ଦୈନିକ ସପ୍ତଋଷିଙ୍କ ନାମ ଉଚ୍ଚାରଣ କଲେ ମିଳିଥାଏ ଏହି ଫାଇଦା

Advertisment
ଦୈନିକ ସପ୍ତଋଷିଙ୍କ ନାମ ଉଚ୍ଚାରଣ କଲେ ମିଳିଥାଏ ଏହି ଫାଇଦା

ବିଶ୍ୱାସ ରହିଛି ଯେ ମଣିଷମାନଙ୍କୁ ପଥ ଦେଖାଇବା ପାଇଁ ୪ ଦିଗରେ ସପ୍ତଋଷିଙ୍କର ଉପସ୍ଥିତି ରହିଥାଏ। ଏମାନେ ପୃଥିବୀ ପୃଷ୍ଠରେ ସନ୍ତୁଳନ ରକ୍ଷା କରିବା ପାଇଁ ସବୁବେଳେ ସୂର୍ଯ୍ୟଙ୍କ ସହ ମିଶି କାର୍ଯ୍ୟ ସମ୍ପାଦନା କରିଥାନ୍ତି। ଏହି ସପ୍ତଋଷିଙ୍କୁ ବ୍ରହ୍ମଋଷି ବୋଲି ବି କୁହାଯାଏ। କାରଣ ଏମାନେ ବ୍ରାହ୍ମଣଙ୍କ ସଂପର୍କରେ ବହୁତ କିଛି ଅଧ୍ୟୟନ କରିଛନ୍ତି। ବିଶ୍ୱାମିତ୍ର ହେଉଛନ୍ତି ପୁରାଣର ଏକମାତ୍ର ଋଷି ଯିଏକି ନିଜ ପାରଦର୍ଶିତା ବଳରେ ବ୍ରହ୍ମଋଷି ପଦ ପାଇଛନ୍ତି। ଏଥିପାଇଁ ସେ ୧୦ ହଜାର ବର୍ଷ ତପସ୍ୟା ମଧ୍ୟ କରିଛନ୍ତି।

publive-image

ତେବେ ଆଜି ଆମେ ଯେଉଁ ସପ୍ତଋଷିଙ୍କ ସଂପର୍କରେ କଥା ହେଉଛନ୍ତି ସେ ହେଉଛନ୍ତି ବିଶ୍ୱାମିତ୍ର, ବଶିଷ୍ଟ, ଅଟ୍ରି, ଗୌତମ ମହର୍ଷି, ଯମଦଗ୍ନୀ, ଭରଦ୍ୱାଜ ଏବଂ କଶ୍ୟପ।

ଏହି ସପ୍ତଋଷି ହେଉଛନ୍ତି ୭ ଜଣ ଅମର ମାନବ। ସେମାନେ ନିଜ କର୍ମ, ଧର୍ମ, ତପସ୍ୟା ଓ କ୍ଷମତା ବଳରେ ମାନବ ଜନ୍ମରୁ ଊର୍ଧ୍ୱକୁ ଉଠିଯାଇ ଯୁଗ ଯୁଗ ପାଇଁ ଅମର ଓ ଉଦାହରଣ ପାଲଟି ଯାଇଛନ୍ତି। ଦୈନିକ ଏହି ସପ୍ତଋଷିଙ୍କ ନାମ ଥରେ ଲେଖାଏ ଉଚ୍ଚାରଣ କଲେ ଉଭୟ ଶରୀର ଓ ମନ ପାଇଁ ଭଲ ବୋଲି ପୁରାଣରେ ଉଲ୍ଳେଖ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe