ଶରୀର ଦାନ କଲେ ପରିବାରର ୮ଜଣ ସଦସ୍ୟ

ଛତିଶଗଡ଼ର ରାଜନନ୍ଦଗାଁରେ ବସବାସ କରୁଥିବା ଏକ ପରିବାରର ୮ ଜଣ ସଦସ୍ୟ ସେମାନଙ୍କର ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଚର୍ଚ୍ଚାର ରହିଛି ଏହି ପରିବାର।

e

ନୂଆଦିଲ୍ଲୀ: ଅନେକ ଲୋକ ବଞ୍ଚିଥିବା ବେଳରୁ ହିଁ ସେମାନଙ୍କର ଶରୀର ଦାନ ପାଇଁ ଘୋଷଣା କରି ଦେଇଥାଆନ୍ତି। ଏମିତି ଏକ ଘୋଷଣା କରି ଛତିଶଗଡ଼ର ରାଜନନ୍ଦଗାଁର ଏକ ପରିବାର ଚର୍ଚ୍ଚାରେ ରହିଛନ୍ତି। ଏହି ପରିବାରରେ ବସବାସ କରୁଥିବା ୮ ଜଣ ସଦସ୍ୟ ସେମାନଙ୍କର ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। 

ଅବସରପ୍ରାପ୍ତ ଶିକ୍ଷକ ପୁନରଦ ଦାସ ସାହୁ କହିଛନ୍ତି, ‘ ମୋ ଅନୁରୋଧରେ ଗାଁର ଅନ୍ୟ ଲୋକମାନେ ମଧ୍ୟ ମୃତ୍ୟୁପରେ ସେମାନଙ୍କ ଶରୀର ଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମୋର ପରିବାର ସଦସ୍ୟଙ୍କ ସମେତ ୧୪୪ ଜଣ ନିଜ ଶରୀର ଦାନ ପାଇଁ ଘୋଷଣା କରିଛନ୍ତି। ଏହା ବାସ୍ତବରେ ଏକ ଖୁସିର କଥା।

ମୁଁ ଲୋକମାନଙ୍କୁ କହିବାକୁ ଚାହୁଁଛି ଯେ ଅନ୍ୟ କାହାର ଉପକାରରେ ଆସିବା ଠାରୁ ବଡ଼ ଆଶୀର୍ବାଦ ଆଉ କିଛି ନାହିଁ। ଶରୀର ଦାନ ହେଉଛି ସବୁଠାରୁ ବଡ଼ ଦାନ। ମୁଁ ୨୦୧୪ ଅକ୍ଟୋବର ୧୪ରେ ମୋର ଶରୀର ଦାନ କରି ଦେଇଛି। ସେବେଠାରୁ ମୁଁ ଲୋକଙ୍କୁ ନିଜର ଅଙ୍ଗ ଓ ଶରୀରର ଦାନ ପାଇଁ ସଚେତନତା ସୃଷ୍ଟି କରିଆସୁଛି। କିଛି ଲୋକ ମୋର ଏହି ସଚେତନତାକୁ ନେଇ ଥଟ୍ଟା ଓ ପରିହାସ ବି କରୁଛନ୍ତି। ଏସବୁ ଆଜି ଯାଏଁ ମୋ ଉପରେ କୌଣସି ପ୍ରକାର ପ୍ରଭାବ ପକାଇ ନାହିଁ କି ପକାଇବ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe