ପାକିସ୍ତାନରେ ଚରମ ପାଣିପାଗ ବଢ଼ାଉଛି ବାଲ୍ୟ ବିବାହ

Advertisment
ପାକିସ୍ତାନରେ ଚରମ ପାଣିପାଗ ବଢ଼ାଉଛି ବାଲ୍ୟ ବିବାହ

ପାକିସ୍ତାନର କିଛି ଅଞ୍ଚଳରେ କନ୍ୟାମାନଙ୍କ ବାଲ୍ୟ ବିବାହ ଏକ ସାଧାରଣ କଥା। ସେହି କାରଣରୁ ୧୮ ବର୍ଷ ବୟସ ପୂର୍ବରୁ ହେଉଥିବା ବିବାହ ସଂଖ୍ୟା ଦୃଷ୍ଟିରୁ ପାକିସ୍ତାନର ସ୍ଥାନ ପୃଥିବୀରେ ଷଷ୍ଠ। ତେବେ କିଛି ବର୍ଷ ଧରି ଏହି ହାର ହ୍ରାସ ପାଇବା ପରେ ୨୦୨୨ରେ ହୋଇଥିବା ଅପ୍ରତ୍ୟାଶିତ ବନ୍ୟା ଜନିତ ଆର୍ଥିକ ଦୁରବସ୍ଥା ସେଠାରେ ପୁଣି ଥରେ ବାଲ୍ୟ ବିବାହ ସଂଖ୍ୟା ବଢ଼ାଇବାରେ ଲାଗିଛି।

ଜୁଲାଇରୁ ସେପ୍‌ଟେମ୍ବରରେ ହେଉଥିବା ମୌସୁମୀ ବର୍ଷା ଲକ୍ଷ ଲକ୍ଷ କୃଷକଙ୍କ ସମେତ ପାକିସ୍ତାନୀମାନଙ୍କ ଖାଦ୍ୟ ସୁରକ୍ଷା ଲାଗି ଖୁବ୍ ଗୁରୁତ୍ବପୂର୍ଣ୍ଣ। ହେଲେ ବୈଜ୍ଞାନିକଙ୍କ କହିବା ଅନୁସାରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସେଠାରେ ମୌସୁମୀ ବର୍ଷାର ଅବଧି ତଥା ତୀବ୍ରତା ବଢ଼ିବାରେ ଲାଗିଛି, ଯେଉଁ କାରଣରୁ ବନ୍ୟା, ଭୂସ୍ଖଳନ ଓ ଦୀର୍ଘସ୍ଥାୟୀ ଫସଲହାନିର ବିପଦ ବୃଦ୍ଧି ପାଉଛି। ସ୍ମରଣଯୋଗ୍ୟ ଯେ ୨୦୨୨ ମସିହାର ବନ୍ୟା ବିତ୍ପାତରେ ପାକିସ୍ତାନ ଭୂଭାଗର ଏକ-ତୃତୀୟାଂଶ ଜଳମଗ୍ନ ହୋଇଯାଇଥିଲା। ଏହାର ପ୍ରଭାବରୁ ଲକ୍ଷ ଲକ୍ଷ ଲୋକଙ୍କୁ ନିଜର ବାସସ୍ଥାନ ଛାଡ଼ି ଅନ୍ୟତ୍ର ଯିବାକୁ ପଡ଼ିଥିଲା। ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଥିବା ପରିବାରଗୁଡ଼ିକ କୌଣସିମତେ ବଞ୍ଚିରହିବାକୁ ସଂଘର୍ଷ କରୁଛନ୍ତି। ଆର୍ଥିକ ଦୁରବସ୍ଥା ସହ ଲଢ଼ିବାର ଏକ ସହଜ ଉପାୟ ହେଉଛି ନିଜ କନ୍ୟା ସନ୍ତାନମାନଙ୍କୁ ଅର୍ଥ ବିନିମୟରେ ବିବାହ କରାଇଦେବା।

ଦାରିଦ୍ର୍ୟର ତାଡ଼ନାରୁ ମୁକ୍ତି ପାଇବା ଲାଗି ପିତାମାତା ସେମାନଙ୍କ ଝିଅମାନଙ୍କୁ ଅଳ୍ପ ବୟସରୁ ବିବାହ ଦେଇଦେଉଛନ୍ତି। କିଛି ପିତାମାତା ପିଲାମାନଙ୍କୁ ଅନାହାରରୁ ରକ୍ଷା କରିବା ଲାଗି ମଧ୍ୟ ସେମାନଙ୍କୁ ଅଳ୍ପ ବୟସରେ ବିବାହ ବନ୍ଧନରେ ଛନ୍ଦି ଦେଉଛନ୍ତି। ୨୦୨୨ ବନ୍ୟା ପରେ ପ୍ରକାଶିତ ‘ୟୁନିସେଫ୍‌’ର ଏକ ରିପୋର୍ଟ ଅନୁସାରେ ପାକିସ୍ତାନରେ ବାଲ୍ୟ ବିବାହ ସଂଖ୍ୟା ୧୮% ବଢ଼ିବ ବୋଲି ଆକଳନ କରାଯାଇଥିଲା। ଝିଅମାନେ ପାଠ ପଢ଼ିବାକୁ ଚାହୁଁଥିବା ବେଳେ ୧୩-୧୪ ବର୍ଷ ବୟସରେ ପ୍ରାୟ ଦୁଇ ଲକ୍ଷ ପାକିସ୍ତାନୀ ଟଙ୍କା ବିନିମୟରେ ସେମାନଙ୍କ ଠାରୁ ଦୁଇ ଗୁଣ ବୟସ୍କ ପୁରୁଷଙ୍କ ସହିତ ବିବାହ କରାଯାଉଥିବାର ଅନେକ ଘଟଣା ସାମ୍ନାକୁ ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe