କୌଣସି ପ୍ରକାରର ଅସୁବିଧା ଅଛି କି ଜୀବନରେ; ଏମିତି ସମୟରେ ଏହି ନାମରେ ଶିବଙ୍କୁ ସ୍ମରଣ କରନ୍ତୁ, ଦୂର ହେବ ସବୁ ସମସ୍ୟା

କୌଣସି ପ୍ରକାରର ଅସୁବିଧା ଅଛି କି ଜୀବନରେ; ଏମିତି ସମୟରେ ଏହି ନାମରେ ଶିବଙ୍କୁ ସ୍ମରଣ କରନ୍ତୁ, ଦୂର ହେବ ସବୁ ସମସ୍ୟା

ଶିବଙ୍କୁ ଅନେକ ଲୋକ ମହାଦେବଙ୍କ ନାମରେ ଡାକିଥାନ୍ତି। ଏମିତି ତ କହିବାକୁ ଭଗବାନଙ୍କୁ ଡାକିବା ପାଇଁ ନାମର ଆବଶ୍ୟକତା ନାହିଁ। ମନରେ ସ୍ମରଣ କଲେ ବି ସେ ଜାଣି ପାରିଥାନ୍ତି ଭକ୍ତର ଭାବନା। ତଥାପି ବି ବିଶ୍ୱାସ ରହିଛି ଯେ ନିର୍ଦ୍ଦିଷ୍ଟ କେଉଁ ନାମରେ କେଉଁ କାର୍ଯ୍ୟ ପାଇଁ ଡକାଯାଏ।

ବିଶ୍ୱାସ କରାଯାଏ ଯେ ଶିବ ହେଉଛନ୍ତି ସୈତାନ ନାଶକାରୀ ଦେବତା। ଯଦି ଆପଣ କୌଣସି ଭୂତପ୍ରେତ କିମ୍ବା କୌଣସି କାରଣରୁ ଭୟଭୀତ ହେଉଛନ୍ତି ତେବେ ଶିବଙ୍କୁ ‘ଶମ୍ଭୁ’ ନାମରେ ଡାକନ୍ତୁ। ‘ଶମ୍ଭୁ’ ନାମର ଅର୍ଥ ହେଉଛି ଉଭୟ ସୃଷ୍ଟି ଓ ବିନାଶ।

ଯଦି କୌଣସି ପ୍ରକାରର ଯନ୍ତ୍ରଣାରେ ଅଛନ୍ତି ତେବେ ‘ପିନାକୀ’ ନାମରେ ଡାକନ୍ତୁ। ଏହି ନାମରେ ଡାକିଲେ ସେ ଦୁଃଖ ହରିଥାନ୍ତି ବୋଲି ବିଶ୍ୱାସ ରହିଛି।

publive-image

ଭକ୍ତିର ସହ ଡାକିବା ପାଇଁ ‘ଗିରିଶ’ ନାମରେ ଡାକନ୍ତୁ। ଏହି ନାମରେ ଡାକିଲେ ସେ ଭକ୍ତର ଶ୍ରଦ୍ଧାରେ ବାନ୍ଧି ହୋଇ ରହନ୍ତି।

ଶିବଙ୍କୁ ‘ଭାର୍ଗ’ ନାମରେ ଡାକିଲେସେ କୌଣସି କାର୍ଯ୍ୟ କରିବାକୁ ଶକ୍ତି ପ୍ରଦାନ କରିଥାନ୍ତି।

ଜ୍ଞାନ ପାଇଁ ଶିବଙ୍କୁ ‘ଭବ’ ନାମରେ ଡାକନ୍ତୁ। ଛାତ୍ରଛାତ୍ରୀମାନେ ଏହି ନାମରେ ଡାକି ପାରନ୍ତି।

‘ସଦାଶିବ’ ଶବ୍ଦର ଅର୍ଥ ସବୁବେଳେ ମଙ୍ଗଳ। ଯଦି ପ୍ରତ୍ୟେକ ସ୍ଥାନରେ ମଙ୍ଗଳ ହିଁ ମଙ୍ଗଳହ ଚାହାନ୍ତି ତେବେ ସଦାଶିବଙ୍କୁ ସ୍ମରଣ କରନ୍ତୁ।

ମୋକ୍ଷ ପ୍ରାପ୍ତି ପାଇଁ ‘ଶିବ’ ନାମ ଉଚ୍ଚାରଣ କରିବା ଉଚ୍ଚିତ। ବାର୍ଦ୍ଧକ୍ୟ ସମୟରେ ଶିବ ନାମରେ ଡାକିବା ଉଚିତ।

‘ହର’ ଶବ୍ଦର ଅର୍ଥ ହରଣକାରୀ। ଯଦି କୌଣସି ଶାରୀରିକ ସମସ୍ୟା ଦୂରେଇବାକୁ ଚାହାନ୍ତି ତେବେ ତାଙ୍କୁ ହର ବୋଲି ଡାକନ୍ତୁ।

‘ସର୍ଭ’ ଶବ୍ଦରେ ମୃତ୍ୟୁରୁ ଜୟ କରିବା ପରି ଶକ୍ତି ରହିଛି।

‘ମହାଦେବ’ ଶବ୍ଦର ଅର୍ଥ ସଂସାର ସବୁଠାରୁ ଶକ୍ତିଶାଳୀ ବୋଲି ଆପଣ ତାଙ୍କୁ ହିଁ ମାନନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe