ମିଳିଲା ଶିଶୁବଳିର ଇତିହାସ : ୧୪୦ ଶିଶୁଙ୍କ ହୃଦୟକୁ କାଢ଼ି ଦିଆ ଯାଇଥିଲା ବଳି!

Advertisment
ମିଳିଲା ଶିଶୁବଳିର ଇତିହାସ : ୧୪୦ ଶିଶୁଙ୍କ ହୃଦୟକୁ କାଢ଼ି ଦିଆ ଯାଇଥିଲା ବଳି!

aajtak

ନୂଆଦିଲ୍ଲୀ: ମାନବ ସଭ୍ୟତାର ସବୁଠାରୁ ବଡ଼ କଳାଅଧ୍ୟାୟର ଖୁଲାସା ହୋଇଛି। ଆମେରିକାର ପେରୁର ଉତ୍ତରୀ ଉପକୂଳରେ ଏକ ପ୍ରତ୍ନତତ୍ତ୍ୱବିତ୍‌ଙ୍କ ଟିମ ୧୪୦ ଜଣ ଶିଶୁଙ୍କ ହାଡ଼କଙ୍କାଳ ଠାବ କରିଛନ୍ତି । ଆଜି ପର୍ଯ୍ୟନ୍ତ କେବେ ମଧ୍ୟ ଏକା ସ୍ଥାନରେ ଏତେ ମାତ୍ରାର ହାଡ଼କଙ୍କାଳ ମିଳି ନଥିଲା । ପ୍ରତ୍ନତତ୍ତ୍ୱବିତ୍‌ଙ୍କ କହିବା ଅନୁଯାୟୀ, ଏହି ଶିଶୁମାନଙ୍କର ହୃଦୟକୁ ବାହାର କରି ସେମାନଙ୍କୁ ବଳି ଦିଆ ଯାଇଥିଲା। ନିଶ୍ଚିତ ଭାବେ ଏହି ଭଳି ନିର୍ମମ କାଣ୍ଡ କୌଣସି ଧାର୍ମିକ ଅନ୍ଧବିଶ୍ୱାସ ଯୋଗୁଁ ହୋଇଥିବାର ଅନୁମାନ କରାଯାଇଛି। ଏହା ଛଡ଼ା ଅନୁସନ୍ଧାନ ଟିମ୍‌ଙ୍କୁ ଏକ ସ୍ଥାନରେ ୨୦୦ ଲାମା (ଏକ ପ୍ରକାରର ପଶୁ)ର ଅବଶାଂଷ ମଧ୍ୟ ମିଳିଛି।

ପ୍ରତ୍ନତତ୍ତ୍ୱବିତ୍‌ ଟିମ୍‌କୁ ମିଳିଥିବା ଅବଶାଂଷର ଶିଶୁଙ୍କ ବୟସ ୫-୧୪ ବର୍ଷ ମଧ୍ୟରେ ରହିଥିବ । ୫୫୦ବର୍ଷ ପୂର୍ବେ ଏହି ବଳି ଦିଆଯାଇଥିବାର ଅନୁମାନ ଲଗାଯାଉଛି। ୨୦୧୧ ମସିହାରେ ଏହି ସ୍ଥାନରେ ହିଁ ୪୨ଟି ଶିଶୁ ଏବଂ ୭୦ଟି ଲାମାର ଅବଶାଂଷ ମିଳିଥିଲା ।
ନ୍ୟାସନାଲ ୟୁନିଭରସିଟି ତ୍ରୁଜିଲୋର ପ୍ରତ୍ନତତ୍ତ୍ୱବିତ୍‌ ପ୍ରଫୋସର ଗ୍ରୋବିୟର ପ୍ରିୟଟୋ କହିଛନ୍ତି "ଏପରି ଏକା ସ୍ଥନାରେ ଏତେ ସଂଖ୍ୟାକ ଶିଶୁଙ୍କ ବଳି କୌଣସି ଧାର୍ମିକ କାରଣ ପାଇଁ ହୋଇଥିବାର ଜଣାପଡ଼ୁଛି। ତେବେ ଏହି ସ୍ଥାନର ସେହି ସମୟରେ ଭୌଗୋଳିକ ପୃଷ୍ଠ ଭୂମିର ମଧ୍ୟ ଖୋଜ କରାଯାଉଛି ବୋଲି କୁହାଯାଇଛି। "

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe