ବିଷ ନ ଥିବା ସାପଟିଏ କିପରି ବଞ୍ଚିବ? ସାଧାସିଧା ମଣିଷଟିଏ କେମିତି ତିଷ୍ଠିବ! କ’ଣ କୁହନ୍ତି ଚାଣକ୍ୟ?

ଏହି ବ୍ୟକ୍ତିମାନଙ୍କୁ ବଢ଼‌ାନ୍ତୁ ନାହିଁ ସହାୟତାର ହାତ, ପଡ଼ିପାରନ୍ତିି ଅସୁବିଧାରେ

Famous People

ପୂର୍ବରୁ ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟଙ୍କ ଉପଦେଶକୁ ନେଇ ଅନେକ ଲେଖା ପଢ଼ିସାରିଛେ। ସେ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ଚାଣକ୍ୟଙ୍କୁ କେହି କେହି କୌଟିଲ୍ୟ ନାମରେ ବି ଜାଣନ୍ତି। ଜୀବନ-ଦର୍ଶନ ଉପରେ ସେ ଅନେକ ହିତୋପଦେଶ ଦେଇ ଯାଇଛନ୍ତି, ଯାହା ଆଜି ବି ଲୋକଙ୍କୁ ଉଚିତ ମାର୍ଗ ଦେଖାଉଛି।

ତେବେ କେବଳ ମଣିଷ କାହିଁକି ଜୀବଜନ୍ତୁଙ୍କୁ ନେଇ ମଧ୍ୟ ଅନେକ କଥା ଉପଦେଶ ସେ ଦେଇ ଯାଇଛନ୍ତି। ଜୀବଜନ୍ତୁଙ୍କ ଆଚରଣର ଉଦାହରଣ ଦେଇ ସେ ମଣିଷମାନଙ୍କୁ ମାର୍ଗ ଦେଖାଇଛନ୍ତି।

publive-image Indus Library

ଚାଣକ୍ୟ କୁହନ୍ତି, ‘ଜଣେ ସାପ ବିଷଧର ନ ହୋଇଥାଉ ପଛେ, ତାକୁ କିନ୍ତୁ ଭୟାନକ ଦିଶିବା ଜରୁରୀ। ନଚେତ କାହାର ବି ଠେଙ୍ଗା ପାହାରରେ ତାହାର ଜୀବନ ଯାଇପାରେ।’

ଅର୍ଥାତ, ଜଣେ ମଣିଷ ଭିତରୁ ଯେତେ ବି ଦୟାଳୁ ହୁଅନ୍ତୁ ପଛେ, ଉପରକୁ ତାହା ନଦିଶିବା ଉଚିତ। କାହିଁକି ନା ସେହି ଭଲ ଗୁଣର ଖରାପ ଫାଇଦା କିଏ ବି ଉଠାଇ ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe