ଜନ୍ମ ନେଲା ଚାରିଟି ଗୋଡ଼, ଚାରିଟି ହାତ ଓ ଦୁଇଟି ମୁଣ୍ଡ ଥିବା ବିଚିତ୍ର ଶିଶୁ

Advertisment
ଜନ୍ମ ନେଲା ଚାରିଟି ଗୋଡ଼, ଚାରିଟି ହାତ ଓ ଦୁଇଟି ମୁଣ୍ଡ ଥିବା ବିଚିତ୍ର ଶିଶୁ

ପାଲି: ଶରୀର ଗୋଟିଏ ମୁଣ୍ଡ ଦୁଇଟି !  ଏମିତି ଏକ ବିଚିତ୍ର ଶିଶୁ ରାଜସ୍ଥାନର ପାଲି ଜିଲ୍ଲାରେ ଜନ୍ମ ନେଇଛି। ଶିଶୁର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହସ୍‌ପିଟାଲ୍‌ରେ ଏହି ଶିଶୁକୁ ଦେଖିବା ପାଇଁ ଏବେ ଲୋକଙ୍କ ପ୍ରବଳ ଭିଡ଼ ଲାଗିଥିବା ଜଣାପଡ଼ିଛି।

publive-image oneindia

ସୂଚନାଯୋଗ୍ୟ, ରାଜସ୍ଥାନର ପୋଲି ଜିଲ୍ଲାର ମାଲନୁ ଗ୍ରାମରେ ବସବାସ କରୁଥିବା ମମତା ଅନ୍ତସତ୍ତ୍ୱା ଥିଲେ। ସମୟ ହୋଇଯାଇଥିବାରୁ ଗତ ଶନିବାର ମମତାଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଯାଇଥିଲା। ପରିବାରଲୋକ ମମତାଙ୍କୁ ଘରଠାରୁ ୬୦କିମି ଦୂରରେ ଥିବା ଶୋଭା ନର୍ସିଂ ହୋମ୍‌ରେ ନେଇ ଭର୍ତ୍ତି କରାଇଥିଲେ।

ସେଠାରେ ମମତା ଗତ ରବିବାର ରାତି ୧୧ଟାରେ ଏକ ବିଚିତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ନବଜାତକୁ ଦେଖି ଡାକ୍ତର ଓ ନର୍ସ ବି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ମମତା ଜନ୍ମ ଦେଇଥିବା ଶିଶୁ ଶରୀରରେ ଚାରିଟି ଗୋଡ, ଚାରିଟି ହାତ ଓ ଦୁଇଟି ମୁଣ୍ଡ ଥିବା ଦେଖିବା ମିଳିଥିଲା। ଏପରି ଶିଶୁ ଜନ୍ମ ହେବା ପାଲିରେ ପ୍ରଥମ ଘଟଣା ବୋଲି କୁହାଯାଉଛି।

publive-image

ମମତାଙ୍କ ଏହା ପ୍ରଥମ ପ୍ରସବ ଥିଲା,  ଯାହାକି ଅସ୍ତ୍ରପଚାର ଜରିଆରେ ହୋଇଥିଲା। ମାମତା ଓ ତାଙ୍କର ପରିବାରଲୋକ ଶିଶୁର ଏଭଳି ବିଚିତ୍ର ଅବସ୍ଥା ଭୟଭୀତ ହୋଇଯାଇଥିଲେ। ଡାକ୍ତରଙ୍କ ବୁଝାଇବା ପରେ ସେମାନେ ଏବେ ସ୍ୱଭାବିକ ଅଛନ୍ତି। ମମତା ଓ ତାଙ୍କର ଦୁଇଟି ଶିଶୁଙ୍କ ଅଧିକ ଚିକିତ୍ସା ପାଇଁ ଯୋଦ୍ଧପୁର ଏମ୍ସକୁ ସ୍ଥାନାନ୍ତର କରି ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe