ଅଣ୍ଡା ଆକାରର ପୃଥିବୀର ବୃହତ୍ତମ ହୀରା କାନାଡାରେ ମିଳିଲା

Advertisment
ଅଣ୍ଡା ଆକାରର ପୃଥିବୀର ବୃହତ୍ତମ ହୀରା କାନାଡାରେ  ମିଳିଲା

ପୃଥିବୀର ବୃହତ୍ତମ ହୀରା ଉତ୍ତର ଆମେରିକାରେ ମିଳିଥିଲା। ଏହି ବଡ଼ ହୀରାର ତିନି ଗୁଣା ବଡ଼ ହୀରା ଏବେ କାନାଡାରେ ଦେଖିବାକୁ ମିଳିଛିି। ୫୫୨ କ୍ୟାରେଟ୍‌ ଏହି ହୀରା ଉତ୍ତର ପଶ୍ଚିମ ଅଞ୍ଚଳରେ ଥିବା ଡୋମିନିଅନ୍‌ ହୀରାଖଣି ଓ ରିଓ ଟିଣ୍ଟୋରୁପ୍‌ ର ଖଣିରେ ମିଳିଥିବା ଜଣାଯାଇଛି। ପୂର୍ବରୁ କାନାଡାରେ ମିଳିଥିବା ସବୁଠାରୁ ବଡ଼ ହୀରାର ଆକାରଠାରୁ ଏହା ତିନି ଗୁଣା ବଡ଼ ବୋଲି ବି ଜଣାଯାଇଛି। ଏହା ଅଣ୍ଡା ଆକାରର ।
ଡେମୋନିୟନର ମୁଖ୍ୟ ନିର୍ବାହୀ ଅଧିକାରୀ ସେନ୍‌ ଦୁର୍ଗିନ୍‌ କହିଛନ୍ତି ଯେ ଏହି ହୀରା ମଣିର ଗୁଣବତ୍ତା ସଂପନ୍ନ,ମାତ୍ର ଏଥିରେ ଆଉ କେତେକ ଅତିରିକ୍ତ ସାମଗ୍ରୀ ରହିଛି। ଏହା ଫଳରେ ଏହି ବୃହତ୍ତମ ହୀରାର ମୂଲ୍ୟାଙ୍କନ ସହଜ ସାଧ୍ୟ ହେଉ ନାହିଁ।

publive-image

ଏହି ହାରାର ଆବିଷ୍କାର ଶତାଦ୍ଦୀର ସପ୍ତମ ବୃହତ ଆବିଷ୍କାର ବୋଲି ବ୍ଲୁମବର୍ଗ ଗଣନା ଅନୁଯାୟୀ ଆକଳନ କରାଯାଇଛି। ଏହା ହେଉଛି ଏଯାଏଁ ଆବିଷ୍କୃତ ୩୦ଟି ବଡ ପଥର ମଧ୍ୟରୁ ଗୋଟିଏ। ଏଭଳି ହୀରା ଦକ୍ଷିଣ ଆଫ୍ରିକାର ପ୍ରିଟୋରିଆଠାରେ ୧୯୦୫ରେ ଦେଖିବାକୁ ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe