ମାରାତ୍ମକ କରୋନା ଭାଇରସ୍‌କୁ ଭୟ ନ କରି ପ୍ରେମିକଙ୍କୁ ବିବାହ କରିବା ପାଇଁ ଚାଇନା ଯୁବତୀ ଭାରତରେ ପହଞ୍ଚିଲେ

Advertisment
ମାରାତ୍ମକ କରୋନା ଭାଇରସ୍‌କୁ ଭୟ ନ କରି ପ୍ରେମିକଙ୍କୁ ବିବାହ କରିବା ପାଇଁ ଚାଇନା ଯୁବତୀ ଭାରତରେ ପହଞ୍ଚିଲେ

Zee News

ମନ୍ଦସୌର: ଚୀନରେ ବ୍ୟାପି ଥିବା କରୋନା ଭାଇରସ୍‌ ସଂକ୍ରମଣକୁ ନେଇ ସମଗ୍ର ଦୁନିଆରେ ଏକ ଭୟର ବତାବରଣ ଖେଳି ଯାଇଛି। ଏଭଳି ପରିସ୍ଥିତିରେ ଚୀନରେ ଗମନାଗମନ ବ୍ୟବସ୍ଥା ପାଇଁ ଥିବା ସଡ଼କ, ଆକାଶ, ରେଳପଥ ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ଏସବୁ ସତ୍ତ୍ୱେ ଚାଇନାର ଜଣେ ଯୁବତୀ ନିଜ ପ୍ରେମିକଙ୍କୁ ବିବାହ କରିବା ଲାଗି ଭାରତର ମଧ୍ୟପ୍ରଦେଶର ମନ୍ଦସୌରରେ ପରିବାର ଲୋକଙ୍କ ସହିତ ଆସି ପହଞ୍ଚିଥିବା ଖବର ମିଳିଛି।

କଥାରେ ଆଛି, ଭଲ ପାଇବା ଆଗରେ ସବୁକିଛି ହାର ମାନିଥାଏ । ଆଉ ଏହାର ଏକ ଉଦାହରଣ ଚୀନର ଯୁବତୀ ଜି ହାୟୋ ଓ୍ଵାଙ୍ଗଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ଗତ ଶୁକ୍ରବାର ସେ ନିଜର ପିତା ଶିବୋ ଓ୍ଵାଙ୍ଗ, ମା’ ଜିନ୍‌ ଗୁଆନ୍‌, ମାଉସୀ ଓ ତାଙ୍କ ଝିଅଙ୍କ ସହିତ ମଧ୍ୟପ୍ରଦେଶର ମନ୍ଦସୌରରେ ଆସି ପହଞ୍ଚିଛନ୍ତି। ସେ ଏଠାରେ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗରେ ଚାକିରି କରୁଥିବା ଯୁବକ ସତ୍ୟାର୍ଥ ମିଶ୍ରାଙ୍କୁ ବିବାହ କରିବେ।

Image result for chinese-bride-arrives-in-mandsaur-with-family Dainik Bhaskar

ସତ୍ୟାର୍ଥ ଗତ ୬ବର୍ଷ ପୂର୍ବେ ମାସ୍‌ କମ୍ୟୁନିକେସ୍‌ ପାଠପଢ଼ିବା ପାଇଁ ଚୀନ ଯାଇଥିଲେ। ସେଠାରେ ତାଙ୍କର ଚୀନର ଡଜିୟୋଙ୍ଗ୍‌ ସହରରେ ବାସ କରୁଥିବା ଜି ହାୟୋଙ୍କ ସହିତ ପ୍ରଥମେ ଦେଖା ହୋଇଥିଲା। ଗୋଟିଏ କଲେଜରେ ଦୁହେଁ ଏକାଠି ପଢ଼ୁଥିଲେ। ଜିହାୟୋଙ୍କୁ ଠିକ୍‌ ଭାବେ ଇଂରାଜୀ ଆସୁ ନଥିଲା। ତେଣୁ ସତ୍ୟାର୍ଥ ତାଙ୍କୁ ଇଂରାଜୀ କହିବାରେ ସାହାଯ୍ୟ କରୁକରୁ ଦୁହେଁ  ବନ୍ଧୁତାର ଡୋରରେ ବାନ୍ଧି ହୋଇ ଯାଇଥିଲା। କିଛିଦିନ ପରେ ଏହି ବନ୍ଧୁତା ପ୍ରେମ ସମ୍ପର୍କ ପରିଣତ ହୋଇଥିଲା। ପରେ  ଜୀବନସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇ ଦୁହେଁ ବିବାହ କରିବାକୁ ସ୍ଥିର କରିଥିଲେ।

ବିବାହ ପାଇଁ ଜିହାୟୋଙ୍କ ଦାଦା ଓ ଖୁଡ଼ୀ ବି ଭାରତ ଆସିବାର ଥିଲା। କିନ୍ତୁ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଏତେ ଲୋକଙ୍କୁ ଆସିବାର ଅନୁମତି ମିଳି ନ ଥିଲା। ଜିହାୟୋଙ୍କ ସହିତ ତାଙ୍କ ପରିବାର ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା। ଏହାପରେ ଯାଇ ସେମାନଙ୍କୁ ଭାରତରେ ପ୍ରବେଶର ଅନୁମତି ମିଳିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe