ଡିୟୁଟି କରିବା ସହିତ ରାସ୍ତାପାର୍ଶ୍ବରେ ଗରିବ ବାଳକକୁ ପାଠପଢ଼ାଉଛନ୍ତି ଟ୍ରାଫିକ ପୁଲିସ

Advertisment
ଡିୟୁଟି କରିବା ସହିତ ରାସ୍ତାପାର୍ଶ୍ବରେ ଗରିବ ବାଳକକୁ ପାଠପଢ଼ାଉଛନ୍ତି ଟ୍ରାଫିକ ପୁଲିସ

ନୂଆଦିଲ୍ଲୀ: କୋଲକାତା ପୁଲିସ ନିଜ ଅଫିସିଆଲ୍ ଫେସବୁକ୍ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛି। ଏହାସହିତ ସେଥିରେ ଏକ ପୋଷ୍ଟ ଲେଖାଯାଇଛି। ଏହି ପୋଷ୍ଟ ପଢ଼ିବା ପରେ ଆପଣ ବି ଖୁସି ହୋଇଯିବେ। ସେୟାର୍ ହୋଇଥିବା ଫଟୋରେ ଆପଣ ଦେଖିପାରିବେ ଯେ ଜଣେ ଟ୍ରାଫିକ୍ ପୁଲିସ ଜଣେ ଆଠ ବର୍ଷର ବାଳକକୁ ରାସ୍ତାପାର୍ଶ୍ବରେ ପାଠପଢ଼ାଉଛନ୍ତି।

ଫେସବୁକ ପୋଷ୍ଟରେ ଲେଖା ଯାଇଥିଲା, 'ଶିକ୍ଷକ କନଷ୍ଟେବଳ। ଯେତେବେଳେ ସେ ବଲ୍ଲିଗଞ୍ଜ ଆଇଟିଆଇ ନିକଟରେ ଡ୍ୟୁଟିରେ ଥାଆନ୍ତି ଦକ୍ଷିଣ ପୂର୍ବ ଟ୍ରାଫିକ ଗାର୍ଡର ସା‌‌ର୍ଜେଣ୍ଟ ପ୍ରକାଶ ଘୋଷ ପ୍ରାୟତଃ ୮ ବର୍ଷର ବାଳକକୁ ରାସ୍ତାରେ ଖେଳୁଥିବାର ଦେଖିଥାଅନ୍ତି। ପୁଅର ମାଆ ରାସ୍ତା ପାର୍ଶ୍ୱରେ ଥିବା ଏକ ହୋଟେଲରେ କାମ କରନ୍ତି। ସେ ପୁଅକୁ ଏକ ଭଲ ସ୍କୁଲରେ ଭର୍ତ୍ତି କରିବା ପାଇଁ ବହୁତ କଠିନ ପରିଶ୍ରମ କରନ୍ତି। ମା ଓ ପୁଅ ପାଖରେ ଘର ନାହିଁ ଏବଂ ଉଭୟେ ରାସ୍ତା କଡ଼ରେ ରୁହନ୍ତି। ଦିନେ ସା‌‌ର୍ଜେଣ୍ଟ ଘୋଷଙ୍କୁ ପୁଅର ମା’ ନିଜର ଦୁଃଖ ଜଣାଇଥିଲେ। ଏହାପରେ ଟ୍ରାଫିକ ପୁଲିସ ଜଣକ ନିଜଆଡୁ ସମସ୍ତ ପ୍ରକାର ସାହାଯ୍ୟ ପାଇଁ ପ୍ରତିଜ୍ଞା କରିଥିଲେ।

ଏହି ପୋଷ୍ଟରେ ଆହୁରି ଲେଖାଥିଲା, 'ଯେଉଁ ଦିନ ସା‌‌ର୍ଜେଣ୍ଟ ଘୋଷଙ୍କ ଡିୟୁଟି ସେହି ସ୍ଥାନରେ ପୋଷ୍ଟ କରାଯାଏ, ସେ ପିଲାଟିକୁ ସେଠାରେ ପାଠପଢ଼ାଇ ଥାଆନ୍ତି। ଏହି ସମୟ ମଧ୍ୟରେ ସେ ନିଜ ଡିୟୁଟିରେ ଆଦୌ ହେଳା କରନ୍ତି ନାହିଁ। ଅନେକ ଥର ଡିୟୁଟି ଶେଷ ହେବା ପରେ ସେ ବାଳକକୁ ପାଠପଢ଼ାଇ ତା’ପରେ ଘରକୁ ଯାଇ ଥାଆନ୍ତି।

ଏହି ଘଟଣାକୁ ନେଇ ବାଳକର ମା’ କହିଛନ୍ତି, ଯେବେ‌ଠାରୁ ଟ୍ରାଫିକ ପୁଲିସ ପୁଅର ଶିକ୍ଷକ ହୋଇଛନ୍ତି। ସେବେଠାରୁ ତାର ପାଠପଢ଼ାରେ ସୁଧାର ଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe