୪ ବର୍ଷର ପିଲା ୩୨ବର୍ଷୀୟା ଅଜଣା ମହିଳାଙ୍କୁ ଦେଖି କହିଲା,‘ଇଏ ହେଉଛନ୍ତି ମୋର ପତ୍ନୀ’ ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣାଟି କ’ଣ

୪ ବର୍ଷର ପିଲା ୩୨ବର୍ଷୀୟା ଅଜଣା ମହିଳାଙ୍କୁ ଦେଖି କହିଲା,‘ଇଏ ହେଉଛନ୍ତି ମୋର ପତ୍ନୀ’ ! ଜାଣନ୍ତୁ ସମ୍ପୂର୍ଣ୍ଣ ଘଟଣାଟି କ’ଣ

ନୂଆଦିଲ୍ଲୀ: ମୃତ୍ୟୁ ପରେ ଆତ୍ମାର କ’ଣ ହୋଇଥାଏ ଏହି କଥା କେହି ଜାଣନ୍ତି ନାହିଁ। କେହି କେହି ପୁର୍ନଜନ୍ମକୁ ବିଶ୍ୱାସ କରୁଥିଲା ବେଳେ କେହି ଏହାକୁ ଅନ୍ଧବିଶ୍ୱାସ ବୋଲି କହିଥାଆନ୍ତି। ତେବେ ମନୁଷ୍ୟ ପୂର୍ବଜନ୍ମର ଫଳ ଏହି ଜନ୍ମରେ ପାଇଥାଏ ବୋଲି କଥାରେ ଅଛି।

ତେବେ ବାସ୍ତବ ଘଟଣା କ’ଣ ତାହା କେହି ଜାଣନ୍ତି ନାହିଁ। କିନ୍ତୁ ସମୟ ସମୟରେ ପୁର୍ନଜନ୍ମକୁ ନେଇ ବିଭିନ୍ନ ଘଟଣା ସାମ୍ନାକୁ ଆସିଥାଏ । ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇବାକୁ ଯାଉଛି ଯାହାକୁ ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଏଭଳି ଘଟଣା ହରିୟାଣାର ଜିନ୍ଦସ୍ଥିତ ଜଲାଲପୁର ନାମକ ଏକ ଗ୍ରାମରେ ଘଟିଛି। ଯେଉଁଠାରେ ୪ବର୍ଷର ଏକ ଶିଶୁ ନିଜର ପୁର୍ନଜନ୍ମ ବିଷୟରେ କହି ପରିବାର ଲୋକଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଛି। ଆଜକୁ ଚାରିବର୍ଷ ପୂର୍ବେ ଏହି ଶିଶୁଟିର ଜନ୍ମ ବିନୋଦ ଓ ମସିନ୍ଦଙ୍କ ଘରେ ହୋଇଥିଲା। ଏହି ଦମ୍ପତ୍ତି ନିଜ ଶିଶୁର ନାମ ଲବିସ ରଖିଥିଲେ।

publive-image

ଲାବିସଙ୍କ ମାତା-ପିତାଙ୍କ କହିବାନୁସାରେ, ଅଢ଼େଇ ବର୍ଷ ବୟସରେ ରାମରାଇ ଜିନ୍ଦ ଜିଲ୍ଲାର ପଶ୍ଚିମଭାଗରେ ଥିବା ଗ୍ରାମକୁ ଯିବା ପାଇଁ ଲାବିସ ଜିଦ କରି ବସୁଥିଲା। ପିଲାର ଜିଦ୍‌କୁ ପୂରା କରିବା ପାଇଁ ବିନୋଦ ଓ ମସିନ୍ଦ ତାକୁ ସେହି ଗ୍ରାମକୁ ନେଇ ଯାଇଥିଲେ। ଏହି ଗ୍ରାମରେ ପହଞ୍ଚିବା କ୍ଷଣି ଶିଶୁଟି ପୂର୍ବଜନ୍ମର ପରିବାରର ସଦସ୍ୟ ଓ ପଡୋଶୀଙ୍କୁ ଚିହ୍ନି ନେଇଥିଲା। କେବଳ ଏତିକି ନୁହେଁ, ଯେଉଁ ସ୍ଥାନରେ ବିଦ୍ୟୁତ ଆଘାତ ଲାଗି ତାର ମୃତ୍ୟୁ ହୋଇଥିଲା, ସେ ସେହି ସ୍ଥାନକୁ ବି ଯାଇଥିଲା। ଏହାପରେ ୩୨ବର୍ଷୀୟା ଅଜଣା ମହିଳାଙ୍କୁ ଦେଖି କହିଲା,‘ଇଏ ହେଉଛନ୍ତି ମୋର ପତ୍ନୀ’। ଏହି ସବୁ ଦେଖି ଲାବିସ ପୂର୍ବଜନ୍ମର ପତ୍ନୀ ମୁଣ୍ଡ ପିଟି ପିଟି କାନ୍ଦିବାକୁ ଲାଗିିଥିଲେ।

ଉଲ୍ଲେଖଯୋଗ୍ୟ, ଜ୍ୟୋତି ସ୍ୱରୂପଙ୍କ ପୂରା ପରିବାର ରାମରାଇରେ ବସବାସ କରନ୍ତି। ତାଙ୍କର ପୁଅର ନାମ ସନ୍ଦୀପ ଥିଲା, ଯାହାର ମୃତ୍ୟୁ ୨୦୦୪ରେ ଜୁଲାଇ ୨୬ ତାରିଖରେ ବିଦ୍ୟୁତ ଆଘାତ ଲାଗି ହୋଇଯାଇଥିଲା। ସନ୍ଦୀପର ପୁର୍ନଜନ୍ମ କଥାକୁ ଶୁଣି ଲୋକମାନେ ସ୍ତବ୍ଧ ହୋଇ ରହି ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe