Famous People
ଅର୍ଥଶାସ୍ତ୍ର ରଚୟିତା ତଥା ଦାର୍ଶନିକ ଚାଣକ୍ୟ ଦେଇ ଯାଇଥିବା ହିତ ଉପଦେଶ କେତେ ଜରୁରୀ ତାହା ତ ସମସ୍ତେ ପ୍ରାୟ ଜାଣନ୍ତି। ତାଙ୍କର କଥା ସବୁ ଅକ୍ଷରେ ଅକ୍ଷରେ ସତ। ସେ ସବୁକୁ ମାନି ଚାଳିଲେ ଶୃଙ୍ଖଳିତ ଜୀବନ ବିତାଇବା ଥୟ। ଚାଣକ୍ୟଙ୍କୁ କେହି କେହି କୌଟିଲ୍ୟ ନାମରେ ବି ଜାଣନ୍ତି। ଜୀବନ-ଦର୍ଶନ ଉପରେ ସେ ଅନେକ ହିତ ଉପଦେଶ ଦେଇ ଯାଇଛନ୍ତି, ଯାହା ଆଜି ବି ଲୋକଙ୍କୁ ଉଚିତ ମାର୍ଗ ଦେଖାଉଛି।
ତେବେ, ଚାଣକ୍ୟ ଏପରି କିଛି କହି ଯାଇଛନ୍ତି ଯାହାକି ସବୁ ଦୁର୍ବଳମନା ମଣିଷଙ୍କୁ ସାହସ ଦେବାରେ ସହାୟ ହେବ। ଶକ୍ତି ଓ ସାମର୍ଥ ଥିଲେ କୌଣସି କାର୍ଯ୍ୟ ହାସଲ କରିବା କିଛି ବିଶେଷ ବଡ଼ କଥା ନୁହେଁ। ଯାହାର ଯେଉଁ କ୍ଷେତ୍ରରେ ଦକ୍ଷତା ରହିଛି ସେ ସେହି କାମ କରିପାରିବା ତ ସାଧାରଣ କଥା। ମାତ୍ର ଚାଣକ୍ୟଙ୍କ କହିବା କଥା ହେଲା ଦକ୍ଷତା ନଥିଲେ ମଧ୍ୟ ସଫଳତା ଚରଣ ଛୁଏଁ।
Lonely Philosopherତେବେ ତାହା କ’ଣ? ଯାହା ଦକ୍ଷତା ବିନାରେ ବି ସଫଳତା ଦେବାରେ ସହାୟ ହୁଏ ତାହା ହେଉଛି ଦୃଢ଼ ଇଚ୍ଛା ଶକ୍ତି। ଚାଣକ୍ୟ କହିଛନ୍ତି ଯେ ଯେଉଁ ବ୍ୟକ୍ତି ପାଖରେ ଦୃଢ଼ ଇଚ୍ଛା ଶକ୍ତି ରହିଛି ସେଠାରେ ଦକ୍ଷତାର କୌଣସି ଆବଶ୍ୟକତା ନାହିଁ। ଯାହାର ସାମର୍ଥ୍ୟ ନଥାଇ ମଧ୍ୟ ସେ ହାର୍ ମାନେ ନାହିଁ, ଦୁନିଆର କୌଣସି ଶକ୍ତି ତାକୁ ହରାଇପାରେ ନାହିଁ।
Follow Us