କାନରେ ହେଉଥିଲା ପ୍ରବଳ ଯନ୍ତ୍ରଣା, ଏକ୍ସ-ରେ ପରେ ଜଣାପଡ଼ିଲା ଭିତରେ ଅଛନ୍ତି ୧୦ଟି ଜିଅନ୍ତା ଅସରପା

Advertisment
କାନରେ ହେଉଥିଲା ପ୍ରବଳ ଯନ୍ତ୍ରଣା, ଏକ୍ସ-ରେ ପରେ ଜଣାପଡ଼ିଲା ଭିତରେ ଅଛନ୍ତି ୧୦ଟି ଜିଅନ୍ତା ଅସରପା

ନୂଆଦିଲ୍ଲୀ: ଜଣେ ବ୍ୟକ୍ତିଙ୍କ କାନରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେବାରୁ ସେ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଯାଇଥିଲେ। ଡାକ୍ତର ଉକ୍ତ ବ୍ୟକ୍ତିଙ୍କ କାନ ପରୀକ୍ଷା କରିିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

publive-image

ଚୀନରେ ଘଟିଥିବା ଏହି ଘଟଣାଟି ହେଉଛି ଏପରି, ଡାକ୍ତର ୨୪ବର୍ଷୀୟ ଲିଭ ନାମକ ଜଣେ ବ୍ୟକ୍ତିଙ୍କ କାନର ଏକ୍ସ-ରେ କରିବା ପରେ ସେଥିରେ ଗୋଟିଏ କି ଦୁଇଟି ନୁହେଁ ୧୦ଟି ଜୀବନ୍ତ ଅସରପା ଥିବା ଦେଖିବାକୁ ପାଇଥିଲେ। ଡାକ୍ତର ଏହା ଦେଖି ଚିନ୍ତାରେ ପଡ଼ି ଯାଇଥିଲେ କି ଏହି ଅସରପା କାନ ଭିତରେ କେମିତି ପ୍ରବେଶ କରି ପାରିଲା।

publive-image

କାନରେ ଯନ୍ତ୍ରଣା ହେବାରୁ ଲିଭ୍‌ଙ୍କ ପରିବାର ସଦସ୍ୟ କାନ ଭିତରକୁ ଟର୍ଚ୍ଚ ମାରିଲା ବେଳକୁ କ’ଣ ଗୋଟେ ହଲଚଲ ହେଉଥିବା ଦେଖିବାକୁ ପାଇଥିଲେ। ଏହାପରେ ଡାକ୍ତରଙ୍କ ପାଖକୁ ଲିଭ୍‌ ନିଜର ଏହି ଅସୁବିଧା ନେଇ ଆସିଥିଲେ। ଡାକ୍ତର ଏକ୍ସ-ରେ କରିବା ପରେ କାନ ଭିତରେ ୧୦ଟି ଛୋଟଛୋଟ ଅସରପା ଏଣେତେଣେ ଯାଉଥିବା ଦେଖିବାକୁ ପାଇଥିଲେ। ଏହାପରେ ଅସ୍ତ୍ରୋପଚାର କରି ଏହି ଅସରପାଗୁଡ଼ିକୁ ବାହାର କରିଥିଲେ। ଅସ୍ତ୍ରୋପଚାର ପରେ ଲିଭ୍‌କୁ କିଛି ଔଷଧ ଦିଆଯାଇ ହସ୍‌ପିଟାଲରୁ ଛୁଟି ଦିଆ ଯାଇଥିଲା।

ତେବେ ପରିବାରଲୋକଙ୍କ କହିବାନୁସାରେ ଲିଭ୍‌ ସବୁବେଳେ ବିଛଣାରେ ଖାଇଥାଏ ଓ ଖାଇବା ବିଛଣାରେ ପକାଇ ଶୋଇ ପଡ଼ିଥାଏ। ସକାଳେ ଉଠିଲା ବେଳକୁ ଅସରପା ସେହି ଖାଦ୍ୟ ଚାରିପଟେ ବୁଲୁ ଥିବା ଅନେକ ସମୟରେ ଦେଖିବାକୁ ମିଳିଛି। କିନ୍ତୁ ଡାକ୍ତର ଲିଭ୍‌ଙ୍କ କାନ ଭିତରେ ଯଦିବା ଅସରପା ପଶିଲା କେମିତି ଜୀବତ ରହିଥିଲା ତାହା ଭାବି ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe