ବନ୍ଦୀ ଥିବା ମା’କୁ ଭେଟିବା ପାଇଁ ବିକଳ ହୋଇ କାନ୍ଦୁଥିବା ଶିଶୁକୁ ଦେଖି ତରଳି ଗଲା ଜେଲ ଅଧିକାରୀଙ୍କ ହୃଦୟ

Advertisment
ବନ୍ଦୀ ଥିବା ମା’କୁ ଭେଟିବା ପାଇଁ ବିକଳ ହୋଇ କାନ୍ଦୁଥିବା ଶିଶୁକୁ ଦେଖି ତରଳି ଗଲା ଜେଲ ଅଧିକାରୀଙ୍କ ହୃଦୟ

ଭୋପାଳ: ମଧ୍ୟପ୍ରଦେଶର ସାଗରରୁ ଗତ ବୁଧବାର ଏମିତି ଏକ ଖବର ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଭରିଯିବ।

ଘଟଣାଟି ଏପରି । ଦେରଶାମ ଜିଲ୍ଲା ନ୍ୟାୟାଳୟ ପରିସରରେ ଚାରିବର୍ଷର ଶିଶୁ ଜାରୌନ ଅଲ୍ଲୀ ନିଜର ଦାଦାଙ୍କ ସହିତ ଥିବା ବେଳେ ରାହା ଧରି କାନ୍ଦୁଥିଲା। ଜଣେ ବ୍ୟକ୍ତି ଶିଶୁଟି ଏପରି କାହିଁକି କାନ୍ଦୁଛି ବୋଲି ତାର ଦାଦା ରେହମାନ୍‌ ଅଲ୍ଲୀଙ୍କୁ ପଚାରିବାରୁ ସେ କହିଥିଲେ, ‘ଶିଶୁ ଜାରୌନ ଅଲ୍ଲୀର ମା, ବାପା ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ଏକ ଆପରାଧିକ ମାମଲାରେ କେନ୍ଦ୍ରୀୟ ଜେଲ୍‌ରେ ରଖାଯାଇଛି। ଏହି ସମସ୍ତଙ୍କ ଜାମିନ୍‌ ପାଇଁ ମୋତେ ବାରମ୍ବାର କୋର୍ଟ ଦୌଡ଼ିବାକୁ ପଡ଼ୁଛି। କୌଣସି ସମ୍ପର୍କୀୟଙ୍କ ପାଖରେ ଶିଶୁ ଜାରୌନକୁ ରଖିବାର ସୁବିଧା ନଥିବାରୁ ତାକୁ ବି ମୋ ସାଥୀରେ ନେଇ ବୁଲୁଛି । ଆଉ ଏବେ ଜାରୌନ ତା’ ମା’ ପାଖକୁ ଯିବା ପାଇଁ ବିକଳ ହୋଇ ଏପରି କାନ୍ଦୁଛି।’

ମା’କୁ ଦେଖିବା ପାଇଁ ବ୍ୟାକୁଳ ହେଉଥିବା ଶିଶୁର ଅବସ୍ଥା ଦେଖି ଜେଲର ନାଗେନ୍ଦ୍ର ସିଂ ଚୌଧୁରୀ, ଜେଲ୍‌ ସୁପରିଟେଣ୍ଡେଣ୍ଟ୍‌ ସନ୍ତୋଷ ସିଂ ସୋଲାଙ୍କିଙ୍କ ହୃଦୟ ତରଳି ଯାଇଥିଲା। ଜାରୌନଙ୍କ ଦାଦାଙ୍କଠାରୁ ଘଟଣା ବିଷୟରେ ଜାଣିବା ପରେ ଜେଲର ଓ ଜେଲ୍‌ ସୁପରିଟେଣ୍ଡେଣ୍ଟ ଶିଶୁକୁ ତାର ମା’ ସହିତ ଭେଟ କରିବାକୁ ପ୍ରତିଶ୍ରୁତି ଦେଇଥିଲେ।

publive-image

ତେବେ ରାତିରେ ଜେଲ୍‌ରେ ସାକ୍ଷାତ ସମୟ ଶେଷ ହୋଇଯାଇଥିବାରୁ ସେମାନେ ଏ ନେଇ ଅତିରିକ୍ତ ସ୍ୱତନ୍ତ୍ର ବିଚାରପତିଙ୍କ ସହିତ ଯୋଗାଯୋଗ କରିଥିଲେ। ସମସ୍ତ କଥା ଜାଣିବା ପରେ ଜିଲ୍ଲାର ଅତିରିକ୍ତ ସ୍ୱତନ୍ତ୍ର ବିଚାରପତି ଡି.କେ. ନାଗଲେ ମା’ ସହିତ ଶିଶୁ ଜାରୌନର ସାକ୍ଷାତ କରାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe