କାଳ ହେଲା ଶିଶୁ ସୁଲଭ ଚେହେରା

Advertisment
କାଳ ହେଲା ଶିଶୁ ସୁଲଭ ଚେହେରା

ନିଜର ପ୍ରକୃତ ବୟସଠାରୁ ଜଣେ କମ୍‌ ବୟସ୍କ ଭାବରେ ଜଣାପଡ଼ିବା କାହା ପାଇଁ ଖୁସିର କଥା ହୋଇପାରେ। ମାତ୍ର ଚୀନ୍‌ର ଜଣେ ୨୭ ବର୍ଷୀୟ ଯୁବକ ନିଜର ଶିଶୁସୁଲଭ ଚେହେରା ପାଇଁ ଏବେ ନିଜକୁ ଅଭିଶପ୍ତ ମଣୁଛନ୍ତି। ଚୀନ୍‌ର ଡୋଙ୍ଗୁଅନ ପ୍ରଦେଶର ମାଓ ସେଙ୍ଗ ନାମକ ଏହି ଯୁବକ ଜଣକ ନିଜର ବୟସ ୨୭ ବର୍ଷ ବୋଲି ଯାହାକୁ କହିଲେ ବି କେହି ବିଶ୍ବାସ କରୁନାହାନ୍ତି। କାରଣ ତାଙ୍କର ଚେହେରା ଦେଖି ତାଙ୍କୁ ଦଶ ବର୍ଷରୁ ଅଧିକ ବୟସ ହୋଇନଥିବ ବୋଲି ସମସ୍ତଙ୍କର ବିଶ୍ବାସ। ତେବେ ଏଥିରେ ଖୁସି ପ୍ରକଟ ନକରି ସେଙ୍ଗ ଦୁଃଖରେ କାଳ କାଟୁଛନ୍ତି। କାରଣ ତାଙ୍କର ଏହି ପିଲାଳିଆ ଠାଣି ପାଇଁ ତାଙ୍କୁ କୌଣସି କାମଧନ୍ଦା ମିଳୁନାହିଁ। ଶିଶୁଶ୍ରମିକ ଅପରାଧରେ ଦଣ୍ଡିତ ହେବା ଭୟରେ ତାଙ୍କୁ କେହି ବି କର୍ମସଂସ୍ଥାନ ଯୋଗାଇଦେବାକୁ ଇଚ୍ଛା ପ୍ରକଟ କରୁନାହାନ୍ତି। କିଛି ଦିନ ତଳେ ସାମାଜିକ ଗଣମାଧ୍ୟମରେ ସେଙ୍ଗଙ୍କ ସମ୍ପର୍କିତ ଏକ ଟିକ୍‌ଟକ୍‌ ଭିଡିଓ ଭାଇରାଲ୍‌ ହେଲା ପରେ ଅନ୍ୟମାନେ ତାଙ୍କ ପ୍ରତି ସମ୍ବେଦନଶୀଳ ହୋଇପଡ଼ିଥିବା ଜଣାଯାଇଛି। ଏହି ଟିକ୍‌ଟକ୍‌ ବାର୍ତ୍ତାରେ ଜଣେ ଯୁବକ ନିଜର ଶିଶୁସୁଲଭ ଚେହେରା ପାଇଁ କିପରି ସେ କାମଧନ୍ଦାରୁ ବଞ୍ଚିତ ହୋଇ ନିଜ ହୃଦ୍‌ରୋଗୀ ପିତାଙ୍କ ପାଇଁ ଔଷଧ ଟିକିଏ ଯୋଗାଡ଼ କରିବାକୁ ଅସମର୍ଥ ତାହା ଦର୍ଶାଯାଇଥିଲା। ଏହା ପ୍ରସାରିତ ହେଲା ପରେ ଏବେ ସଂଖ୍ୟାଧିକ ଉଦ୍ୟୋଗୀ ସେଙ୍ଗଙ୍କୁ ନିଯୁକ୍ତି ଦେବା ପାଇଁ ଆଗେଇ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe