ଛୋଟ ପିଲାଙ୍କ ଦୃଷ୍ଟିଦୋଷ ନୂଆ କଥା ନୁହେଁ

Advertisment

ଆଜିକାଲି ଅନେକ ଛୋଟ ପିଲା ଚଷମା ପିନ୍ଧିବାର କାରଣ ହେଉଛି ଜାଗରୁକତା। ସ୍କୁଲମାନଙ୍କରେ ପିଲାଙ୍କ ଚକ୍ଷୁ ପରୀକ୍ଷା କରାଯାଉଛି। ତେଣୁ ଦୃଷ୍ଟିଦୋଷ ଶୀଘ୍ର ଜଣା ପଡ଼ିଯାଉଛି। ପିଲାମାନଙ୍କ ଦୃଷ୍ଟିଦୋଷ ଆଗରୁ ମଧ୍ୟ ଥିଲା, ହେଲେ କେହି ଧ୍ୟାନ ଦେଉ ନ ଥିଲେ।

ଆଜିକାଲି ଅନେକ ଛୋଟ ପିଲା ଚଷମା ପିନ୍ଧିବାର କାରଣ ହେଉଛି ଜାଗରୁକତା। ସ୍କୁଲମାନଙ୍କରେ ପିଲାଙ୍କ ଚକ୍ଷୁ ପରୀକ୍ଷା କରାଯାଉଛି। ତେଣୁ ଦୃଷ୍ଟିଦୋଷ ଶୀଘ୍ର ଜଣା ପଡ଼ିଯାଉଛି। ପିଲାମାନଙ୍କ ଦୃଷ୍ଟିଦୋଷ ଆଗରୁ ମଧ୍ୟ ଥିଲା, ହେଲେ କେହି ଧ୍ୟାନ ଦେଉ ନ ଥିଲେ।

dgdaddg

 ଆଜିକାଲି ଛୋଟ ପିଲାମାନେ ଅଧିକ ଚଷମା ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହାର କାରଣ କ’ଣ?
ଆଜିକାଲି ଅନେକ ଛୋଟ ପିଲା ଚଷମା ପିନ୍ଧିବାର କାରଣ ହେଉଛି ଜାଗରୁକତା। ସ୍କୁଲମାନଙ୍କରେ ପିଲାଙ୍କ ଚକ୍ଷୁ ପରୀକ୍ଷା କରାଯାଉଛି। ତେଣୁ ଦୃଷ୍ଟିଦୋଷ ଶୀଘ୍ର ଜଣା ପଡ଼ିଯାଉଛି। ପିଲାମାନଙ୍କ ଦୃଷ୍ଟିଦୋଷ ଆଗରୁ ମଧ୍ୟ ଥିଲା, ହେଲେ କେହି ଧ୍ୟାନ ଦେଉ ନ ଥିଲେ। ଅନେକ ପିଲା କଳାପଟା ଭଲରେ ଦେଖି ପାରୁ ନଥିବାରୁ ପଢ଼ାରୁ ତାଙ୍କ ମନ ହଟିଯାଉଥିଲା ଓ ସେମାନେ ଅଧାରୁ ପଢ଼ା ଛାଡୁଥିଲେ। ଏବେ ଚଷମା ବହୁତ ଗ୍ରହଣୀୟ ହେଲାଣି।
 ଖରା ଦିନ ଆସିବା ପୂର୍ବରୁ ଆଖି ଲାଲ୍‌ ପଡ଼ି ଆଲର୍ଜି ଲକ୍ଷଣ ଦେଖିବାକୁ ମିଳୁଛି। ଏହା ବାସ୍ତବରେ କ’ଣ? 
ଏକ ପ୍ରମୁଖ ଚକ୍ଷୁ ସମସ୍ୟା ହେଉଛି ‘ଆଲର୍ଜି’। ଏଥରେ ଆଖି ଲାଲ ପଡ଼ିଯାଏ, ବହୁତ କୁଣ୍ଡେଇ ହୁଏ, ଲମ୍ୱା ସୂତା ଭଳି ଲେଞ୍ଜରା ବାହାରେ। ସମୟ ସମୟରେ ଆଖିପତା ମଧ୍ୟ ଫୁଲିଯାଏ। ଡିସେମ୍ବରରୁ ଏପ୍ରିଲ ମାସ ପର୍ଯ୍ୟନ୍ତ ଏହାର ପ୍ରକୋପ ବେଶୀ ରହିଥାଏ। କେତେକ ସ୍ଥଳରେ ଏହା ବଂଶଗତ ହୋଇଥାଏ। ଧୂଳି, ଧୂଆଁ, ଗୃହପାଳିତ ପଶୁ, ପକ୍ଷୀ, ପ୍ରସାଧନ ସାମଗ୍ରୀ ଓ ଅଣ୍ଡା, ଚିଙ୍ଗୁଡ଼ି, ଶୁଖୁଆ, ଛତୁ ପରି ଖାଦ୍ୟ ଭଳି ବାହ୍ୟ ପ୍ରଭାବ କାରଣରୁ ବି ଆଲର୍ଜି ହୋଇପାରେ। ଏହା ବାହାରେ ମଧ୍ୟ ଅସଂଖ୍ୟ ଅଜଣା ପଦାର୍ଥ ଆଲର୍ଜି କରିପାରେ। ଆମେ ଜାଣିଥିବା ଆଲର୍ଜି କାରକ ଠାରୁ ଦୂରରେ ରହିବା ଦ୍ବାରା କିଛି ମାତ୍ରାରେ ଲାଭ ମିଳିଥାଏ। ଆଲର୍ଜି ଥିବା ପିଲାମାନେ ବାହାରେ ନ ଖେଳିବା ଓ ବାରମ୍ବାର ହାତ ଧୋଇବା ଭଲ ଫଳ ଦେଇପାରେ। ଚକ୍ଷୁ ଆଲର୍ଜିର ଚିକିତ୍ସା ସବୁବେଳେ ଚକ୍ଷୁ ବିଶେଷଜ୍ଞଙ୍କ ଦ୍ବାରା କରାଇବା ଦରକାର। ଭୁଲ୍‌ ଓ ଷ୍ଟେରଏଡ୍‌ ଜାତୀୟ ଔଷଧ ବ୍ୟବହାର କରି ଅନେକେ ଦୃଷ୍ଟି ଶକ୍ତି ମଧ୍ୟ ହରାଉଛନ୍ତି।
 ୪୦ ବର୍ଷ ପରେ ଚାଳିଶିଆ ହେବାର ଆଶଙ୍କା ରହିଥାଏ। ଏହାର ଲକ୍ଷଣ କ’ଣ?
ଚାଳିଶିଆ ହେଲେ ଲୋକଙ୍କୁ ପଢ଼ିବାରେ ଅସୁବିଧା ହୁଏ, ପାଖରୁ ପଢ଼ି ହୁଏ ନାହିଁ। ଏମିତି ହେଲେ ଚାଳିଶିଆ ହେଲା ବୋଲି ଜାଣିବେ। ଏଥିପାଇଁ ଉପଯୁକ୍ତ ପାୱାର୍‌ର ଚଷମା ଲଗାଇବା ନିହାତି ଦରକାର। ଏହାଦ୍ବାରା ନିଜ ନିଜ ଜୀବିକା ଓ ଜୀବନଯାପନ ସହଜ ହୋଇଥାଏ। ଚଷମା ଲଗାଇ କାମ କଲେ ଆଖି କ୍ଳାନ୍ତ ହୁଏ ନାହିଁ, ଆଖିର ସ୍ୱାସ୍ଥ୍ୟ ଭଲ ରହେ ଏବଂ ଚଷମା ନ ଲଗାଇ କାମ କଲେ ଆଖିକୁ ବେଶୀ ପରିଶ୍ରମ କରିବାକୁ ପଡ଼େ ଓ ଅସମୟରେ ଆଖି ଦୁର୍ବଳ ହୋଇଯାଏ।
 ମୋତିଆବିନ୍ଦୁ ଅସ୍ତ୍ରୋପଚାର କେତେ ଜରୁରି? ଅସ୍ତ୍ରୋପଚାର ପରର ଯତ୍ନ କିପରି ନିଆଯାଏ?
ମୋତିଆବିନ୍ଦୁ ଏକ ପ୍ରମୁଖ ଚକ୍ଷୁ ସମସ୍ୟା। ମୋତିଆବିନ୍ଦୁ ସବୁ ବୟସରେ ହୋଇପାରେ। ସୁଖର କଥା ଯେ ଆଜିକାଲି ଅତ୍ୟାଧୁନିକ ଚିକିତ୍ସା ପଦ୍ଧତିରେ କମ୍‌ ସମୟରେ, ବିନା ଇଞ୍ଜେକ୍‌ସନ୍‌, ବିନା ସିଲେଇ ଓ ବିନା ପଟିରେ ମୋତିଆବିନ୍ଦୁ ଅସ୍ତ୍ରୋପଚାର ସଫଳତାର ସହିତ ସମ୍ଭବ ହୋଇପାରୁଛି। କିଛି ଦିନରେ ରୋଗୀ ନିୟମିତ କାମ କରିପାରୁଛି। ଅସ୍ତ୍ରୋପଚାର ପର ଦୃଷ୍ଟିଲାଭର ଗୁଣବତ୍ତା ମଧ୍ୟ ସନ୍ତୋଷଜନକ।
 ଚକ୍ଷୁ ସ୍ବାସ୍ଥ୍ୟ ପାଇଁ ଆପଣ କ’ଣ ଉପଦେଶ ଦେବେ?
ଉତ୍ତମ ଦୃଷ୍ଟିଶକ୍ତି ପାଇଁ ସୁଷମ ଖାଦ୍ୟ ନିହାତି ଆବଶ୍ୟକ। ଆହାରରେ ସବୁଜ ପନିପରିବା, ମୂଳା, ଗାଜର ଓ ଶାଗ ରହିବା ଦରକାର। ଆଖିକୁ ସଫା ରଖିବା ସହିତ ସମ୍ଭାବ୍ୟ ବିପଦ ସମୟରେ ଆଖିର ସୁରକ୍ଷା ପ୍ରତି ଧ୍ୟାନ ଦିଅନ୍ତୁ। ବିପଦସଙ୍କୁଳ କାମ କରୁଥିଲେ ଉପଯୁକ୍ତ ଚଷମା ବ୍ୟବହାର କରନ୍ତୁ। ଛୋଟ ଛୁଆମାନଙ୍କୁ ଧନୁଶର ପରି ମୁନିଆ ଖେଳଣା ଦିଅନ୍ତୁ ନାହିଁ। ଦୀପାବଳି ପାଳନ ସମୟରେ ତାଙ୍କ ପାଖେ ପାଖେ ଥାଇ ଧ୍ୟାନ ରଖନ୍ତୁ। ଚକ୍ଷୁ ସମସ୍ୟା ହେଲେ କେବଳ ମାନ୍ୟତାପ୍ରାପ୍ତ ଚକ୍ଷୁ ଚିକିତ୍ସକଙ୍କ ପରାମର୍ଶରେ ଔଷଧ ବ୍ୟବହାର କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe