପ୍ନ ଥିଲା, ସେ ସ୍ବପ୍ନ ପୂରା ହୋଇପାରିଲା ନାହିଁ ବୋଲି କହିଥିଲେ ହରଭଜନ କୌର। ମା’ଙ୍କଠାରୁ ଏଭଳି କଥା ଶୁଣି ରବିନା ତାଙ୍କୁ ନିଜର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାର କଳାକୁ ଟଙ୍କା ଆୟ କରିବାରେ ଲଗାଇବା ପାଇଁ କହିଥିଲେ। ରବିନାଙ୍କ କଥା ଶୁଣି କିଛି ଦିନ ଭାବିବା ପ‌ରେ ହରଭଜନ କୌର ନିଜ ଘରେ ବେସନ ବର୍ଫି ତିଆରି କରିବା ଆରମ୍ଭ କରିଥିଲେ। ଧିରେ ଧିରେ ସେ ବେସନ ବର୍ଫି ସହ ବିଭିନ୍ନ ପ୍ରକାରର ଖଟା ତିଆରି କରି ସ୍ଥାନୀୟ ଜୈବିକ ବଜାରରେ ବିକିବା ଆରମ୍ଭ କଲେ।

publive-image thebetterindia.com

୪ବର୍ଷ ମଧ୍ୟରେ ତାଙ୍କ ଖାଦ୍ୟର ଲୋକପ୍ରିୟତା ବଢ଼ିବା ସହ ଏ ପର୍ଯ୍ୟନ୍ତ ୫୦୦କେଜି ବର୍ଫି ତିଆରି କରି ସେ ବିକ୍ରି କରି ସାରିଥିବା ଜଣା ପଡ଼ିଛି। ହରଭଜନ କୌର ପ୍ରଥମେ ଜୈବିକ ବଜାରରେ ନିଜ ହାତ ତିଆରି ବର୍ଫିି ବିକି ୨,୦୦୦ଟଙ୍କା ଆୟ କରିଥିଲେ। ଯାହା ତାଙ୍କୁ ଖୁବ୍ ଖୁସି ଦେଇଥିଲା ବୋଲି କହିଛନ୍ତି ରବିନା। ରବିନାଙ୍କ କହିବା ମୁତାବକ, ଏବେ ମା’ଙ୍କ ବ୍ୟବସାୟ ଭଲ ଚାଲିଛି ଏବଂ ସେଥିରୁ ସେ ଲକ୍ଷ ଲକ୍ଷ ଟଙ୍କା ଆୟ କରୁଛନ୍ତି। ଏବେ ଦୋକାନକୁ ବଡ଼ କରି ଦିଆଯାଇଥିବା ବେଳେ ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଦୋକାନରେ ଚାକିରି ଦେବା ନେଇ ଯୋଜନା ଚାଲିଛି। ଗୋଟେ କିଲୋ ବର୍ଫିିକୁ ୮୫୦ଟଙ୍କାରେ ବିକ୍ରି କରାଯାଉଥିବା କହିଛନ୍ତି ରବିନା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe