ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଆଉ କୌଣସି ଡିଭାଇସ୍‌ରେ ବ୍ୟବହାର ହେଉନାହିଁ ତ?

Advertisment

ଏମିତି ଚେକ୍‌ କରି ଲଗ୍‌ ଆଉଟ୍‌ କରନ୍ତୁ ଅନ୍ୟ ଡିଭାଇସ୍‌ରୁ

ଏମିତି ଚେକ୍‌ କରି ଲଗ୍‌ ଆଉଟ୍‌ କରନ୍ତୁ ଅନ୍ୟ ଡିଭାଇସ୍‌ରୁ

ଆପଣଙ୍କ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଆଉ କୌଣସି ଡିଭାଇସ୍‌ରେ ବ୍ୟବହାର ହେଉନାହିଁ ତ?

ଆଜିକାଲି ପ୍ରାୟ ସମସ୍ତେ ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିଜର ସ୍ମାର୍ଟଫୋନ୍‌ ବଦଳାଉଛନ୍ତି। ପୁଣି ଅଧିକାଂଶ ନିଜର ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ସ ଏଥିରେ ଆକ୍‌ସେସ୍‌ କରୁଛନ୍ତି। ଆଜିକାଲି ଫେସ୍‌ବୁକ୍‌ ମଧ୍ୟ ପ୍ରାୟ ସମସ୍ତେ ବ୍ୟବହାର କରୁଛନ୍ତି। ଠିକ୍‌ ସେମିତି ଅନ୍ୟ କାହାର ସ୍ମାଟ୍‌ର୍ଫୋନ୍‌ରେ ବେଳେବେଳେ ନିଜ ଫେସ୍‌ବୁକ୍‌ ଆକାଉଣ୍ଟ୍‌ ଲଗ୍‌ଇନ୍‌ କରୁଛନ୍ତି ଓ ପୁରୁଣା ସ୍ମାଟ୍‌ର୍ଫୋନ୍‌ରେ ମଧ୍ୟ ବର୍ଷ ବର୍ଷ ଧରି ଫେସବୁକ୍‌ ଲଗ୍‌ଆଉଟ୍‌ କରିବା ଭୁଲି ଯାଉଛନ୍ତି।

publive-image

publive-image

ଷ୍ଟେପ୍‌ ୧: ଆପ୍‌ ସେଟିଙ୍ଗ୍‌ସ
ଫେସ୍‌ବୁକ୍‌ ଆପ୍‌ ଖୋଲି ଉପର ପଟ ଡାହାଣ କୋଣରେ ଥିବା ତିନୋଟି ଗାରର ଆଇକନ୍‌ରେ କ୍ଲିକ୍‌ କରନ୍ତୁ।

publive-image

ଷ୍ଟେପ୍‌ ୨: ଆକାଉଣ୍ଟ୍‌ ସେଟିଙ୍ଗ୍‌ସ
ଆପ୍‌ ସେଟିଙ୍ଗ୍‌ସ ଖୋଲିଲା ପରେ ତଳକୁ ସ୍କ୍ରଲ୍‌ କରନ୍ତୁ, ଆପଣଙ୍କୁ ଦେଖାଯିବ ଆକାଉଣ୍ଟ୍‌ ସେଟିଙ୍ଗ୍‌ସ, ଏହାକୁ ଖୋଲନ୍ତୁ।

publive-image

ଷ୍ଟେପ୍‌ ୩: ସିକ୍ୟୁରିଟି ଆଣ୍ଡ୍‌ ଲଗ୍‌ଇନ୍‌
ଆକାଉଣ୍ଟ୍‌ ସେଟିଙ୍ଗ୍‌ସ ଖୋଲିଲା ପରେ ଏହି ପେଜ୍‌ରେ ଆପଣଙ୍କୁ ଦେଖାଯିବ ସିକ୍ୟୁରିଟି ଆଣ୍ଡ୍‌ ଲଗ୍‌ଇନ୍‌, ଏହାକୁ ଖୋଲନ୍ତୁ।

publive-image

ଷ୍ଟେପ୍‌ ୪: ହେ୍ଵର୍‌ ୟୁ ଆର୍‌ ଲଗ୍‌ଡଇନ୍‌
ଏହି ପେଜ୍‌ରେ ‘ହେ୍ଵର୍‌ ୟୁ ଆର୍‌ ଲଗ୍‌ଡଇନ୍‌’ ସେକ୍‌ସନ୍‌ରେ କ୍ଲିକ୍‌ କରନ୍ତୁ। ବର୍ତ୍ତମାନ ନୂଆ ପେଜ୍‌ ଖୋଲିବ ଓ ଅଧିକ ସମୟ ଲଗ୍‌ଇନ୍‌ ହେଉଥିବା ୨ଟି ଡିଭାଇସ୍‌ର ଲିଷ୍ଟ୍‍ ଦେଖାଯିବ। ‘ସି ମୋର୍‌’ରେ କ୍ଲିକ୍‌ କରିଲା ପରେ ଅନ୍ୟ ସମସ୍ତ ଡିଭାଇସ୍‌ର ଲିଷ୍ଟ୍‍ ଦେଖାଯିବ।

publive-image

ଷ୍ଟେପ୍‌ ୫: ସି ମୋର୍‌
‘ସି ମୋର୍‌’ ଅପ୍‌ସନ୍‌ରେ କ୍ଲିକ୍‌ କରିଲା ପରେ ସମସ୍ତ ସ୍ମାର୍ଟ୍‌ଫୋନ୍‌ ଓ ଲ୍ୟାପ୍‌ଟପ୍‌ର ତାଲିକା ଆସିବ ଓ କେଉଁ ସ୍ଥାନରେ କେବେ ଲଗ୍‌ଇନ୍‌ କରିଥିଲେ ଦେଖାଯିବ।

publive-image

ଷ୍ଟେପ୍‌ ୬: ଲଗ୍‌ ଆଉଟ୍‌
ଏହି ପେଜ୍‌ରେ ଆପଣ କେଉଁ ଡିଭାଇସ୍‌ରୁ ଲଗ୍‌ ଆଉଟ୍‌ କରିବା ପାଇଁ ଚାହୁଁଛନ୍ତି, ସେ ଡିଭାଇସ୍‌ରେ କ୍ଲିକ୍‌ କରି କରିପାରିବେ। ଯଦି ଆପଣ ଏକାସଙ୍ଗେ ସମସ୍ତ ଡିଭାଇସ୍‌ରୁ ଲଗ୍‌ଆଉଟ୍‌ କରିବା ପାଇଁ ଚାହିଁଲେ ପେଜ୍‌ ସ୍କ୍ରଲ୍‌ କରି ତଳେ ଥିବା ‘ଲଗ୍‌ ଆଉଟ୍‌ ଅଫ୍‌ ଅଲ୍‌ ସେସନ୍ସ୍‌’ରେ କ୍ଲିକ୍‌ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe