ଭୂମି ବ୍ୟବହାର ଢାଞ୍ଚାରେ ପରିବର୍ତ୍ତନ: ବିପଦରେ ଜୈବବିବିଧତା!

Advertisment
ଭୂମି ବ୍ୟବହାର ଢାଞ୍ଚାରେ ପରିବର୍ତ୍ତନ: ବିପଦରେ ଜୈବବିବିଧତା!

ଚଳିତ ଶତାବ୍ଦୀର ମଧ୍ୟଭାଗ ବେଳକୁ ଜୈବବିବିଧତା ହ୍ରାସର ମୁଖ୍ୟ କାରଣ ଜଳବାୟୁ ପରିବର୍ତ୍ତନ ହୋଇପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି। ଭୂମି ବ୍ୟବହାର ଢାଞ୍ଚାରେ ପରିବର୍ତ୍ତନ ଏବଂ ଜୈବବିବିଧତା ଉପରେ ଏହାର ପ୍ରଭାବକୁ ଅନୁଧ୍ୟାନ କରି ଗବେଷକମାନେ ଜାଣିପାରିଛନ୍ତି ଯେ ସାରା ବିଶ୍ୱରେ ଜୈବବିବିଧତା ୨ରୁ ୧୧ ପ୍ରତିଶତ ହ୍ରାସ ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ବିଶ୍ୱର ବିଭିନ୍ନ ସ୍ଥାନରୁ ତଥ୍ୟ ସଂଗ୍ରହ କରି ଏହାକୁ ଭିନ୍ନ ଭିନ୍ନ ମଡେଲ୍‌ ସାହାଯ୍ୟରେ ଅନୁଧ୍ୟାନ କରି ଏହି ଆଶଙ୍କା ବ୍ୟକ୍ତ କରିଛନ୍ତି ଜଳବାୟୁ ଗବେଷକ। ‘ଜର୍ମାନ ସେଣ୍ଟର ଫର୍ ଇଣ୍ଟିଗ୍ରେଟିଭ୍ ବାୟୋଡାଇଭର୍ସିଟି ରିସର୍ଚ ସେଣ୍ଟର‌୍’ ଦ୍ୱାରା କରାଯାଇଥିବା ଏହି ଅନୁଧ୍ୟାନ ସଂପର୍କରେ ‘ସାଇନ୍ସ’ ଜର୍ଣ୍ଣାଲ୍‌ରେ ପ୍ରକାଶିତ ହୋଇଛି।

ଭବିଷ୍ୟତରେ ଜୈବବିବିଧତା ଏବଂ ପରିସଂସ୍ଥାନ କିପରି ବିକଶିତ ହୋଇପାରିବ, ତାହାକୁ ଅନୁଧ୍ୟାନ କରିବାକୁ ଯାଇ ଗବେଷକମାନେ ଅବଗତ ହୋଇଛନ୍ତି, ଆଜିର ମଣିଷ ସମାଜ ଯେପରି ବ୍ୟାପକ ଭାବେ ଭୂମି ବ୍ୟବହାରରେ ପରିବର୍ତ୍ତନ କରି ଚାଲିଛି, ତାହା ବୈଶ୍ୱିକ ଜୈବବିବିଧତାର ପ୍ରଭୂତ କ୍ଷତି କରୁଛି। ଉଦାହରଣ ସ୍ବରୂପ ଚାଷ ଜମିର କିସମ ପରିବର୍ତ୍ତନ କରାଯାଇ ତାହାକୁ ବାସୋପଯୋଗୀ କରାଯାଉଛି। ପୁଣି ବୃହତ୍‌ ପ୍ରକଳ୍ପ କିମ୍ବା ବଡ଼ କଳକାରଖାନା ସ୍ଥାପନ କାଳରେ ଜଙ୍ଗଲ ଜମିର ବ୍ୟବହାର ହେଉଛି। ଭୂମି ବ୍ୟବହାରରେ ଏଭଳି ପରିବର୍ତ୍ତନ ଫଳରେ ଯେଉଁ ବିପୁଳ ଅଙ୍ଗାର ନିର୍ଗତ ହେଉଛି, ତାହାକୁ ଦୃଷ୍ଟି ନଦେବା ଏକ ବଡ଼ ଭୁଲ୍‌। ଏହା ଜୈବବିବିଧତା ଏବଂ ପରିସଂସ୍ଥାନ ପାଇଁ ଏକ ଆସନ୍ନ ବିପଦ ବୋଲି ବିବେଚନା କରାଯାଉଛି। ଯଦିଓ ଭୂ-ଉପଯୋଗ ପରିବର୍ତ୍ତନକୁ ଏବେ ଜୈବବିବିଧତା ହ୍ରାସର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଭାବେ ଅଭିହିତ କରାଯାଉଛି, ତେବେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଜଳବାୟୁ ପରିବର୍ତ୍ତନ ଚଳିତ ଶତାବ୍ଦୀ ମଧ୍ୟଭାଗ ବେଳକୁ ଜୈବବିବିଧତାରେ କ୍ଷତିର ପ୍ରାଥମିକ କାରଣ ହେବ। ଏହି ପ୍ରକ୍ରିୟା ଅତ୍ୟନ୍ତ କ୍ଷୀପ୍ରତାର ସହ ସଂପନ୍ନ ହେଉଛି, ଯାହାକୁ ସାଧାରଣତଃ ବୁଝିବା ବର୍ତ୍ତମାନ ସମ୍ଭବ ନୁହେଁ। ଭୂମି ବ୍ୟବହାର ପରିବର୍ତ୍ତନ ଜୈବବିବିଧତାକୁ ଯେତିକି କ୍ଷତି ପହଞ୍ଚାଉଛି ଜଳବାୟୁ ପରିବର୍ତ୍ତନ ତା’ଠାରୁ ଯଥେଷ୍ଟ ଅଧିକ କ୍ଷତି ପହଞ୍ଚାଇବ ବୋଲି ଏହି ଗବେଷଣାରୁ ପ୍ରକାଶ ପାଇଛି।

ବୃହତ୍‌ ପ୍ରକଳ୍ପ କିମ୍ବା ବଡ଼ କଳକାରଖାନା ସ୍ଥାପନ କାଳରେ ଜଙ୍ଗଲ ଜମିର ବ୍ୟବହାର ହେଉଛି। ଭୂମି ବ୍ୟବହାରରେ ଏଭଳି ପରିବର୍ତ୍ତନ ଫଳରେ ଯେଉଁ ବିପୁଳ ଅଙ୍ଗାର ଉତ୍ସର୍ଜନ ହେଉଛି, ତାହାକୁ ଦୃଷ୍ଟି ନଦେବା ଏକ ବଡ଼ ଭୁଲ୍‌।

ଜୈବବିବିଧତା ଓ ପ୍ରାକୃତିକ ସମ୍ବଳ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପେଟର୍‌ ହାଭ୍‌ଲିକ୍ କହନ୍ତି, ଗବେଷକମାନେ ଆଗାମୀ ଦଶନ୍ଧିରେ ବିଭିନ୍ନ ରାଷ୍ଟ୍ରର ସରକାରଙ୍କ ନୀତି ଏବଂ ଜୈବବିବିଧତା ମଧ୍ୟରେ ଉପୁଜୁଥିବା ବିବାଦକୁ ହ୍ରାସ କରିବା ପାଇଁ ପରିସଂସ୍ଥାନର ସ୍ଥିରତା ଦିଗକୁ ବିଚାର କରି “ସମନ୍ବିତ ଆଭିମୁଖ୍ୟ” ଆପଣାଇବାକୁ ଆହ୍ୱାନ କରିଛନ୍ତି। ଏହାର ଅର୍ଥ ହେଉଛି ଜମି-ଜଳ-ଜଙ୍ଗଲ ଭଳି ପ୍ରାକୃତିକ ସମ୍ପଦର ଅନାବଶ୍ୟକ ବ୍ୟବହାର ଓ କିସମ ପରିବର୍ତ୍ତନ ଉପରେ ଅଙ୍କୁଶ ଲାଗିବା ଜରୁରୀ। ପୁନଶ୍ଚ ଜୈବ-ଶକ୍ତି ନିୟୋଜନ ଏବେ ମଧ୍ୟ ଜଳବାୟୁ ସ୍ଥିରୀକରଣ ଦୃଶ୍ୟପଟ୍ଟର ଅଧିକାଂଶ କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହୋଇଥିବା ବେଳେ ଏହା ମଧ୍ୟ ବିଭିନ୍ନ ପ୍ରଜାତି ଓ ସେମାନଙ୍କ ବାସସ୍ଥଳୀ ପ୍ରତି ବିପଦ ସୃଷ୍ଟି କରୁଛି। ଗବେଷଣା ଲବ୍ଧ ତଥ୍ୟ ଅନୁସାରେ ଆବଶ୍ୟକ ପ୍ରାକୃତିକ ଜଳବାୟୁ ସମାଧାନ ଭାବେ ସଂରକ୍ଷଣ ଓ ପୁନରୁଦ୍ଧାର ଉଦ୍ୟମକୁ ବିଶ୍ୱସ୍ତରରେ ଅଗ୍ରାଧିକାର ଦିଆଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe