୩୦୦ ଅପରାଧିକ ମାମଲାରେ ପୁଲିସର ସାକ୍ଷୀ ବନି ସାରିଛନ୍ତି ଛତିଶଗଡ଼ର ଏହି ଯୁବକ

Advertisment
୩୦୦ ଅପରାଧିକ ମାମଲାରେ ପୁଲିସର ସାକ୍ଷୀ ବନି ସାରିଛନ୍ତି ଛତିଶଗଡ଼ର ଏହି ଯୁବକ

hindustantimes

ରାୟପୁର: ମାତ୍ର ୨୫ ବର୍ଷ ବୟସରେ ପ୍ରାୟ ୩୦୦ ଅପରାଧୀକ ମାମଲା ପାଇଁ ଅଦାଲତରେ ସାକ୍ଷୀ ଦେଇ ସାରିଛନ୍ତି ଛତିଶଗଡ଼ର ସୋମେଶ ପାଣିଗ୍ରାହୀ । ଗତ କିଛି ବର୍ଷ ହେବ କୌଣସି ଅପରାଧୀକ ମାମଲାରେ ଅଦାଲତରେ ଯଦି ପୁଲିସ ପକ୍ଷ ଲାଗି ସାକ୍ଷୀ ଦେବାକୁ ହୋଇଥାଏ, ତେବେ ପୁଲିସ ଅଫିସରମାନେ ସୋମେଶଙ୍କୁ ସାକ୍ଷୀ ଦେବା ପାଇଁ ସଂପର୍କ କରିଥାନ୍ତି । ଅଦାଲତକୁ ଯିବା ପୂର୍ବରୁ ମାମଲା ବିଷୟରେ ପୁଲିସ ତାଙ୍କୁ ଜଣାଇବା ସହ କେମିତି କହିବାକୁ ହେବ ଟ୍ରେନିଙ୍ଗ ଦେଇଥାଏ । ଏଥି ପାଇଁ ତାଙ୍କୁ ବିଭିନ୍ନ ଅପରାଧୀମାନଙ୍କଠାରୁ ଧମକପୂର୍ଣ୍ଣ ଫୋନ କଲ ମଧ୍ୟ ମିଳିଥାଏ ।

“ଏଥି ପାଇଁ ମୋତେ ସବୁ ମାଜିଷ୍ଟ୍ରେଟ୍‌, ଓକିଲ ଏବଂ ପୁଲିସ ଜାଣିଛନ୍ତି । କାରଣ ପ୍ରାୟ ସବୁବେଳେ ମୁଁ ସାକ୍ଷୀ ପାଇଁ ଅଦାଲତ ଯାଇଥାଏ । ଏହି କାରଣରୁ ଥରେ ମୋତେ ଜଣେ ମାଜିଷ୍ଟ୍ରେଟ ଜେଲରେ ଭର୍ତ୍ତି କରିଦେବେ ବୋଲି ଚେତାବନୀ ମଧ୍ୟ ଦେଇଥିଲେ” ବୋଲି ସୋମେଶ କହିଛନ୍ତି । ସୋମେଶ ବସ୍ତର ଜିଲ୍ଲାରେ ଥିବା ଜଗ୍‌ଦଲପୁର ସହରରେ ରହୁଥିବା ବେଳେ ୨୦୧୩ରୁ ବିଭିନ୍ନ ମାମଲା ପାଇଁ ସାକ୍ଷୀ ଦେବା ଆରମ୍ଭ କରିଥିଲେ । ଦ୍ୱାଦଶ ପଢ଼ି ସାରିବା ପରେ ସେ ଏକ ନିଉଜ୍‌ ଚ୍ୟାନଲରେ କ୍ୟାମେରାମ୍ୟାନ ହିସାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲେ ।

“ପୁଲିସ ଅଫିସରଙ୍କର ଚିହ୍ନା ହେଲେ ସେମାନେ ସରକାରୀ ଚାକିରି କରାଇବାରେ ସାହାଯ୍ୟ କରିବେ ଭାବି ମୋ ପୁଅ ହଁ ଭରିଥିଲା । କିନ୍ତୁ ସେ ଏବେ ଗ୍ରାଜୁଏଟ୍‌ ହୋଇସାରିଥିଲେ ମଧ୍ୟ ସରକାରୀ ଚାକିରିଟିଏ କରିପାରି ନାହିଁ ।”

ଘରର ଆର୍ଥିକ ଅବସ୍ଥା ଖରାପ ଥିବାରୁ ସେ ଏତେ କମ ସମୟରୁ ଏହି ସବୁ କାମ କରିବା ଆରମ୍ଭ କରିଥିଲେ । ୨୦୧୩ରେ କୋଟଓ୍ଵାଲି ପୁଲିସ ଷ୍ଟେସନକୁ ଯାଇଥିବା ବେଳେ ସୋମେଶଙ୍କୁ ଜଣେ ପୁଲିସ ଅଫିସରଙ୍କ ବିରୋଧରେ ହୋଇଥିବା ମାମଲାରେ ସାକ୍ଷୀ ଭାବେ ବୟାନ ରେକର୍ଡ଼ କରିବାକୁ କୁହାଯାଇଥିଲା । ଏହି ମାମଲା ପାଇଁ କେହି ସାକ୍ଷୀ ନଥିବାରୁ ପୁଲିସ ଅଫିସର ଜଣଙ୍କ ତାଙ୍କୁ ଅଦାଲତରେ ଛିଡ଼ା ହୋଇ ସାକ୍ଷ୍ୟ ପ୍ରଦାନ କରିବା ପାଇଁ କହିଥିଲେ । ତା’ ପରଠାରୁ ଗୋଟେ ପରେ ଗୋଟେ ମାମଲାରେ ସେ ସାକ୍ଷୀ ଦେବା ଆରମ୍ଭ କରିଥିଲେ ।

ପୁଲିସ ଅଫିସର ସାକ୍ଷୀ ଦେବା ପାଇଁ କହିବା ପରେ ସୋମେଶ କ’ଣ ପାଇଁ ରାଜି ହେଲେ ବୋଲି ପଚରାଯିବାରୁ ତାଙ୍କ ବାବା ସୁଶୀଲ୍‌ ପାଣିଗ୍ରାହୀ କହନ୍ତି, “ପୁଲିସ ଅଫିସରଙ୍କର ଚିହ୍ନା ହେଲେ ସେମାନେ ସରକାରୀ ଚାକିରି କରାଇବାରେ ସାହାଯ୍ୟ କରିବେ ଭାବି ମୋ ପୁଅ ହଁ ଭରିଥିଲା । କିନ୍ତୁ ସେ ଏବେ ଗ୍ରାଜୁଏଟ୍‌ ହୋଇସାରିଥିଲେ ମଧ୍ୟ ସରକାରୀ ଚାକିରିଟିଏ କରିପାରି ନାହିଁ ।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe